ଚୋପା ସହ ଚୋବାଇ ଖାଆନ୍ତୁ ଫାଳେ ସେଓ…

ପ୍ରତିଦିନ ଫାଳେ ସେଓକୁ ଚୋପା ସହ ଚୋବାଇ ଖାଇଲେ ଅନେକ ଉପକାର ମିଳିଥାଏ। ସେଓରେ ଭିଟାମିନ୍‌ ଏ, ଭିଟାମିନ୍‌ ସି’, ପୋଟାସିୟମ୍‌, ଫାଇବର ଓ କାର୍ବୋହାଇଡ୍ରେଟ୍‌ସ ଭରପୁର ମାତ୍ରାରେ ରହିଛି । ଗୋଟିଏ ସେଓରେ ପ୍ରାୟ ୯୫ କ୍ୟାଲୋରୀ ରହିଥାଏ । କେତେକ ଲୋକ କୀଟନାଶକ ଭୟରେ ସେଓକୁ ଚୋପା ଛଡାଇ ଖାଇଥାନ୍ତି। ମାତ୍ର ଏଭଳି ଖାଇଲେ ଚୋପାରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ଯାଇ ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ସେଓ ଚୋପାରେ ପ୍ରାୟ ୪.୪ ଗ୍ରାମ ଫାଇବର ରହିଥାଏ । ଏହି ଫାଇବର କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହିତ ରକ୍ତ ଶର୍କରା ସ୍ତରକୁ ସ୍ବାଭାବିକ କରେ । ଏହା କୋଲେଷ୍ଟରଲ ସ୍ତର କମ୍‌ ରଖିବାରେ ସହାୟକ ହୁଏ । ସେଓ ଚୋପାରେ ଟ୍ରିଟରପେନଏଡ୍‌ ନାମକ ଏକ ତତ୍ତ୍ୱ ରହିଛି। ଏହା କ୍ୟାନସର କୋଷିକାକୁ ନଷ୍ଟ କରିଥାଏ । ପ୍ରତିଦିନ ସେଓ ଚୋପା ସହ ଖାଇଲେ ଫୁସଫୁସ ଓ ଲିଭର ସ୍ବାଭାବିକ ଭାବେ କାମ କରିଥାଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।


All Right Reserved By Dharitri.Com

ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କଲେ ସ୍ତ୍ରୀ; ବେଙ୍ଗାଲୁର୍‌ରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୦।୭: ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଜଣେ ସ୍ତ୍ରୀ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କରିଥିଲେ। ତେବେ ପରେ ପୋଲିସ ତାଙ୍କୁ ବେଙ୍ଗାଲୁର୍‌ରୁ ଜୀବିତ ଅବସ୍ଥାରେ...

କଶ୍ମୀରରେ ପ୍ରାୟ ୩୦୦ ଆତଙ୍କବାଦୀ

ଶ୍ରୀନଗର,୭ା୧୦: ଜମ୍ମୁ-କଶ୍ମୀରରେ ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଶୀତଋତୁ ପୂର୍ବରୁ ଅଧିକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ପାକିସ୍ତାନ ଉଦ୍ୟମ ଚଳାଇଛି। ଏଥିପାଇଁ ପାକ୍‌ ସେନା...

ବ୍ୟାକ୍ଟେରିଆକୁ ରୋକିବ ଲାଳ

ସାଧାରଣତଃ ବ୍ୟାକ୍ଟେରିଆ ଯୋଗୁ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ପ୍ରତିହତ କରିବାରେ ଲାଳର ଭୂମିକା ରହିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ...

ଜେଲ୍‌ ଯିବା ପୂର୍ବରୁ ଚିଦାମ୍ବରମ୍‌ଙ୍କୁ ଘାରିଲା ଭାରତର ଅର୍ଥନୀତି ଚିନ୍ତା

ନୂଆଦିଲ୍ଲୀ,୬।୯: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ଚିଦାମ୍ବରମଙ୍କୁ ଶେଷରେ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଦୀର୍ଘ ୧୪ ଦିନ କାଳ ଅର୍ଥାତ ସେପ୍ଟେମ୍ବର...

ରଞ୍ଜନ ଗୋଗୋଇ ରାଜ୍ୟ ସଭାକୁ ମନୋନୀତ

ନୂଆଦିଲ୍ଲୀ, ୧୭।୩(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ସରକାର ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ଏନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ...

ରାଜୀବ କୁମାରଙ୍କ ସୁରକ୍ଷା ପ୍ରତ୍ୟାହାର ଆବେଦନ : ସୁପ୍ରିମକୋର୍ଟ ରାୟ ଆଜି

ନୂଆଦିଲ୍ଲୀ,୧୭।୫(ପି.ଟି.):କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଗିରଫଦାରି ଉପରେ ଲାଗିଥିବା ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର ଲାଗି ସିବିଆଇ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର...

ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ମୋଦି

ଲକ୍ଷ୍ନୌ,୨୧।୧୨: ଡିସେମ୍ବର ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତିର ଲୋକାର୍ପଣ କରାଯିବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରାଷ୍ଟ୍ରପତି ଶାସନ ପାଇଁ ମଞ୍ଜୁରୀ ଦେଲା ମୋଦି କ୍ୟାବିନେଟ: କୋବିନ୍ଦଙ୍କ ଅନୁମୋଦନକୁ ଅପେକ୍ଷା

ନୂଆଦିଲ୍ଲୀ,୧୨।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ତୃତୀୟ ଦଳ ଭାବେ ଏନ୍‌ସିପିକୁ ଆମନ୍ତ୍ରଣ ଦେଇଥିଲେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ। ଯାହାର ସମୟ ସୀମା ଥିଲା...

Leave a comment

Your email address will not be published. Required fields are marked *