ପୋଲିଓ ଖାଇ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ବ୍ରହ୍ମଗିରି,୭ା୯(ଡି.ଏନ୍‌.ଏ.): ବ୍ରହ୍ମଗିରି ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅଢ଼େଇ ମାସର ଶିଶୁକନ୍ୟା ପୋଲିଓ ବୁନ୍ଦା ଖାଇ ଅସୁସ୍ଥ ହେବା ପରେ ଗୁରୁବାର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ପୋଲିଓ ଖାଇବାରୁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଶୁକ୍ରବାର ସକାଳୁ ଉକ୍ତ ଗ୍ରାମର ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରାୟ ୪ଘଣ୍ଟା ପରେ ଖବରପାଇ ପୋଲିସ ଓ ବ୍ରହ୍ମଗିରି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରଣବ ପ୍ରକାଶ ପୂର୍ଣ୍ଣ ଘଟଣାସ୍ଥଳରେ ପହଞ୍ଚତ୍ ବହୁ ବୁଝାଶୁଝା ପରେ ଧାରଣାରୁ ଉଠିଥିଲେ। ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବାକୁ କହି ସେଠାରୁ ଚାଲିଯାଇଥିଲେ। କିନ୍ତୁ ବିଡ଼ମ୍ବନାର କଥା ଯେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନା ପୋଲିସ ଜିମା ନେଲା ନା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦାୟିତ୍ୱ ନେଲେ। ଶେଷରେ ମୃତ ଶିଶୁକନ୍ୟାଙ୍କ ବାପା ଓ ତାଙ୍କ ଜେଜେ ଏକ ବାଇକ୍‌ ଯୋଗେ ଝିଅର ମୃତଦେହକୁ ପୁରୀ ଚିକିତ୍ସାଳୟକୁ ନେଇଥିଲେ। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ମିଳିଥିବା ଖବର ମୁତାବକ, ଗ୍ରାମର ସ୍ମୃତିରଞ୍ଜନ ବିଶ୍ୱାଳଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ଗତ ବୁଧବାର ବ୍ରହ୍ମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିଓ ବୁନ୍ଦା ଖାଇଥିଲେ। ଏହି ପୋଲିଓ ବୁନ୍ଦା ଖାଇବା ପରେ ଶିଶୁକନ୍ୟାକୁ ଜ୍ୱର ହୋଇଥିଲା। ଏ ନେଇ ପରିବାର ଲୋକେ ଆଶକର୍ମୀଙ୍କ ସହିତ ଯୋଗାଯୋଗ କରିଥିଲେ। ପୋଲିଓ ଖାଇବା ପରେ ଜ୍ୱର ହେବ ବୋଲି ସମ୍ପୃକ୍ତ ଆଶାକର୍ମୀ କହିଥିଲେ। କିନ୍ତୁ ଗୁରୁବାର ରାତିରେ ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ କେହି ଡାକ୍ତର ନ ଥିବାବେଳେ ଜଣେ ଫାର୍ମାସିଷ୍ଟ ଡିୟୁଟିରେ ଥିଲେ। କାର୍ଯ୍ୟରତ ଫାର୍ମାସିଷ୍ଟ ଶିଶୁଟିକୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ତେବେ ଏ ନେଇ ପରିବାର ପକ୍ଷରୁ ଶୁକ୍ରବାର ଥାନାରେ ଏକ ଅଭିଯୋଗ କରିବା ସହ ମୃତଦେହକୁ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ଆଗରେ ରଖି ଧାରଣାରେ ବସିଥିଲେ। ସକାଳ ୯ଟାରୁ ବସିଥିଲେ ମଧ୍ୟ ପ୍ରାୟ ୧୧ଟାବେଳେ ପୋଲିସ ଓ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପହଞ୍ଚତ୍ ପରିବାରବର୍ଗଙ୍କୁ ବୁଝାଶୁଝା କରିବାରୁ ଧାରଣାରୁ ଉଠିଥିଲେ। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପୂର୍ଣ୍ଣ କୁହନ୍ତି, ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ସମ୍ପର୍କରେ ଜନୈକ ପୋଲିସ ଅଧିକାରୀଙ୍କୁ ପଚାରିବାରୁ କଥାକୁ ଏଡାଇ ଦେଇ ଚାଲିଯାଇଥିଲେ।


