Posted inଜାତୀୟ

ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ

ନୂଆଦିଲ୍ଲୀ,୭ା୯(ପି.ଟି./ଆଇଏଏନ୍‌ଏସ୍‌): ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୨ଟା ୧୫ମିନିଟ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ପାଦ ଥାପିପାରିନାହିଁ। ଜୁଲାଇ ୨୨ରେ ଲଞ୍ଚ ହୋଇଥିବା ଚନ୍ଦ୍ରୟାନ-୨ ରାତି ୧ଟା ୫୩ରେ ଜହ୍ନର ଦକ୍ଷିଣ ମେରୁକୁ ସ୍ପର୍ଶ କରିବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ‘ବିକ୍ରମ’ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଚନ୍ଦ୍ରପୃଷ୍ଠରେ ବିକ୍ରମ ଅବତରଣ କରିବା ପରେ ତା’ଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇ ଜଳର ସନ୍ଧାନ କରିବା ସହ ଅନ୍ୟାନ୍ୟ ବିଷୟ ଉପରେ ଅନୁଧ୍ୟାନ କରିବ ଏବଂ ଭବିଷ୍ୟତରେ ଚନ୍ଦ୍ରକୁ ମଣିଷର ଯାତ୍ରାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଥିଲା। ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଚନ୍ଦ୍ରରେ ସୂକ୍ଷ୍ମ ଅବତରଣର ଶେଷ ୧୫ ମିନିଟ ଅତିକ୍ରମ କରିବା ପରେ ମଧ୍ୟ କଣ୍ଟ୍ରୋଲ ରୁମ୍‌କୁ କୌଣସି ସୂଚନା ମିଳି ନ ଥିଲା। ଶେଷରେ ପୂର୍ବରୁ ହସ୍ତଗତ ହୋଇଥିବା ସଙ୍କେତକୁ ବିଶ୍ଳେଷଣ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ୍‌ ଘୋଷଣା କରିଥିଲେ।
୨୦୦୮ ଅକ୍ଟୋବର ୨୨ରେ ଭାରତର ପ୍ରଥମ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୧ର ଉତ୍‌କ୍ଷେପଣ କରାଯାଇଥିଲା। ପ୍ରଥମ ଚନ୍ଦ୍ର ମିଶନର ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଏହାର ପ୍ରାୟ ୧୧ ବର୍ଷ ପରେ ଗତ ଜୁଲାଇ ୨୨ ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଜିଏସ୍‌ଏଲ୍‌ଭି ଏମ୍‌କେ ତୃତୀୟରୁ ଚନ୍ଦ୍ରୟାନ-୨ ଲଞ୍ଚ୍‌ କରାଯାଇଥିଲା। ଚନ୍ଦ୍ରୟାନ-୨ରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଲୁନାର୍‌ ଅର୍ବିଟର, ଲ୍ୟାଣ୍ଡର ଓ ଲୁନାର ରୋଭର ରହିଛି। ଚନ୍ଦ୍ରରେ ଅବସ୍ଥିତି ଚିହ୍ନଟ କରି ଜଳର ସନ୍ଧାନ କରିବା ହେଉଛି ଏହି ମିଶନର ଉଦ୍ଦେଶ୍ୟ।

ଶୁକ୍ରବାର ରାତିରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ତା’ଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇଥାଆନ୍ତା। ଚନ୍ଦ୍ରପୃଷ୍ଠରେ ୧୪ ଦିନ (ଚନ୍ଦ୍ରର ଦିନେ) ପାଇଁ ଏହା ରାସାୟନିକ ବିଶ୍ଳେଷଣ କରିବା ପାଇଁ ଲକ୍ଷ୍ୟ ରହିଥିଲା। ସେଠାରୁ ଚନ୍ଦ୍ରୟାନ-୨ର ଅର୍ବିଟର ଓ ଲ୍ୟାଣ୍ଡର ଜରିଆରେ ପୃଥିବୀକୁ ତଥ୍ୟ ପ୍ରେରଣ କରିଥାଆନ୍ତା। ଅର୍ବିଟର ସେଠାରେ ବର୍ଷକ ପାଇଁ କାର୍ଯ୍ୟ କରିବ ବୋଲି କୁହାଯାଉଥିଲା। ପୂର୍ବରୁ ଚନ୍ଦ୍ରପୃଷ୍ଠରେ ରୁଷିଆ, ଆମେରିକା ଓ ଚାଇନାର ମହାକାଶ ସଂସ୍ଥାଗୁଡ଼ିକର ଯାନ ସୂକ୍ଷ୍ମ ଅବତରଣ କରିଥିବାବେଳେ ଏହି କ୍ଷେତ୍ରରେ ଭାରତ ଚତୁର୍ଥ ରାଷ୍ଟ୍ର ହୋଇଥାଆନ୍ତା।
୯୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚନ୍ଦ୍ରୟାନ-୨ର ସଫଳତା ଉପରେ କେବଳ ଭାରତ ନୁହେଁ, ସାରା ବିଶ୍ୱର ବୈଜ୍ଞାନିକମାନଙ୍କ ନଜର ରହିଥିଲା। ଭାରତର ମହାକାଶ କାର୍ଯ୍ୟକ୍ରମର ଏହି ବିଶେଷ ମୁହୂର୍ତ୍ତକୁ ୧୩୦ କୋଟି ଭାରତୀୟ ଅପେକ୍ଷା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ସେଣ୍ଟରରେ ଏହାକୁ ଦେଖିବା ପାଇଁ ଯାଇଥିଲେ। ମାଇଁ ଗଭ୍‌ ଓ୍ବେବ୍‌ ପୋର୍ଟାଲ ଜରିଆରେ ଇସ୍ରୋ ସ୍ପେସ୍‌ କୁଇଜ୍‌ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଦେଶର ବିଭିନ୍ନ ଭାଗର ୭୦ ଛାତ୍ରୀଛାତ୍ର ମଧ୍ୟ ବେଙ୍ଗାଲୁରୁରେ ମୋଦିଙ୍କ ସହ ଏହାକୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତକୁ କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଭି ଚ୍ୟାନେଲଗୁଡ଼ିକରେ ଏହାର ସିଧାପ୍ରସାରଣକୁ ଦେଖିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। କର୍ନାଟକର ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସହ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ୭୦ ଛାତ୍ରୀଛାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ୨.୧ କି.ମି. ଦୂରତା ଥିବାବେଳେ କୌଣସି ସିଗ୍‌ନାଲ ନ ମିଳିବା ପରେ ବୈଜ୍ଞାନିକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଏଥିରେ ନିରାଶ ନ ହୋଇ ଆଗକୁ ସାହସର ସହ ପ୍ରଚେଷ୍ଟା ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।


All Right Reserved By Dharitri.Com

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ: ହିଜ୍‌ବୁଲ କମାଣ୍ଡର ଗିରଫ

ଶ୍ରୀନଗର, ୨୨ା୨(ପି.ଟି.): ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀ ଦ୍ୱୟ ହେଲେ କୁଲଗାମ୍‌ ନିବାସୀ ନଭିଦ୍‌...

ପାଣିପାଗ ବିଭାଗର ସତର୍କ ସୂଚନା: ଆସନ୍ତା ୪ ଘଣ୍ଟାରେ ହେବ ପ୍ରବଳ ବର୍ଷା

ମୁମ୍ବାଇ,୨୫।୭: ମୁମ୍ବାଇ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୪ ଘଣ୍ଟା ମଧ୍ୟରେ ମୁମ୍ବାଇର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଥାନେ, ରାଇଗଡ଼,...

ବାଜପେୟୀ-କାଲାମଙ୍କ ସଫଳ ଉଦ୍ୟମ: ୨୨ ବର୍ଷ ତଳେ ଭାରତ ହୋଇଥିଲା ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର

ନୂଆଦିଲ୍ଲୀ,୧୦।୫: ପ୍ରତିବର୍ଷ ମେ ୧୧କୁ ଦେଶବ୍ୟାପି ରାଷ୍ଟ୍ରୀୟ ପ୍ରାଦୌଗିକ ଦିବସ ଭାବେ ପାଳନ କରାଯାଉଛି। ୨୨ ବର୍ଷ ତଳେ ୧୯୯୮ ମେ ୧୧ରେ ଭାରତ ରାଜସ୍ଥାନ...

ପ୍ରିୟଙ୍କାଙ୍କୁ ମୁକ୍ତ କରିବାରେ ବିଳମ୍ବ ହେବା ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ,୧।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରିବା ଅପରାଧରେ ଗିରଫ ହୋଇଥିବା ଭାଜପା କର୍ମୀ ପ୍ରିୟଙ୍କା ଶର୍ମାଙ୍କୁ ମୁକ୍ତ କରିବାରେ...

କରୋନା ସଚେତନତା ବାର୍ତ୍ତା: ଠାକୁର ପିନ୍ଧିଲେ ମାସ୍କ

ବାରାଣାସୀ: କରୋନା ଭୂତାଣୁ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି। ଏହା ସହିତ ଆଲିଙ୍ଗନ ଏବଂ...

ଶାହିନବାଗରେ ପ୍ରଦର୍ଶନକାରୀଙ୍କୁୁ ହଟାଇବାକୁ ପହଞ୍ଚିଲେ ସାଧାରଣ ଜନତା

ନୂଆଦିଲ୍ଲୀ,୨।୨: ଶାହିନବାଗରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ରାସ୍ତା ଖାଲି କରିବା ପାଇଁ ସେଠାରୁ ପ୍ରଦର୍ଶନମାରୀଙ୍କୁ ହଟାଇବା ଲାଗି ରବିବାର...

ସାମ୍ବିଧାନିକ ବୈଧତାକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ସଂଶୋଧନ ଆଇନ, ୨୦୧୮ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ସୋମବାର କାଏମ ରଖିଛନ୍ତି। ଏହି ଆଇନରେ ଏତଲା ରୁଜୁ କରିବା ପୂର୍ବରୁ...

ଅମ୍ଫନ୍‌ କ୍ଷୟକ୍ଷତି: ପଶ୍ଚିମବଙ୍ଗ ପାଇଁ ୧୦୦୦କୋଟି ଟଙ୍କା ସହାୟତା ରାଶି ଘୋଷଣା କଲେ ମୋଦି

କୋଲକାତା,୨୨।୫: ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫନ୍‌ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ...

Leave a comment

Your email address will not be published. Required fields are marked *