ଏକ୍‌ଜିଟ ପୋଲ୍‌:ଉଛୁଳିଲା ବଜାର

ମୁମ୍ବାଇ,୨୧-୫: ଦେଶର ସାଧାରଣ ନିର୍ବାଚନ ଫଳାଫଳ ୨୩ରେ ଆସିବାକୁ ଥିବା ବେଳେ କେନ୍ଦ୍ରରେ ପୁଣି ଥରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିବା ନେଇ ଏକ୍‌ଜିଟ ପୋଲ୍‌ କହିସାରିଛି। ଏପରିସ୍ଥିତିରେ ସୋମବାର ଏହାର ପ୍ରଭାବ ଶେୟାର ବଜାର ଉପରେ ପରିଲକ୍ଷିତ ହୋଇଛି। ନିବେଶକଙ୍କ ମଧ୍ୟରେ ଉତ୍ସାହ ଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ସୂଚକାଙ୍କ ୧୪୨୧.୯୦ ପଏଣ୍ଟ (୩.୭୫%) ବୃଦ୍ଧି ଘଟିଛି, ଯାହା କି ରେକର୍ଡ ଭାଙ୍ଗିଛି। ବିଏସ୍‌ଇ ସେନ୍‌ସେକ୍ସ ୩୯,୩୫୨.୬୭ ପଏଣ୍ଟ ସ୍ତର ଛୁଇଁଥିବା ବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୪୨୧.୧୦ ପଏଣ୍ଟ( ୩.୬୯%) ବୃଦ୍ଧି ଘଟି ୧୧,୮୨୮.୨୫ ସ୍ତରରେ ବନ୍ଦ ହୋଇଛି। ୩୦ ସୂଚକାଙ୍କ ବିଶିଷ୍ଟ ବିଏସ୍‌ଇରେ ସୋମବାର ଦୈନିକ କାରବାର ଗତ ୬ ବର୍ଷର ସର୍ବୋଚ୍ଚ ସ୍ତରରେ ରହିବା ସହ ଇଣ୍ଟ୍ରାଡେ ରେକର୍ଡ ୩୯,୪୧୨.୫୬ ପଏଣ୍ଟ ସ୍ତର ଛୁଇଁବାକୁ ସକ୍ଷମ ହୋଇଥିଲା। ସେହିଭଳି ନିଫ୍ଟି ଏହାର ଦୈନିକ କାରବାରରେ ୧୦ ବର୍ଷର ରେକର୍ଡକୁ ଭାଙ୍ଗିଥିବା ଜଣାପଡିଛି। ଏହି ସମୟରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣରେ ୫.୩୩ ଲକ୍ଷ କୋଟି ବୃଦ୍ଧି ଘଟିଥିବା ବେଳେ ନିବେଶକଙ୍କୁ ୫.୩୩ ଲକ୍ଷ କୋଟି ଟଙ୍କା ଲାଭ ହୋଇଥିବା ଷ୍ଟକ ବଜାର ସୂତ୍ରରୁ ଜଣାଯାଇଛି।
