ଜିଲାସ୍ତରୀୟ ଜଙ୍ଗଲ ଜମି ଅଧିକାର ଆଇନ ସମ୍ପର୍କିତ ଜନଶୁଣାଣି ଶିବିର

ମହାକାଳପଡା,୭ା୯(ଡି.ଏନ.ଏ.)- ମହାକାଳପଡ଼ାବ୍ଲକ ସଭାଗୃହରେ ଶୁକ୍ରବାର ଜିଲାସ୍ତରୀୟ ଜଙ୍ଗଲ ଜମି ଅଧିକାର ଆଇନ୍‌ ସମ୍ପର୍କିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ ଓ ସଂଶୋଧନ ନିୟମାବଳୀ ଅନୁସାରେ ଖାରଜ ହୋଇଥିବା ଆବେଦନ ଓ ଅପିଲ ଉପରେ ଏହି ଶିବିର ଆୟୋଜିତ ହୋଇଥିଲା। ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତ ଅନ୍ତର୍ଗତ ହେଟାମୁଣ୍ଡିଆ ଗ୍ରାମର ୯୧୫ ଜଣ ହିତାଧିକାରୀଙ୍କୁ ଏହି ଶିବିରରେ ଯୋଗଦେବା ଲାଗି ପୂର୍ବରୁ ନୋଟିସ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ୪୫୭ ଜଣ ହିତାଧିକାରୀ ଏଥିରେ ଯୋଗଦେଇ ଗ୍ରାମରେ ଦୀର୍ଘବର୍ଷ ଧରି ବସବାସ କରି ଆସୁଥିତ୍ବା ଦାବି ଉପସ୍ଥାପନ କରିଥିଲେ। ହେଟାମୁଣ୍ଡିଆ ଏକ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ, ୨୦୦୫ ଡିସେମ୍ବର ୧୩ ତାରିଖ ପୂର୍ବରୁ ଯେଉଁ ପାରମ୍ପରିକ ଆଦିବାସୀ ପରିବାର କିମ୍ବା ଅନ୍ୟାନ୍ୟବର୍ଗର ପାରମ୍ପରିକ ବନବାସୀ ତିନି ପିଢି ଧରି ବସବାସ କରୁଥିବେ ତାର ପ୍ରମାଣ ପତ୍ର ଅବା ରସିଦ୍‌ ଦାଖଲ କରିବାକୁ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହି ଅବସରରେ ୪ଟି ଟେବୁଲରେ ଗ୍ରୁପର ଶୁଣାଣି କରାଯାଇ ହିତାଧିକାରୀଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରାଯାଇଥିଲା।
ଏଥିରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ରାଉତ, ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ, ଜିଲା ମଙ୍ଗଳ ଅଧିକାରୀ କାଳିନ୍ଦୀଚରଣ ଭୋଇ ଯୋଗଦେଇ ଶିବିର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡା ଅତିରିକ୍ତ ତହସିଲଦାର ଅଜିତ କୁମାର ସାହୁ, ଏସିଏଫ୍‌ ବିଜୟ କୁମାର ପରିଡା, ରାମପଦ ଅରବିନ୍ଦ ମିଶ୍ର ପ୍ରମୁଖ ଅଧିକାରୀ ଏଥିରେ ସହଯୋଗ କରିଥିଲେ।


All Right Reserved By

ଜିଓ ଟ୍ୟୁବ୍‌ରେ ଅଗ୍ନିକାଣ୍ଡ: କୋଟି କୋଟି ଟଙ୍କାର ଜିଓ ସିନ୍ଥେଟିକ୍‌ ନଷ୍ଟ

ରାଜନଗର,୨୫।୮(ଡି.ଏନ୍‌.ଏ.): ବଙ୍ଗୋପସାଗର ନିକଟବର୍ତ୍ତୀ ୫୦ଟି ଗ୍ରାମକୁ ସମୁଦ୍ର ଢେଉରୁ ସୁରକ୍ଷା ଦେବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୩୬ କୋଟି ଟଙ୍କା ବ୍ୟୟରେ ଭାରତର ଦ୍ୱିତୀୟ...

ସାପକାମୁଡ଼ାରେ ଚାଷୀଙ୍କ ଜୀବନ ଗଲା

ରାଜନଗର,୫।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମର ଭାଗଚାଷୀ ବୈଲୋଚନ ରାଉତ(୪୮)ଙ୍କ ସାପକାମୁଡ଼ାରେ ମୃତ୍ୟୁ ଘଟିଛି। ସୋମବାର ସକାଳେ ବିଲରେ କାମ...

ବନ୍ୟପ୍ରାଣୀ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ମତ୍ସ୍ୟଜୀବୀ ସଂଘର ବିକ୍ଷୋଭ

ରାଜନଗର,୨୯।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ କାର୍ଯ୍ୟାଳୟ(ଡିଏଫ୍‌ଓ) ସମ୍ମୁଖରେ ଅଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ମହାସଂଘ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗହୀର...

ମହାନଦୀରେ ବନ୍ୟାଜଳ ପ୍ରବାହିତ, ୩ ବ୍ଲକର ଲୋକେ ଆତଙ୍କିତ

କେନ୍ଦ୍ରାପଡ଼ା ଅଫିସ,୧୬।୮: ମହାନଦୀରେ ବନ୍ୟାଜଳ ପ୍ରବାହିତ ହେତୁ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ଗରଦପୁର ଓ ମାର୍ଶାଘାଇ ବ୍ଲକର ୩୦ରୁ ଊର୍ଦ୍ଧ୍ୱ ଗ୍ରାମରେ ପାଣି ପଶିଛି। ଏହି...

ଚାଷ ପାଇଁ ଭିତ୍ତିଭୂମି ନାହିଁ : ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧୮ା୯ : ଶିଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି ନ ଥିବାରୁ କେନ୍ଦ୍ରାପଡ଼ା ଜିଲାବାସୀ କୃଷିକୁ ଆଦରି ନେଇଛନ୍ତି। ଜିଲାର ୬୮ ପ୍ରତିଶତ ଅଞ୍ଚଳରେ...

ବାହାରେ ରୋଜଗାର ଖୋଜୁଛନ୍ତି ଯୁବପିଢ଼ି

କେନ୍ଦ୍ରାପଡ଼ା ଅଫିସ, ୪-୯- କର୍ମ ସଂସ୍ଥା ଓ ଭିତ୍ତିଭୂମିର ଅଭାବ ଯୋଗୁ କେନ୍ଦ୍ରାପଡ଼ାର ଅଧିକାଂଶ ଯୁବପିଢ଼ି ଏବେ ଜିଲା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ବାହାର ରାଜ୍ୟ...

ବାଜିନି ପୌର ନିର୍ବାଚନ ବିଗୁଲ, ନେତା ହେଲେଣି ଚଳଚଞ୍ଚଳ

କେନ୍ଦ୍ରାପଡ଼ା ଅଫିସ, ୪-୯- ପୌର ନିର୍ବାଚନ ପାଇଁ କୌଣସି ସୂଚନା ମିଳିନାହିଁ ା ତେବେ କେନ୍ଦ୍ରାପଡା ପୌରାଞ୍ଚଳରେ ଏହାର ପଦଧ୍ୱନି ଦେଖିବାକୁ ମିଳିଲାଣି। ସହରାଞ୍ଚଳରେ ପ୍ରତ୍ୟେକ...

କେନ୍ଦ୍ରାପଡ଼ାରେ ବଜ୍ରପାତ: ୫ ମୃତ, ୨ ଗୁରୁତର

କେନ୍ଦ୍ରାପଡ଼ା ଅଫିସ/ପାଟକୁରା, ୨୧।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଅଞ୍ଚଳରେ ବଜ୍ରପାତରେ ବୁଧବାର ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମହାକାଳପଡ଼ା କରଞ୍ଜ ଗାଁରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *