ନବନିର୍ମାଣ କୃଷକ ସଙ୍ଗଠନର ଜିଲାସ୍ତରୀୟ ସାଙ୍ଗଠନିକ ବୈଠକ:  ୬ରେ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ

ନୟାଗଡ଼ ଅଫିସ,୭।୯-ନୟାଗଡ଼ ଜିଲା ନବନିର୍ମାଣ କୃଷକ ସଙ୍ଗଠନର ଜିଲାସ୍ତରୀୟ ସାଙ୍ଗଠନିକ ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଯୋଜକ ମହେଶ୍ୱର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗଦେଇ କାଳିଆ ଯୋଜନାକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ। ଏଥିସହ ଆସନ୍ତା ନଭେମ୍ବର ୬ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ନବନିର୍ମାଣ କୃଷକ ସଙ୍ଗଠନର ସର୍ବଭାରତୀୟ ସମ୍ମିଳନୀରେ ସମାଜସେବୀ ଆନ୍ନା ହଜାରେ ଯୋଗ ଦେବେ ବୋଲି ସେ ସୂଚନା ଦେଇଥିଲେ। ତେଣୁ ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ପ୍ରତ୍ୟେକ ଗାଁର ଚାଷୀମାନେ ଯୋଗଦେବେ। ଏଥିପାଇଁ ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ସଭା କରାଯାଇ ଚାଷୀମାନଙ୍କୁ ସଚେତନ କରାଯିବ। ଜିଲା ସଙ୍ଗଠନ ତରଫରୁ ୧୫ ଜଣିଆ ପ୍ରଚାର କମିଟି ଗଠନ କରାଯାଇଥିଲା। ନନ୍ଦ କର୍ମକର୍ତ୍ତାମାନଙ୍କୁ ଆହ୍ବାନ ଦେଇ କାଳିଆ ଯୋଜନାରେ ଲକ୍ଷ ଲକ୍ଷ ଚାଷୀଙ୍କୁ ଧୋକା ଦିଆଯାଇଥିବା ନେଇ ପ୍ରକାଶ କରିଥିଲେ। ୩ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ୩୦ ଲକ୍ଷ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କ ବାହାନାରେ ଯୋଗ୍ୟ ହିତାଧିକାରଙ୍କୁ କାଟିଦେଇ ସରକାର ପାତରଅନ୍ତର ନୀତି କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଅଗାମୀ ଦିନରେ ଯୋଗ୍ୟ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ନ ମିଳିଲେ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଜିଲା ସହସଂଯୋଜକ ରଣଜିତ୍‌ ଦଳବେହେରା, ମମତା ନାଥ ତୃଣମୂଳସ୍ତରରେ ସଙ୍ଗଠନକୁ ବ୍ୟାପକ କରିବାକୁ ଆହ୍ବାନ ଦେଇଥିଲେ। ଜିଲା ସଂଯୋଜକ ମହେଶ୍ୱର ଜେନା ନବନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ଫଳରେ କୃଷି ବଜେଟ, କାଳିଆ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ସହାୟତା ରାଶି ପରିମାଣ ବୃଦ୍ଧି ପାଇଥିବା ନେଇ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଭାପୁର ବ୍ଲ୍ଳକ ସଂଯୋଜକ ଅଭୟ କୁମାର ଗୁମାନ ସିଂ, ରବୀନ୍ଦ୍ର ବରାଡ଼, ବାଇନାଥ ସାହୁ, ଭାଗବତ ପ୍ରଧାନ, ଅଜୟ କୁମାର ମହାନ୍ତି, କୁଳମଣି ହାତୀ, ନାଥ ପ୍ରଧାନ, ରମେଶ ପଣ୍ଡା, ରୀନାରାଣୀ ବେହେରାଙ୍କ ସମେତ ସଙ୍ଗଠନର ଏକାଧିକ ସଦସ୍ୟ ଯୋଗ ଦେଇଥିଲେ।


All Right Reserved By Dharitri.Com

ଜଳ ନିଷ୍କାସନ ପଥ ଅବରୋଧ:ରାଣୀପଡ଼ା- ବିରିଡିହି ରାସ୍ତାରେ ଛୁଟୁଛି ପାଣି ସୁଅ

ଖଣ୍ଡପଡା,୨୩।୮(ସ୍ବ.ପ୍ର.)-ଗ୍ରାମର ଉଦ୍‌ବୃତ୍ତ ପାଣି ତଥା ବର୍ଷାଜଳ ନିଷ୍କାସନ ହେଉଥିବା ପଥକୁ ଜଣେ ବ୍ୟକ୍ତି ଅବରୋଧ କରିଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ବିରିଡିହି-ରାଣୀପଡା ରାସ୍ତାରେ ପାଣି...