ବିଏସ୍‌ଇରେ ଏସ୍‌ବିଆଇ, ଇଣ୍ଡସଇଣ୍ଡ ବ୍ୟାଙ୍କ,ଟାଟା ମୋଟର୍ସ, ଏଲ ଆଣ୍ଡ ଟି, ୟେସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି,ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ମାରୁତି, ଓଏନ୍‌ଜିସି, ରିଲାଏନ୍ସ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଭଳି କମ୍ପାନୀଗୁଡିକର ଷ୍ଟକ କାରବାର ଉନ୍ନତ ରହିଛି। ଉକ୍ତ କମ୍ପାନୀଗୁଡିକର ଷ୍ଟକରେ ପ୍ରାୟ ୮.୫୧% ବୃଦ୍ଧି ଘଟିଛି। ଏହି ସମୟରେ ବଜାଜ ଅଟୋ ଏବଂ ଇନଫୋସିସର କାରବାର ୧.୦୪% ହ୍ରାସ ଘଟିଛି। ବିଏସ୍‌ଇର ମିଡ୍‌ କ୍ୟାପ ଏବଂ ସ୍ମଲ କ୍ୟାପ ସୂଚକାଙ୍କରେ କାରବାର ପ୍ରାୟ ୩.୫୭% ବଢିଛି।
ଏହାବାଦ ନିଫ୍ଟିରେ ପିଏସ୍‌ୟୁ ବ୍ୟାଙ୍କ, ରିୟଲିଟି, ଫାଇନାନ୍ସିଆଲ ସର୍ଭିସ,ବ୍ୟାଙ୍କିଙ୍ଗ ଷ୍ଟକ ଭଲ ପ୍ରଦର୍ଶନ କରିବା ସହ ୭.୮୮% ଉଚ୍ଚ ସ୍ତରରେ ରହିଛି। ରବିବାର ପ୍ରକାଶିତ ଏକ୍‌ଜିଟ ପୋଲ ଫଳାଫଳରେ କେନ୍ଦ୍ରର ଶାସନାଧୀନ ଏନ୍‌ଡିଏକୁ ୩୦୦ରୁ ଅଧିକ ଆସନ ମିଳିବ ବୋଲି କୁହାଯାଇଛି। ଲୋକସଭାରେ ସଂଖ୍ୟା ଗରିଷ୍ଠତା କୁହାଯାଉଥିବା ୨୭୨ ଆସନ ଠାରୁ ଏନ୍‌ଡିଏ ଅଧିକ ଆସନ ଲାଭ କରିବାକୁ ସକ୍ଷମ ହେବ ଆକଳନ କରାଯାଇଛି। ଏନ୍‌ଡିଏ ସରକାର ପୁଣି କ୍ଷମତାକୁ ଆସିଲେ ସଂସ୍କାର ଧାରା ଜାରି ରଖିବେ ବୋଲି ବଜାର ବିଶେଷଜ୍ଞ ମାନେ କହିଛନ୍ତି। ଏନ୍‌ଡିଏକୁ ସଂଖ୍ୟା ଗରିଷ୍ଠତା ମିଳିବା ନେଇ ଆକଳନ ହୋଇଥିବାରୁ ଏହାର ପ୍ରଭାବ ପୁଞ୍ଜି ବଜାର ଉପରେ ପଡିଥିବା ଏମ୍‌କେ ଓ୍ବେଲଥ ମ୍ୟାନେଜମେଣ୍ଟ ରିସର୍ଚ୍ଚର ମୁଖ୍ୟ ଯୋଶେପ ଥୋମାସ କହିଛନ୍ତି। ସେହିଭଳି ଦିନ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ୪୯ ପଇସା ବୃଦ୍ଧି ଘଟିଛି। ଏହା ବାଦ ବ୍ରେଣ୍ଟ କ୍ରୁଡ ମୂଲ୍ୟ ମଧ୍ୟ ବ୍ୟାରେଲ ପିଛା ୭୨.୬୧ ଡଲାର ରହିଛି। ଏଥିରେ ୧.୪୦% ବୃଦ୍ଧି ଘଟିଥିବା ବଜାର ସୂତ୍ରରୁ ପ୍ରକାଶ ପାଇଛି।


All Right Reserved By

୧୮ ଦିନ କାମ ବନ୍ଦ କଲା ଅଶୋକ ଲେଲ୍ୟାଣ୍ଡ

ନୂଆଦିଲ୍ଲୀ,୧୦-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ଚିନ୍ତିତ କମ୍ପାନୀଗୁଡ଼ିକ କାର୍ଯ୍ୟ ସମୟ ହ୍ରାସ କରିବା ଭଳି ଉପାୟ ଆପଣାଇବା ଆରମ୍ଭ କଲେଣି। ମାରୁତି ତା’ର...

ହାଇକୋର୍ଟରେ ଚୋକସିଙ୍କ ସତ୍ୟପାଠ;ଫେରାର ହୋଇନି, ଟ୍ରିଟ୍‌ମେଣ୍ଟ ପାଇଁ ବିଦେଶ ଯାଇଛି

ନୂଆଦିଲ୍ଲୀ,୧୮-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ସୋମବାର ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି।...

ବିଦେଶୀ ମୁଦ୍ରା ଭଣ୍ଡାରରେ ସର୍ବକାଳୀନ ରେକର୍ଡ

ମୁମ୍ବାଇ,୧୭ -୮: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଅଗଷ୍ଟ ୯ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ୧.୬୨୦ ବିଲିୟନ ଡଲାର ବୃଦ୍ଧି ପାଇ ୪୩୦.୫୭୨ ବିଲିୟନ ଡଲାର...

କମିଲା କର୍ପୋରେଟ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ, ୨୦।୯: ଗୋଆରେ ବସିବାକୁ ଥିବା ଜିଏସ୍‌ଟି ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ ଘୋଷଣା କରିଛନ୍ତି। କମ୍ପାନୀ ଏବଂ ବ୍ୟବସାୟୀଙ୍କୁ ଖୁସି...

ମାନ୍ଦାବସ୍ଥାକୁ ନେଇ ଟ୍ରମ୍ପ ଭୟଭୀତ;ଟିକସ ହ୍ରାସ, ଟାରିଫ ପ୍ରତ୍ୟାହାର ବିଚାର

ନୂଆଦିଲ୍ଲୀ,୨୧-୮: ଚାଇନା ସହିତ ବାଣିଜ୍ୟ ଯୁଦ୍ଧ ଆରମ୍ଭ ଯୋଗୁ ଆସନ୍ତା ୨ ବର୍ଷ ଭିତରେ ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥା ଗ୍ରାସ କରିବ ବୋଲି ବିଶ୍ୱର ଅର୍ଥନୀତିଜ୍ଞମାନେ...

ଘର କ୍ରେତା ବକେୟା ଉପରେ ଦେବେ ୧୨% ଜିଏସ୍‌ଟି

ନୂଆଦିଲ୍ଲୀ,୧୬।୫: ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ବିଲ୍‌ଡରଙ୍କ ଦ୍ୱାରା ନିର୍ମିତ  ପ୍ରକଳ୍ପକୁ ଯଦି ନିର୍ମାଣ ଶେଷ ହୋଇଥିବା ସାର୍ଟିଫିକେଟ ମିଳିଯାଏ, ତେବେ ଘର କ୍ରେତା ...

୯ ପ୍ରମୁଖ ସହରରେ ବିକ୍ରି ହୋଇନି ୪ ଲକ୍ଷ ଶସ୍ତା ଫ୍ଲାଟ୍‌

ନୂଆଦିଲ୍ଲୀ,୧୯-୮: ଶସ୍ତା ଘର ଚାହିଦା ବୃଦ୍ଧି ପାଇବା ସତ୍ତ୍ୱେ ଦେଶର ୯ ସହରରେ ୪.୧୨ ଲକ୍ଷ ଏଭଳି ଆପାର୍ଟମେଣ୍ଟ ଅଥବା ଫ୍ଲାଟ୍‌ ବିକ୍ରି ହୋଇପାରିନାହିଁ। ଏହି...

କେବଳ ବାଣିଜ୍ୟ ନୁହେଁ ; ଗ୍ରାହକ ସମ୍ପର୍କକୁ ଦେଉ ପ୍ରାଥମିକତା

ଗ୍ରାହକଙ୍କ ରୁଚିରେ ଏବେ ପରିବର୍ତ୍ତନ ଆସଛି। ସେମାନେ ଏବେ ଗୁଣବତ୍ତା, ପ୍ରଡକ୍ଟ ସଲ୍ୟୁଶନ ଉପରେ ବିଶ୍ୱାସ କରୁଛନ୍ତି। ଇଲେକଟ୍ରୋନିକ୍ସ ପ୍ରଡକ୍ଟ ଯୋଗାଣ କ୍ଷେତ୍ରରେ ରାଜ୍ୟର ଏକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *