Posted inଜାତୀୟ

ଗଗନୟାନ ଲାଗି ପ୍ରସ୍ତୁତି ଜୋର୍‌ଦାର

ବେଙ୍ଗାଲୁରୁ, ୭ା୯(ପି.ଟି.) : ଚନ୍ଦ୍ରୟାନ-୨ ପରେ ଗଗନୟାନ ଲାଗି ଭାରତର ପ୍ରସ୍ତୁତି ଜୋର୍‌ ଧରିବାରେ ଲାଗିଛି। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ଭାରତୀୟ ମହାକାଶଚାରୀଙ୍କ ଚୟନ ଶେଷ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ମହାକାଶକୁ ପ୍ରଥମ ମଣିଷ ପଠାଯିବା ଲାଗି ଗଗନୟାନର ସଫଳତା କାମନା କରାଯାଇଛି। ବଛାଯାଇଥିବା ପାଇଲଟ୍‌ଙ୍କ ବିଭିନ୍ନ ପରୀକ୍ଷା କରାଯାଇଥିବା ଭାରତୀୟ ବାୟୁସେନା ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି। ଚଳିତ ବର୍ଷ ମେ’ରେ ଭାରତୀୟ ବାୟୁସେନା ଇସ୍ରୋ ସହ ଏକ ଚୁକ୍ତି କରି ଗଗନୟାନ ମିଶନ ଲାଗି ମାନବ ଚୟନ ଓ ପ୍ରଶିକ୍ଷଣ ଦେବ ବୋଲି କହିଥିଲା। ୨୦୨୧ ଡିସେମ୍ବରରେ ଏହାକୁ ଲଞ୍ଚ କରାଯିବାକୁ ଥିବାବେଳେ ୩ ସଦସ୍ୟ ମହାକାଶରେ ଅତି କମ୍‌ରେ ୭ ଦିନ କଟାଇବେ ବୋଲି ଜଣାପଡ଼ିଛି। ଏଥିଲାଗି ଜିଏସ୍‌ଏଲ୍‌ଭି ମ୍ୟାକ୍‌-୩କୁ ବ୍ୟବହାର କରାଯିବ। ପ୍ରକାଶଥାଉ କି, ଗତବର୍ଷ ସ୍ବାଧୀନତା ଦିବସରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଗନୟାନ ସମ୍ପର୍କରେ ଘୋଷଣା କରିଥିଲେ। ଏହି ମିଶନରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ଏହା କ୍ୟାବିନେଟର ଅନୁମୋଦନ ଲାଭ କରିଥିଲା।


All Right Reserved By Dharitri.Com

ମନ୍ଦିର ଭଙ୍ଗାକୁ ବିରୋଧକରି ଦଳିତଙ୍କ ବିକ୍ଷୋଭ:ଭୀମ ଆର୍ମି ମୁଖ୍ୟଙ୍କ ସମେତ ୯୬ ଗିରଫ

ନୂଆଦିଲ୍ଲୀ, ୨୩ା୮(ପି.ଟି.):ଦିଲ୍ଲୀ ପୋଲିସ ତୋଗଲକବାଦ୍‌ଠାରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ସମେତ ୯୬ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ଏମାନେ ବେଆଇନ ଭାବେ ଏକାଠି ହୋଇ...

ଜେଲ୍‌ରୁ ମୁକୁଳିଲେ ପି. ଚିଦାମ୍ବରମ

ନୂଆଦିଲ୍ଲୀ,୫ା୧୨(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ମନିଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟ ଜାମିନ ମଞ୍ଜୁର କରିବା ପରେ ବୁଧବାର ରାତିରେ ସେ ଜେଲ୍‌ରୁ ମୁକୁଳିଛନ୍ତି।...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଲୋକଙ୍କ ଉପରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୩।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ହୀରାନଗର ସେକ୍ଟରରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକୁ ଲକ୍ଷ୍ୟ କରି...

୨୦୦ କି.ମି. ଚାଲି କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦ା୩: କରୋନା ସଂକ୍ରମଣ କମାଇବା ପାଇଁ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌ ଦାଦନ ଶ୍ରମିକଙ୍କ ଦୁଃଖକୁ ବହୁଗୁଣିତ କରିଦେଇଛି। ରାଜଧାନୀ ଦିଲ୍ଲୀରୁ ଘରକୁ ଫେରିବା ଲାଗି...

ଜେଏନ୍‌ୟୁ ହିଂସା: ତଥ୍ୟ ସୁରକ୍ଷିତ ରଖିବାକୁ ଫେସ୍‌ବୁକ୍‌-ହ୍ବାଟସ୍‌ଆପ୍‌-ଆପଲ-ଗୁଗୁଲକୁ ହାଇକୋର୍ଟ ପକ୍ଷରୁ ନୋଟିସ୍‌ ଜାରି

ନୂଆଦିଲ୍ଲୀ,୧୩।୧: ଜେଏନ୍‌ୟୁ ହିଂସା ମାମଲାରେ ତଥ୍ୟ ସୁରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଫେସ୍‌ବୁକ୍‌-ହ୍ବାଟସ୍‌ଆପ୍‌-ଆପଲ-ଗୁଗୁଲକୁ ନୋଟିସ୍‌ ଜାରି କରାଯାଇଛି। ୩ ଜଣ ପ୍ରଫେସର ସିସିଟିଭି ତଥ୍ୟକୁ...

ସ୍ତ୍ରୀ ଓ ୨ ପିଲାଙ୍କୁ ମାରି ଯନ୍ତ୍ରୀଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ,୩ା୩: ହାଇଦ୍ରାବାଦର ହସ୍ତିନାପୁରମ୍‌ ଅନ୍ତର୍ଗତ ଏଲ୍‌ବି ନଗରରେ ଜଣେ ଯନ୍ତ୍ରୀ ଆର୍ଥିକ ସଙ୍କଟ ଯୋଗୁ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ମାରି ନିଜେ ଆତ୍ମହତ୍ୟା...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଭିଯୋଗ: ଆତଙ୍କବାଦ ରପ୍ତାନି କରୁଛି ପାକିସ୍ତାନ

ଜାତିସଂଘ,୭ା୧୧(ପି.ଟି.): ଜାତିସଂଘ ସୁରକ୍ଷା ପରିଷଦ ଅଧିବେଶନରେ ପାକିସ୍ତାନ କଶ୍ମୀର ମହିଳାଙ୍କ ଅଧିକାର ପ୍ରସଙ୍ଗ ଉଠାଇଥିଲାବେଳେ ଭାରତ ଏହାର କଡ଼ା ସମାଲୋଚନା କରିଛି। ଇସ୍‌ଲାମାବାଦ ଆତଙ୍କବାଦ ରପ୍ତାନି...

ପାଠପଢ଼ା ନିଶା: ୯୩ ବର୍ଷରେ ମାଷ୍ଟର ଡିଗ୍ରୀ

ନୂଆଦିଲ୍ଲୀ, ୧୯।୨: ପାଠ ପାଇଁ ଯେ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ ତାହା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ଇନ୍ଦିରା...

Leave a comment

Your email address will not be published. Required fields are marked *