ନୂଆ ମୋଟର ଆଇନ ଲାଗୁ ପରେ ମଦ ବ୍ୟବସାୟ ମାନ୍ଦା: କମିଛି ୨୫% ବ୍ୟବସାୟ, ଚିନ୍ତାରେ ମାଲିକ

ଭୁବନେଶ୍ୱର, ୭ା୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁ ହେବା ପରେ ଏହାର ପ୍ରଭାବ ମଦ ବ୍ୟବସାୟ ଉପରେ ପଡ଼ିଛି। କାରଣ ଏହି ଆଇନ ଅନୁଯାୟୀ, ଜଣେ ଗାଡ଼ି ଚାଳକ ମଦ ପିଇ ଗାଡ଼ି ଚଲାଉଥିଲେ ପ୍ରଥମ ଥର ଧରାପଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଦେବେ। ଦ୍ୱିତୀୟ ଥର ଧରାପଡ଼ିିଲେ ୧୫ହଜାର ଟଙ୍କା ଜରିମାନା ସହ ୨ବର୍ଷ ଜେଲ ଦଣ୍ଡ ଭୋଗିବାର ନିୟମ ରହିଛି। ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀର ଲୋକେ ଦୋକାନ ଯାଇ ମଦ କିଣି ପିଉଥିଲେ। ହେଲେ ମଦ ପିଇ ଗାଡ଼ି ଚଲାଇ ଧରାପଡ଼ିଲେ ଏତେ ଟଙ୍କା ଜରିମାନା ଆକାରରେ ଦେବାକୁ ହେବ ଭାବି ଅନେକ ମଦ ଦୋକାନ ମାଟି ମାଡୁନାହାନ୍ତି। ଯଦି କେହି କଁ। ଭଁ। ଯାଉଛନ୍ତି ସେମାନେ ମଦ ଆଣି ସାଥିରେ ଘରକୁ ଯାଉଛନ୍ତି। ଘରେ ପିଇ ଶୋଇ ପଡୁଥିବା ଅନେକ ବ୍ୟକ୍ତି କହିଛନ୍ତି।
ସେହିପରି ମଦ ବ୍ୟବସାୟୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏକାଧିକ ମଦ ଦୋକାନୀ ମାଲିକ ନିଜ ବେପାର ଏବେ ମାନ୍ଦାରେ ଚାଲିଥିବା କହିଛନ୍ତି। ପାଖାପାଖି ୨୫ପ୍ରତିଶତ ମଦ ବ୍ୟବସାୟରେ କ୍ଷତି ହୋଇଥିବା ଅଧିକାଂଶ ମାଲିକ କହିଛନ୍ତି। ବାର୍‌ ମାଲିକ ଶିବ ପ୍ରସାଦ ମହାନ୍ତି କହିଛନ୍ତି, ଆଗରୁ ପ୍ରତିଦିନ ୧୦୦ରୁ ଅଧିକ ଲୋକେ ବାର୍‌କୁ ଆସୁଥିଲେ। ହେଲେ ନିୟମ ଲାଗୁ ହେବା ପରେ ଏବେ ବାର୍‌କୁ ୩୦ରୁ ୪୦ ଜଣ ବ୍ୟକ୍ତି ଆସୁଛନ୍ତି। ମଦ ଦୋକାନୀ ବିଜୟ ସାହୁ କହିଛନ୍ତି,ଟ୍ରାଫିକ ନିୟମ ଲାଗୁ ପରେ ଏବେ ମଦ ବେପାର ମାନ୍ଦା ଚାଲିଛି। ଆଗଭଳି ଆଉ ଗ୍ରାହକ ଆସୁନାହାନ୍ତି। ତେଣୁ ମଦ ବ୍ୟବସାୟ ୨୫ ପ୍ରତିଶତ କମିଛି।
ସେହିପରି ଶୁକ୍ରବାର ଭୁବନେଶ୍ୱରରେ ୪୪୪ଜଣ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟ ୪ଲକ୍ଷ ୧୦ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିନା ହେଲମେଟରେ ୨୦୪ ଜଣ ଧରାପଡିଥିବା ବେଳେ ସିଟ୍‌ବେଲ୍ଟ ବାନ୍ଧି ନ ଥିବା-୧୪୧, ରଙ୍ଗରୁଟ୍‌-୧, ସିଗନାଲ ନ ମାନିବା-୫, ୩ଜଣ ବାଇକରେ ଯିବା-୩୦, ଗାଡ଼ିି ଚଲାଇବା ବେଳେ ମୋବାଇଲ୍‌ରେ ଗପିବା-୧, ବିନା ନମ୍ବର ପ୍ଲେଟରେ ଯିବା-୧୪, ଓଭରଲୋଡିଂ-୨, ଗାଡ଼ି କାଗଜପତ୍ର ନ ଥିବା-୨, ବେଆଇନ୍‌ ପାର୍କିଂ-୭, ଆର୍‌ସି ଓ ଡିଏଲ୍‌ ନ ଥିବା-୨୪ ଏବଂ ନୋ ଏଣ୍ଟ୍ରିରେ ପଶି ଜଣେ ଧରାପଡ଼ିିଛନ୍ତି।


All Right Reserved By Dharitri.Com

୪୪.୫ ଡିଗ୍ରୀରେ ଟିଟିଲାଗଡ଼ : ୮ ଜିଲାରେ ଜାରି ରହିବ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୨୦।୫(ବ୍ୟୁରୋ) : ରାଜ୍ୟରେ ଅସମ୍ଭାଳ ହୋଇପଡ଼ିଛି ତାତି। ଅଧିକାଂଶ ସହରରେ ପାରଦ ୪୦ଡିଗ୍ରୀ ଉପରେ ରହୁଛି। ତାତି ଯେତିକି କଷ୍ଟ ଦେଉଛି, ତା’ଠୁ ବଳିପଡ଼ୁଛି ଗୁଳୁଗୁଳି।...

ବୈଦୁତିକ ଗଣମାଧ୍ୟମରେ କଂଗ୍ରେସ ଅଧ୍ୟକ୍ଷାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ: ବଲାଙ୍ଗୀର ଟାଉନ୍‌ ଥାନାରେ ନରସିଂହଙ୍କ ଅଭିଯୋଗ

ବଲାଙ୍ଗୀର ଅଫିସ, ୨୩।୪- ମହାରାଷ୍ଟ୍ରର ପାଲାଘର ଠାରେ ସଂଘଟିତ ହତ୍ୟା ଘଟଣାକୁ ନେଇ ଏକ ଜାତୀୟସ୍ତରର ବୈଦ୍ୟୁତିକ ଗଣମାଧ୍ୟମରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ...

ବାତ୍ୟା ପରେ ବିଗୁଡୁଛି ପରିମଳ ବ୍ୟବସ୍ଥା: କୋମାରେ ଗାଁ କଲ୍ୟାଣ ସମିତି

ବ୍ରହ୍ମଗିରି, ୧୭ା୫(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀ ପୁରୀ ଜିଲାରେ ତାଣ୍ଡବ ରଚିଛି। ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବ୍ରହ୍ମଗିରି ବ୍ଲକ। ବାତ୍ୟା ପରେ ବିଗୁଡୁଛି ଗାଁ...

ଆମ୍ବୁଲାନ୍ସରୁ ସରିଗଲା ତେଲ: ଡାକ୍ତରଖାନା ଯିବା ରାସ୍ତାରେ ଆଖିବୁଜିଲେ ମା’, ଗର୍ଭସ୍ଥ ଶିଶୁ

ବାରିପଦା ଅଫିସ,୫।୧୦: ଡାକ୍ତରଖାନା ଯିବା ରାସ୍ତାରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଗର୍ଭବତୀ ମହିଳା ଏବଂ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା...

ଫନୀ ମୁକାବିଲା: ରାଜ୍ୟ ଦାବି କଲା ୫୨୦୦ କୋଟି

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ବାତ୍ୟା ଫନୀ ମୁକାବିଲା କରିବାରେ ଓଡ଼ିଶାର ପ୍ରସ୍ତୁତି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରଣାଳୀ ବିଶ୍ୱସ୍ତରୀୟ ଥିଲା ବୋଲି ଜାତୀୟ ବିପର୍ଯ୍ୟୟ...

ତତ୍ପରତା ଦେଖାଇ ଶୋଇଗଲା କମିଶନରେଟ ପୋଲିସ: ବ୍ଲାକ୍‌ ସ୍ପଟ୍‌ ସ୍ଥାନରେ ବ୍ୟାରିକେଡ୍‌, ଇଣ୍ଟରସେପ୍ଟର କଥା ଭୁଲିଗଲେ ଅଧିକାରୀ

ଭୁବନେଶ୍ୱର,୧୧।୬(ବ୍ୟୁରୋ) : ରାଜଧାନୀ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଉପରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଛି। ମାସକ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ...

ବିଧାନସଭାରେ ବିରୋଧୀ ମୁହାଁମୁହିଁ: ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ଦୁଇଫାଳ। ସରକାରଙ୍କୁ ଘେରିବା ପରିବର୍ତ୍ତେ ପରସ୍ପରକୁ ବିରୋଧ କରୁଛନ୍ତି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ଭାଜପା ବିଧାନସଭାରେ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦ କରୋନା ଆକ୍ରାନ୍ତ, ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୫୦ରୁ ସର୍ବାଧିକ ୨୨ଜଣ ଗଞ୍ଜାମ ଜିଲାର ରହିଛନ୍ତି। ସେହିଭଳି ବାଲେଶ୍ୱରରୁ ୧୫, ଭଦ୍ରକରୁ ୫,...

Leave a comment

Your email address will not be published. Required fields are marked *