Posted inUncategorized

ବାର୍ସିଲୋନା ଛାଡ଼ିପାରିବେ ମେସି

ମାଡ୍ରିଡ୍‌, ୭।୯(ଏଏଫ୍‌ପି)- ସ୍ପାନିଶ ଦଳ ଆର୍ଜେଣ୍ଟିନା ଖେଳାଳି ଲିଓନେଲ ମେସିଙ୍କ ଭବିଷ୍ୟତ ନେଇ ଚିନ୍ତିତ ନୁହନ୍ତି ବାର୍ସିଲୋନା ସଭାପତି ଯୋସେପ ମାରିଆ ବାର୍ଟୋମେ। ମେସି ଚଳିତ ସିଜନ ଶେଷରେ କ୍ଲବ ଛାଡ଼ିପାରିବେ। ୫ ଥର ବାଲୋନ ଡି’ଅର ପୁରସ୍କାର ପ୍ରାପ୍ତ ୨୦୧୭ରେ ବାର୍ସିଲୋନା ସହ ୪ ବର୍ଷୀୟା ଚୁକ୍ତି କରିଥିଲେ। ଏହି ଚୁକ୍ତି ଶେଷ ହେବା ପରେ ମେସି କ୍ଲବ ଛାଡ଼ିପାରିବେ ବୋଲି ସଭାପତି ଯୋସେପ ଏକ ଚ୍ୟାନେଲକୁ କହିଛନ୍ତି। ଆଣ୍ଡ୍ରେସ ଇନଏଷ୍ଟା, ଜାଭି ଓ କାର୍ଲେସ ପୟଲଙ୍କ ସହ ସମାନ ଘଟିଥିଲା। ସେମାନଙ୍କୁ ନିଜ ନିଷ୍ପତ୍ତି ନେବାର ସ୍ବାଧୀନତା ରହିଛି। ଏଥିପାଇଁ ଚିନ୍ତିତ ହେବା ଉଚିତ ନୁହେଁ। ମେସି ୨୦୨୧ ପର୍ଯ୍ୟନ୍ତ ଓ ପରେ ମଧ୍ୟ ବାର୍ସିଲୋନା ପାଇଁ ଖେଳନ୍ତୁ ବୋଲି ସେ ଆଶା ପ୍ରକଟ କରିଛନ୍ତି। ମେସି ଆମ ଦଳର ରେକର୍ଡ ଗୋଲ ସ୍କୋରର। ସେ ଏବେ ଗୋଇଠି ଜନିତ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ଅନୁପସ୍ଥିତିରେ ଦଳ ସଂଘର୍ଷ କରୁଛି। ଦଳ ଚଳିତ ସିଜନରେ ଏପର୍ଯ୍ୟନ୍ତ ୩ ମ୍ୟାଚ୍‌ ଖେଳି କେବଳ ୪ ପଏଣ୍ଟ ପାଇଛି।


All Right Reserved By Dharitri.Com

Posted inUncategorized View All

ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ସାଂଘାତିକ ଅଭିଯୋଗ: ପାଚେରି ଗଢ଼ି ପ୍ରାକୃତିକ ସମ୍ପତ୍ତି ଜବରଦଖଲ

କଟକ ଅଫିସ, ୩୧ା୭: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ। ନରାଜଠାରେ ଏହି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ବେଆଇନ ଭାବେ ପାଚେରୀ ନିର୍ମାଣ କରାଯାଇଛି।...

ନାଳରେ ପଡିଥିଲା ନବଜାତ ଶିଶୁକନ୍ୟା, କୋଳେଇ ନେଲେ ପୋଲିସ

ଲକ୍ଷ୍ନୌ,୨୫।୮:ପୁଣି ଅଲୋଡା ହେଲା ଶିଶୁକନ୍ୟା। ଉତ୍ତରପ୍ରଦେଶର ବୁଦାଉ ଜିଲାରେ ଥିବା ଏକ ନାଳରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ଜଣେ ପୋଲିସ କର୍ମଚାରୀ। ତୁରନ୍ତ ଶିଶୁଟିକୁ...

ସରକାରୀ ସ୍କୁଲରେ ୫୦ରୁ କମ୍‌ ବୟସର ପୁରୁଷ ଶିକ୍ଷକ ଛାତ୍ରୀଙ୍କୁ ପଢାଇ ପାରିବେନି

ଜଇପୁର,୧୯।୧୦: ରାଜସ୍ଥାନର ସରକାରୀ ବାଳିକା ବିଦ୍ୟାଳୟରେ ଏଣିକି ୫୦ ବର୍ଷରୁ କମ୍‌ ବୟସର ପୁରୁଷ ଶିକ୍ଷକ ଛାତ୍ରୀମାନଙ୍କୁ ପାଠ ପଢାଇ ପାରିବେ ନାହିଁ। ଶୁକ୍ରବାର ଶିକ୍ଷାମନ୍ତ୍ରୀ...

ମଣିକୁଣ୍ଡା ଗୁଳିକାଣ୍ଡ ମାମଲାର ପର୍ଦ୍ଦାଫାଶ: ୫ ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତଙ୍କ ପତ୍ତା ମିଳୁନି

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ(ଡି.ଏନ୍‌.ଏ.),୨୨ା୯- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଣିକୁଣ୍ଡା ଗ୍ରାମରେ ଗତ ୧୮ ତାରିଖରେ ଗୁଳିକାଣ୍ଡ ଘଟି ଯୁବ ଔଷଧ ବ୍ୟବସାୟୀ ଗଗନବିହାରୀ ସାହୁ(୨୮)ଙ୍କ ମୃତ୍ୟୁ...

ସଜ ସମ୍ପତ୍ତି – ବାସି ସମ୍ପତ୍ତି

ନାରାୟଣ ପଣ୍ଡା କୌଣସି ଏକ ଜନପଦରେ ଜନୈକ ଧନୀ ବ୍ୟବସାୟୀ ବାସକରୁଥିଲେ। ଅଚଳାଚଳ ସମ୍ପତ୍ତିର ମାଲିକ ଥିବା ବ୍ୟବସାୟୀଙ୍କର ନିକଟବର୍ତ୍ତୀ ଗ୍ରାମପୁଞ୍ଜରେ ଥିଲା ଯଥେଷ୍ଟ ସମ୍ମାନ...

ନୋ ପାର୍କିଂ ସ୍ଥାନରେ ଟ୍ରକ ପାର୍କିଂ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)-କେନ୍ଦୁଝର ସହର ଦେଇ ଯାଇଥିବା ଏନଏଚ ୪୯ ରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ହେଁ ପ୍ରଶାସନର ଚେତା ପଶୁନି ା ସହର ମଧ୍ୟରେ...

୨୩ ବର୍ଷ ପରେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ମୁକୁଳିବା ବେଳକୁ ପରିବାରରେ କେହି ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ

ଶ୍ରୀନଗର,୨୬।୭: କଶ୍ମୀରର ମହମ୍ମଦ ଅଲ୍ଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ...

କେଜରିଓ୍ବାଲଙ୍କ ବିପକ୍ଷରେ ଲଢିବାକୁ ଭାଜପା ଘୋଷଣା କଲା ପ୍ରାର୍ଥୀଙ୍କ ନାମ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ସହ ମେଣ୍ଟ କରିବା...

Leave a comment

Your email address will not be published. Required fields are marked *