ଅଟୋ ସେକ୍ଟର ପାଇଁ ଜିଏସ୍‌ଟି ହ୍ରାସ: ରାଜ୍ୟ ଆଡ଼କୁ ଦାୟିତ୍ୱ ଠେଲି ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୭ା୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାର ନିଜର ଦାୟିତ୍ୱ ନିର୍ବାହ କରିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଆଡକୁ ଠେଲି ଦେଇଛନ୍ତି। ଶୁକ୍ରବାର ଅଟୋ ଯନ୍ତ୍ରାଂଶ ନିର୍ମାତାଙ୍କ ବାର୍ଷିକ ବୈଠକରେ ଯୋଗଦେଇଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଗୋଟିଏ ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି। ସେ କହିଛନ୍ତି ଯେ, ଅଟୋ ନିର୍ମାତାମାନେ ଜିଏସ୍‌ଟି ହ୍ରାସ ପାଇଁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ପ୍ରଥମେ ରାଜି କରାନ୍ତୁ। ସେମାନେ ରାଜି ହୋଇଗଲେ ଜିଏସ୍‌ଟି କାଉନସିଲ୍‌ରେ ଏହାକୁ ନେଇ ନିଷ୍ପତ୍ତି ନେବା ସହଜ ହୋଇଯିବ।
ସୂଚନାଥାଉ କି, ମାନ୍ଦାବସ୍ଥା କାରଣରୁ ଅଟୋ ସେକ୍ଟର ଏବେ ଘୋର ସଙ୍କଟରେ ରହିଛି। ଏଥିପାଇଁ ଏକାଧିକ କାରଣକୁ ଦାୟୀ କରାଯାଇପାରେ। ତେବେ ଉଚ୍ଚ ହାରରେ ଜିଏସ୍‌ଟି ଆଦାୟ ଅଟୋ ସେକ୍ଟର ପାଇଁ ସଙ୍କଟ ଆଣିଛି ବୋଲି ନିର୍ମାତା ମାନେ ଅଭିଯୋଗ କରିଆସୁଛନ୍ତି। ସେମାନେ ଜିଏସ୍‌ଟି ହାରକୁ ୨୮ରୁ ୧୮%କୁ ହ୍ରାସ କରିବା ଲାଗି ଦାବି କରୁଛନ୍ତି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ଆଲୋଚନା କାଳରେ ମଧ୍ୟ ସେମାନେ ସମାନ ଦାବି ଜଣାଇଥିଲେ। ତେବେ ସୀତାରାମନ୍‌ ଏ ଦିଗରେ ଜିଏସ୍‌ଟି କାଉନସିଲ୍‌ର ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇ ସାରିଛନ୍ତି। ଶୁକ୍ରବାର ଅଟୋ ଯନ୍ତ୍ରାଂଶ ନିର୍ମାତା ସଂଗଠନର ବାର୍ଷିକ ବୈଠକରେ ଯୋଗ ଦେଇ ଠାକୁର କହିଛନ୍ତି ଯେ, ଯେକୌଣସି ସାମଗ୍ରୀର ଜିଏସ୍‌ଟି ହାର ହ୍ରାସ କରିବାକୁ ହେଲେ ପ୍ରଥମେ ଫିଟ୍‌ମେଣ୍ଟ କମିଟିରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥାଏ। ଏହାପରେ କମିଟିର ପରାମର୍ଶ ବା ସୁପାରିସ୍‌ କ୍ରମେ ଜିଏସ୍‌ଟି କାଉନସିଲ୍‌ ଜିଏସ୍‌ଟି ହାର ହ୍ରାସ ସମ୍ପର୍କରେ ନିଷ୍ପତ୍ତି ନେଇଥାଏ। ଏଣୁ ଅଟୋ ନିର୍ମାତା, ଡିଲର ଓ ସମ୍ବନ୍ଧିତ ପକ୍ଷମାନେ ଏକତ୍ରିତ ହୋଇ ପ୍ରଥମେ ଜିଏସ୍‌ଟି କାଉନସିଲ୍‌ରେ ସାମିଲ ଅର୍ଥମନ୍ତ୍ରୀମାନଙ୍କୁ ଭେଟନ୍ତୁ। ସେମାନଙ୍କୁ ଅଟୋ ସେକ୍ଟରରେ ଦେଖାଦେଇଥିବା ବର୍ତ୍ତମାନର ପରିସ୍ଥିତି, ମାନ୍ଦାବସ୍ଥାର ପ୍ରଭାବ, ଆଗାମୀ ଭବିଷ୍ୟତ ଆଦି ସମ୍ପର୍କରେ ବୁଝାଇବାକୁ ହେବ। ସେ କହିଛନ୍ତି ଯେ, ଜିଏସ୍‌ଟି ହାର ହ୍ରାସ ନେଇ ଅଟୋ ନିର୍ମାତା, ଡିଲର ଓ ସମ୍ପୃକ୍ତ ପକ୍ଷଙ୍କ ପକ୍ଷରୁ ଏକାଧିକ ଦାବିପତ୍ର କେନ୍ଦ୍ର ସରକାର ପାଇଛନ୍ତି। ଏହାକୁ ସରକାର ବିଚାର କରୁଛନ୍ତି। ଅନେକ ମୂଳ ଯନ୍ତ୍ରାଂଶ ବିନିର୍ମାତା ଦେଶର ବିଭିନ୍ନ ଅଞ୍ଚଳରେ କାମ କରୁଛନ୍ତି।