All Right Reserved By Dharitri.Com

ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲିବାକୁ ନେଇ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ, ଏ ବିଷୟରେ ଅନୁଧ୍ୟାନ କରିବାକୁ ରାଜସ୍ବମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ୧୩ଟି ଜିଲା ଥିଲା, ସେଥିପାଇଁ ୩ଟି ରାଜସ୍ବ ଡିଭିଜନ କମିଶନର(ଆର୍‌ଡିସି) ଖୋଲାଯାଇଥିଲା। ୧୩ରୁ ୩୦ ଜିଲା ହେଲା ମାତ୍ର କୌଣସି ନୂଆ ଆର୍‌ଡିସି କାର୍ଯ୍ୟାଳୟ...

କନ୍ଧନୟାଗଡ଼ରେ ପାଇଖାନା ଦୁର୍ନୀତିର ତଦନ୍ତ; ପ୍ରାରମ୍ଭରୁ ଦୁର୍ନୀତି ଚାପିବାକୁ ପ୍ରୟାସ, ଫସର ଫାଟିଲା ଜିଲାପାଳଙ୍କ ନିର୍ଦ୍ଦେଶ

ରଣପୁର,୭ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ କନ୍ଧନୟାଗଡ ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନରେ ନିର୍ମାଣ ହେଉଥିବା ପାଇଖାନା ଦୁର୍ନୀତିର ବୁଧବାର ତଦନ୍ତ ହୋଇଛି । ବ୍ଲକ...

ମିଳୁଛି ଅଧିକ କିନ୍ତୁ ଉତ୍ପାଦନ କମ୍‌

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ଖଦି ବୋର୍ଡକୁ ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୮୬ କୋଟି ଟଙ୍କାରୁ ଅଧିକ ଅର୍ଥ ଆସିଛି। ମାତ୍ର ଏତେ ଟଙ୍କା ମିଳିବା...

ସମ୍ପତ୍ତି ପାଇଁ ବାପାଙ୍କୁ ଆକ୍ରମଣ, ଅଭିଯୁକ୍ତ ପୁଅ ଅଟକ

ଓଡ଼ଗାଁ,୧୩ା୧୨(ସ୍ବ.ପ୍ର.): ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ସାକେରୀ ପଞ୍ଚାୟତର ଗର୍ଜନୀ ଗ୍ରାମରେ ଗୁରୁବାର ସମ୍ପତ୍ତିକୁ ନେଇ ସାନପୁଅ ଆକ୍ରମଣରେ ବୃଦ୍ଧ ବାପା ଗୁରୁତର ହୋଇଛନ୍ତି। ଗୁରୁତର...

ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକ: ପୁରୀକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ କ୍ଷେତ୍ର କରିବା ଉଦ୍ୟମକୁ ପ୍ରଶଂସା

ସୋରଡା,୧୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକ ସୋରଡା ଶିଶୁ ଉଦ୍ୟାନ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ତଥା ଗୋପାଳପୁର...

ଚିକିତ୍ସା ଲାଗି ଆସି ରୋଗୀ ହଇରାଣ: ଲମ୍ବାଧାଡ଼ିରେ ଦୀର୍ଘସମୟ ଠିଆ ହୋଇ ନିରାଶ ହେଲେ ରୋଗୀ

ବାରିପଦା ଅଫିସ,୨୨ା୯- ମୟୂରଭଞ୍ଜ ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ବିଭିନ୍ନ ସମୟରେ ରୋଗୀଙ୍କ...

ଜନ ଆନ୍ଦୋଳନ ସଫଳ: କାର୍ଯ୍ୟକ୍ଷମ ହେଲା ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା

ବରଗଡ଼ ଅଫିସ,୩।୨: ବରଗଡ଼ ସହରବାସୀଙ୍କ ଜନ ଆନ୍ଦୋଳନ ସଫଳ ହୋଇଛି। ସହରବାସୀଙ୍କ ଆନ୍ଦୋଳନ ପରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରୁ ପୁରୁଣା ଜିଲା ମୁଖ୍ୟ...

ଶେରଗଡ଼ରେ ବିଶୋଧନ ପ୍ରକ୍ରିୟା ଆରମ୍ଭ

ଶେରଗଡ଼,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ ଶୁକ୍ରବାରଠାରୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ....

Leave a comment

Your email address will not be published. Required fields are marked *