ମହାନଦୀ ଜଳରେ ଭାସୁଛି ନବଜାତ ଶିଶୁପୁତ୍ରର ମୃତଦେହ

ଭାପୁର,୧୭।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ପଞ୍ଚାୟତ ନଣ୍ଡାବର ଗ୍ରାମ ନିକଟ ମହାନଦୀର ଘାଟତୁଠରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଭାସୁଥିବା ଦେଖାଯାଇଛି।...

ଦିଶା ବୈଠକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗୁରୁତ୍ୱ

ନୟାଗଡ଼ ଅଫିସ/ଗଣିଆ (ଡି.ଏନ୍‌.ଏ.),୨୩ା୧: ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ଡାକବଙ୍ଗଳାଠାରେ ବୁଧବାର ଡିଷ୍ଟ୍ରିକ୍ଟ ଡେଭଲପ୍‌ମେଣ୍ଟ କୋ ଅର୍ଡ଼ିନେସନ୍‌ ଆଣ୍ଡ ମନିଟରିଂ କମିଟି (ଦିଶା) ବୈଠକ...

ଚଢା ଦରରେ ବିକ୍ରି ହେଉଛି ୟୁରିଆ: ବସ୍ତା ପ୍ରତି ୨୬୬ ପରିବର୍ତ୍ତେ ନେଉଛନ୍ତି ୩୬୦ ଟଙ୍କା

ନୟାଗଡ଼ ଅଫିସ,୩ା୮: ନୟାଗଡ଼ ବ୍ଲକ ଇଟାମାଟିର ଏକ ସାର ବିକ୍ରୟ କେନ୍ଦ୍ରରୁ ଜଣେ ଚାଷୀ ଶୁକ୍ରବାର ୟୁରିଆ ବସ୍ତା ପିଛା ୩୬୦ ଟଙ୍କାରେ କିଣିଥିଲେ। ଚାଷୀ...

ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଶିବିର ଉଦ୍‌ଘାଟିତ:୨ୟ, ୪ର୍ଥ ମଙ୍ଗଳବାର ଜାରି ରହିବ କାର୍ଯ୍ୟକ୍ରମ

ବୋଲଗଡ଼,୧୪ା୮(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇଦେଶ ପଞ୍ଚାୟତ କାର୍ଯ୍ୟାଳୟଠାରେ ମଙ୍ଗଳବାର ପିପୁଲ୍ସ ଫୋରମ୍‌ ପକ୍ଷରୁ ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଅନ୍ନପୂର୍ଣ୍ଣା ଫାଇନାନ୍ସ ଏଥିରେ ସହଯୋଗ...

ନୟାଗଡ଼ ମେଡ଼ିକାଲ ବୁଲିଲେ ୩ ପ୍ରମୁଖ ଅଧିକାରୀ

ନୟାଗଡ଼ ଅଫିସ,୧୨ା୧୦: ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ ପାଇଁ ଶୁକ୍ରବାର ୩ ପ୍ରମୁଖ ଅଧିକାରୀ...

ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା: ଆବେଦନକାରୀଙ୍କୁ ଅଣଦେଖା

ରଣପୁର,୨୬ା୯(ସ୍ବ.ପ୍ର.): ରଣପୁର ଏନ୍‌ଏସିରେ ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏଥିରେ ଆବେଦନକାରୀଙ୍କୁ ଅଣଦେଖା କରାଯାଇ ଅଣଆବେଦନକାରୀଙ୍କୁ ଅନୁକମ୍ପା ଦେଖାଇ...

କାଗଜକଲମରେ ସୀମିତ ଶୌଚାଳୟ ନିର୍ମାଣ

ନୟାଗଡ଼ ଅଫିସ,୧୯।୧୧- ମଙ୍ଗଳବାର ବିଶ୍ୱ ଶୌଚାଳୟ (ପାଇଖାନା) ଦିବସ। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଲିଭିଂ ନୋ ୱାନ୍‌ ବିହାଇଣ୍ଡ’। କେହି ଯେମିତି ଶୌଚାଳୟରୁ ବଞ୍ଚତ୍ତ...

Leave a comment

Your email address will not be published. Required fields are marked *