ସେମାନେ ଜିଏସ୍‌ଟି ହାର ହ୍ରାସ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ନିକଟରେ ଉତ୍ଥାପନ କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଠାକୁର କହିଛନ୍ତି ଯେ, ରାଜ୍ୟ ଅର୍ଥମନ୍ତ୍ରୀମାନେ ଅଟୋ ସେକ୍ଟର ସାମ୍ନା କରୁଥିବା ଆହ୍ବାନଗୁଡ଼ିକ ସମ୍ପର୍କରେ ଅବଗତ ହେବା ଦରକାର। ସେମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ଉଚିତ୍‌ ବୋଲି ସେ ଚାହଁୁଛନ୍ତି। ଜିଏସ୍‌ଟି କାଉନସିଲ୍‌ରେ ଏହାକୁ ନେଇ ଆଲୋଚନା ହେଉ। ପ୍ରତ୍ୟେକ ସ୍ତରରେ ସମସ୍ତେ ନିଜର ମତପୋଷଣ କରନ୍ତୁ। ଆସନ୍ତା ୨୦ରେ ଗୋଆରେ ଜିଏସ୍‌ଟି କାଉନସିଲ୍‌ ବୈଠକ ବସିବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଅଟୋ ସେକ୍ଟରକୁ ସହାୟତା ପ୍ରଦାନ କରିବା ଲାଗି କେତେକ ପଦକ୍ଷେପ ଇତିମଧ୍ୟରେ ଘୋଷଣା କରିସାରିଛନ୍ତି। ଅଟୋ ସେକ୍ଟରକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଠାକୁର କହିଛନ୍ତି।


All Right Reserved By

ୟେସ୍‌ ବ୍ୟାଙ୍କର ଶେୟାର ବିକିଲେ ରାଣା କପୁର

ନୂଆଦିଲ୍ଲୀ,୨୨-୯: ୟେସ୍‌ ବ୍ୟାଙ୍କର ପ୍ରମୋଟର ଗ୍ରୁପ୍‌ କମ୍ପାନୀ ଏବଂ ଏହାର ସହ ପ୍ରତିଷ୍ଠାତା ରାଣା କପୁର ବ୍ୟାଙ୍କର ମୋଟ୍‌ ୨.୭୫% ଅଂଶଧନ ବିକ୍ରି କରିଦେଇଛନ୍ତି। ଖୋଲା...

ମୁଡିଜ୍‌ର ଆକଳନ; ଭାରତୀୟ ବ୍ୟାଙ୍କଗୁଡ଼ିକର ଚାପଗ୍ରସ୍ତ ସମ୍ପତ୍ତି ବଢିବ

ନୂଆଦିଲ୍ଲୀ,୯-୯: ଦେଶର ବ୍ୟାଙ୍କଗୁଡିକ ଏବେ ସମସ୍ୟା ଦେଇ ଗତି କରୁଥିବା ବେଳେ ବ୍ୟାଙ୍କରପ୍ସି (ଦେବାଳିଆ) ମାମଲାର ସମାଧାନ ବିଳମ୍ବିତ ହେଉଛି। ଏହି କାରଣରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର...

ଅଣପାରମ୍ପରିକ ମାଧ୍ୟମରେ ତେଲ ବିକୁଛି ଇରାନ

ତେହରାନ,୯-୬: ଆମେରିକା ପକ୍ଷରୁ ଆର୍ଥିକ କଟକଣା ଲାଗୁ କରାଯାଇଥିବା ବେଳେ ଇରାନ ଏହାର ଗଳାବାଟ ବାହାର କରି ଅଶୋଧିତ ତେଲ ବିକୁଛି ବୋଲି କହିଛି। ଦେଶର...

‘୨୫ ବିମାନବନ୍ଦର ଘରୋଇକରଣ ହେବ’

ନୂଆଦିଲ୍ଲୀ,୨୭-୭: କେନ୍ଦ୍ର ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ୨୦ରୁ ୨୫ ବିମାନବନ୍ଦରକୁ ଘରୋଇକରଣ କରିବେ ବୋଲି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର...

ଭୁବନେଶ୍ୱରରେ ଖୋଲା ରହିଲା ସିସିଡି

ଭୁବନେଶ୍ୱର,୧।୮ (ବ୍ୟୁରୋ) ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର କିଛି ପ୍ରାନ୍ତରେ ଥିବା ସିସିଡି ଆଉଟଲେଟଗୁଡିକ ବନ୍ଦ ରହିଥିଲା। ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱର,...

ସୋମବାର ବ୍ୟାଙ୍କ ସିଇଓଙ୍କୁ ଭେଟିବେ ସୀତାରାମନ୍‌

ନୂଆଦିଲ୍ଲୀ,୩-୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର ରାଷ୍ଟ୍ରାୟତ୍ତ ଓ କେତେକ ବୃହତ ଘରୋଇ ବ୍ୟାଙ୍କ(ପିଏସ୍‌ୟୁ)ର ସିଇଓଙ୍କୁ ଭେଟିବେ। ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିର ସମୀକ୍ଷା ସହ...

ପିଆଜର ଦରବୃଦ୍ଧି ନେଇ ବଢ଼ିଲା ଚିନ୍ତା;୫୦ହଜାର ଟନ ଉଠାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ -୮: ଗରିବର ପରିବା କୁହାଯାଉଥିବା ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଚିନ୍ତିତ। ଦର ନିୟନ୍ତ୍ରଣ ଲାଗି ଏବେ କେନ୍ଦ୍ର ଖାଦ୍ୟ ଯୋଗାଣ...

ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ୧.୦୫ ଲକ୍ଷ କୋଟି

ନୂଆଦିଲ୍ଲୀ,୬-୭: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ୧.୦୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ଅନ୍ତରୀଣ ବଜେଟରେ ୯୦,୦୦୦ କୋଟି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *