ଲୋକାଭିମୁଖୀ ହେବ ଶ୍ରୀଜଗନ୍ନାଥ ସଂସ୍କୃତି

ପୁରୀ ଅଫିସ, ୭ା୯: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅଭିଯାନ ଆରମ୍ଭ ହୋଇଛି। ଏଥିଲାଗି ଶୁକ୍ରବାର ଶ୍ରୀନଅରରେ ଶ୍ରୀଜଗନ୍ନାଥ ତତ୍ତ୍ବ ଗବେଷଣା ପ୍ରକାଶନ ଓ ପ୍ରସାର ଉପ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କିପରି ଆହୁରି ଅଧିକ ମାତ୍ରାରେ ହୋଇପାରିବ ଏବଂ ଠିକ୍‌ ଢଙ୍ଗରେ ହେବ ସେଥିଲାଗି ୬ଟି ସବ୍‌ କମିଟି ଗଠନ କରାଯାଇଛି। ଏହି ସବ୍‌ କମିଟିଗୁଡ଼ିକ ହେଲା ଐକ୍ୟ ସ୍ଥାପନା, ପ୍ରକାଶନୀ, ଅଡିଓ ଭିଡ଼ିଓ, ସ୍ବାଧ୍ୟାୟ, ଲୀଲାକ୍ଷେତ୍ର ଓ ସଦ୍‌ଗ୍ରନ୍ଥ।
ମହାପ୍ରଭୁଙ୍କ ବିଭିନ୍ନ ସ୍ଥାନରେ ଲୀଳାକ୍ଷେତ୍ର ରହିଛି। ଯେଉଁଠିକୁ ବିଭିନ୍ନ ସମୟରେ ମହାପ୍ରଭୁ ଯାଇଥିଲେ। ସେହି ସ୍ଥାନଗୁଡ଼ିକର କିପରି ବିକାଶ ହୋଇପାରିବ ଏବଂ ଲୋକମାନେ ଏହି ଲୀଳାକ୍ଷେତ୍ର ସମ୍ପର୍କରେ ସବିଶେଷ ଧାରଣା ପାଇବେ ସେଥିଲାଗି ଲୀଳାକ୍ଷେତ୍ର ସବ୍‌ କମିଟି କାମ କରିବ। ସେହିପରି ଶ୍ରୀମନ୍ଦିର ନିକଟରେ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଭାବ ଧାରାରେ ଉଦ୍‌ବୁଦ୍ଧ କରିବା ଲାଗି ପ୍ରତିଦିନ ବେଦପାଠ ଓ ପ୍ରବଚନ କାର୍ଯ୍ୟକ୍ରମ ହେବ। ଏଥିଲାଗି ସ୍ବାଧ୍ୟାୟ କମିଟି କାର୍ଯ୍ୟ କରିବ। ଅଡିଓ ଭିଡ଼ିଓ ସବ୍‌ କମିଟି ପାରମ୍ପରିକ ଭଜନ, ଜଣାଣ ଓ ମହାପ୍ରଭୁଙ୍କ ବିଭିନ୍ନ ଲୀଳା, କାହାଣୀ ପାଇଁ କାମ କରିବ। ଏଥିରେ ରେକର୍ଡିଂ ମଧ୍ୟ କରାଯିବ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କୀତ ବିଭିନ୍ନ ପୁସ୍ତକ ଓ ପତ୍ରପତ୍ରିକା ଲାଗି ପ୍ରକାଶନୀ ସବ୍‌ କମିଟି ଗଠନ କରାଯାଇଛି। ଏହାର ସଦସ୍ୟମାନେ ଯେପରି ନିର୍ଭୁଲ ଭାବେ ପୁସ୍ତକ ଏବଂ ପତ୍ରପତ୍ରିକା ପ୍ରକାଶ କରାଯିବ ତାହା ଉପରେ ଗୁରୁତ୍ୱ ଦେବେ। ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା, ଶ୍ରୀମନ୍ଦିର ସମ୍ପର୍କୀତ ବିଭିନ୍ନ ପୁସ୍ତକକୁ ନେଇ ଲାଇବ୍ରେରୀକୁ ସମୃଦ୍ଧ କରାଯିବ। ସଦ୍‌ଗ୍ରନ୍ଥ ସବ୍‌ କମିଟି ଏହାର ଦାୟିତ୍ୱରେ ରହିବ। ତେବେ ଐକ୍ୟ ସ୍ଥାପନା ସବ୍‌ କମିଟିର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ବିଭିନ୍ନ ସ୍ଥାନରେ ଅଦିନରେ ରଥଯାତ୍ରା କରାଯାଉଛି। ସେହିପରି ଅନ୍ୟାନ୍ୟ ସ୍ଥାନରେ ଠାକୁରଙ୍କ ବେଶ, ସେବାପୂଜା କରାଯାଉଥିବା ବେଳେ ବିଧି ମୁତାବକ କରାଯାଉ ନାହିଁ। ତେଣୁ ମହାପ୍ରଭୁଙ୍କ ସେବାପୂଜା ଠିକ୍‌ ପ୍ରକାରେ ପରମ୍ପରା ଅନୁଯାୟୀ ଏବଂ ବିଧି ମୁତାବକ କିପରି ସର୍ବତ୍ର କରାଯିବ ତାହା ଉପରେ ଐକ୍ୟ ସ୍ଥାପନା କମିଟି ଫୋକସ ରଖିବ। ଲୁଧିଆନାରେ ଗତବର୍ଷ ଅଦିନରେ ରଥଯାତ୍ରା କରାଯାଇଥିଲା। ଏ ନେଇ ସମ୍ପୃକ୍ତ ମନ୍ଦିର କମିଟିକୁ ଅବଗତ କରାଯାଇଥିଲା। ହେଲେ ଚଳିତବର୍ଷ ମଧ୍ୟ ସେମାନେ ଅଦିନରେ ରଥଯାତ୍ରା କରିଛନ୍ତି। ତେଣୁ ଏହାର କିପରି ପୁନରାବୃତ୍ତି ନ ହେବ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାକୁ ବିଧି ମୁତାବକ ନିର୍ଦ୍ଦିଷ୍ଟ ଦିନରେ କରିବା ଲାଗି ଏହି ସବ୍‌ କମିଟି କାମ କରିବ ବୋଲି ବୈଠକରେ ଆଲୋଚନା କରାଯାଇଛି।
୨/୩ ବର୍ଷ ଧରି ଏହା ପରିକଳ୍ପନା କରାଯାଇଥିଲା। କିନ୍ତୁ ଏହା ଅଗ୍ରଗତି କରିପାରି ନ ଥିଲା। ତେଣୁ ଏହାକୁ ତ୍ୱରାନ୍ବିତ କରିବା ଲାଗି ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂଙ୍କ ସମେତ ପରିଚାଳନା କମିଟି ସଦସ୍ୟ, ମୁକ୍ତି ମଣ୍ଡପ ପଣ୍ଡିତ, ଗବେଷକ, ପ୍ରଫେସର, ବୁଦ୍ଧିଜୀବୀ, ମଠ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟେକ ସବ୍‌ କମିଟରେ ୩ରୁ ୫ ଜଣଙ୍କୁ ସଦସ୍ୟ ରଖାଯାଇଛି।


All Right Reserved By

ବିକାଶଠାରୁ ବହୁ ପଛରେ ଗଞ୍ଜାମ ଏନ୍‌ଏସି: ସହରର ଉନ୍ନତି ପାଇଁ ଭାଜପା ପକ୍ଷରୁ ଦାବିପତ୍ର

ଗଞ୍ଜାମ,୨୮।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଦୀର୍ଘ ୧୦ ବର୍ଷଧରି ବିକାଶ ହେଉ ନ ଥିବା ଭାଜପା ବ୍ଲକ ପକ୍ଷରୁ ପ୍ରତିବାଦ କରାଯାଇଛି। ସହରର ବିଭିନ୍ନ ସମସ୍ୟା ସମାଧାନ...

ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନ ପାଇଲା କବି ବ୍ରଜନାଥ ରଥଙ୍କ ତୈଳଚିତ୍ର

ବାଲେଶ୍ୱର ଅଫିସ,୧୨।୬: ବାଲେଶ୍ୱରର ବିଶିଷ୍ଟ କବି ବ୍ରଜନାଥ ରଥଙ୍କର ତୈଳଚିତ୍ର ମଙ୍ଗଳବାର ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନୀତ ହୋଇଛି।  ଏହି ଅବସରରେ ଆୟୋଜିତ ସଭାରେ ଉତ୍କଳ...

ମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧୀ, ଶାସକ: ବଳକା ଯଦି ବିଦ୍ୟୁତ୍‌ କାଟ୍‌ କାହିଁକି

ଭୁବନେଶ୍ୱର, ୨୯ା୬ (ବ୍ୟୁରୋ): ରାଜ୍ୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି। ସାମାନ୍ୟ ପବନ ହେଲେ ମଧ୍ୟ ଗାଁ ଗଣ୍ଡାରେ ୨/୩ ଘଣ୍ଟା ଯାଏ ବିଦ୍ୟୁତ୍‌...

ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ ଦାବି: ଏଜେଣ୍ଟଙ୍କ ବିରୋଧରେ ଏତଲା ଦେଲେ ଜମାକାରୀ

ରେମୁଣା, ୩୦।୮(ଡି.ଏନ.ଏ.)-ରେମୁଣା ଥାନା ଅଧୀନ ବିଦ୍ୟାଧରପୁର ଗଁାର କେତେକ ଚିଟ୍‌ଫଣ୍ଡ ଜମାକାରୀ ସେହି ଗଁାର ଜଣେ ଏଜେଣ୍ଟଙ୍କ ନଁାରେ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ଏଜେଣ୍ଟ...

୮ ଜିଲାରେ ସୁନାର ସନ୍ଧାନ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ୮ଟି ଜିଲାରେ ସୁନାର ସନ୍ଧାନ ମିଳିଛି। ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନାକୁ ଆଧାରକରି ରାଜ୍ୟ ସରକାର ଏହି ତଥ୍ୟ...

ଦାରା ସିଂଙ୍କ ସହଯୋଗୀଙ୍କୁ ଗିରଫ କଲା ସି. ବି.ଆଇ.

ଠାକୁରମୁଣ୍ଡା,୨୧ା୯(ଡି.ଏନ୍‌.ଏ.)- ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ପୋଡ଼ି ହତ୍ୟା କରିଥିବା ଘଟଣାରେ ଫେରାର ଥିବା ଦାରା ସିଂଙ୍କ ଜଣେ...

ସଡକ ଦୁର୍ଘଟଣା ଆହତଙ୍କୁ ଚିକିତ୍ସା: ବେସରକାରୀ ହସ୍ପିଟାଲ ଖର୍ଚ୍ଚ ବହନ କରିବେ ସରକାର;  ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର

ଭୁବନେଶ୍ୱର,୭ା୯(ବ୍ୟୁରୋ)-ରାସ୍ତା ସୁରକ୍ଷା ସମଗ୍ର ବିଶ୍ୱରେ ଚିନ୍ତାର ବିଷୟ ହୋଇଛି। ଦୁର୍ଘଟଣା ଜନୀତ ମୃତ୍ୟୁହାର କମାଇବା ପାଇଁ ତୁରନ୍ତ ଡାକ୍ତରୀ ଚିକିତ୍ସା ଅପରିହାର୍ଯ୍ୟ ହୋଇପଡିଛି । ଏହାକୁ...

ଗଭୀର ନଳକୂଅ ଖନନ ଟଙ୍କା ମିଳିଲାନି: ବିଷପାନ କରିଥିବା ଚାଷୀଙ୍କୁ ନେଇ ୪ ଘଣ୍ଟା ଗଣଧାରଣା

କେସିଙ୍ଗା,୧୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତ ବାହାଦୂରପଦର ଗ୍ରାମର ଡମ୍ବରୁଧର ପୋଢ଼ (୪୦) ଜଳନିଧି ଯୋଜନାରେ ଗଭୀର ନଳକୂଅ ଖନନ କରିଥିଲେ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *