ରାତି ହେଲେ ହାତୀପଲ ଗଁ। ମୁହାଁ

କେନ୍ଦୁଝର, ୭ା୯ (ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ଓ ମଇଦାନକେଲ ଫରେଷ୍ଟ ବିଟ ଅଧୀନ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ କେରୀ, ଡାବରଚୁଆ, ମଇଦାନକେଲ, ବାଘୁଆସାହି ଆଦି ଅଞ୍ଚଳକୁ ଚାଲି ଆସି ଖରିଫ ଫସଲର ବ୍ୟାପକ କ୍ଷତି ଘଟାଇଛନ୍ତି। ବର୍ଷାଭାବ ସତ୍ତ୍ୱେ ଚାଷୀମାନେ ବହୁ କଷ୍ଟରେ ଯେଉଁ ଧାନ ଚାଷ କରିଥିଲେ ତାହା ଏବେ ହାତୀପଲ ଉଜାଡି ଦେଉଥିବାରୁ ସେମାନେ ହତାଶ ହୋଇପଡିଛନ୍ତି। ଅନ୍ୟପକ୍ଷେ ସନ୍ଧ୍ୟା ହେଲେ ଜଙ୍ଗଲତଳି ଇଲାକାରେ ହାତୀ ଭୟ ଯୋଗୁ ଲୋକେ ତାଟି କବାଟ ପକାଇ ଘରେ ରହୁଛନ୍ତି। କେତେକ ଗାଁର ଲୋକେ ରାତି ଅନିଦ୍ରା ରହି ନିଆଁ ଜାଳି ହାତୀ ଘଉଡାଉଥିବା କହିଛନ୍ତି। ବନ ବିଭାଗ କର୍ତ୍ତୃପକ୍ଷ ହାତୀପଲଙ୍କୁ ଘଉଡାଇବାରେ ବିଫଳ ହେଉଥିବାରୁ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ପ୍ରାୟ ୯ ଟି ହାତୀ ଘୂରି ବୁଲୁଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଅଧିକ ହିଂସ୍ର ଅବସ୍ଥରେ ଘୂରିବୁଲୁଛି। ଲୋକଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରୁଛି। ହାତୀ ପଲ ଦିନରେ ଜଙ୍ଗଲରେ ରହି ରାତି ହେଲେ ଜଙ୍ଗଲତଳି ଇଲାକାକୁ ଚାଲି ଆସି ଉପଦ୍ରବ କରୁଛନ୍ତି । ବନ ବିଭାଗ କର୍ମଚାରୀ ସେମାନଙ୍କୁ ଘଉଡାଉଥିଲେ ଗୋଟିଏ ଗାଁ ଛାଡି ଅନ୍ୟ ଗାଁ ଆଡକୁ ଚାଲି ଯାଉଛନ୍ତି। ଗତ ୩ ଦିନ ମଧ୍ୟରେ ହାତୀପଲ ଉପଦ୍ରବ କରି ଏହି ଅଞ୍ଚଳର ଅନେକ ଚାଷ ଜମି ଉଜାଡି ଦେଇଛନ୍ତି। ଘଉଡାଇବାକୁ ଯାଉଥିବା ଲୋକଙ୍କୁ ହାତୀ ଆକ୍ରମଣ କରିବା କାରଣରୁ ଦିନେଶ ମହାନ୍ତ, ନରହରି ମହାନ୍ତ, ଟୁରା ମୁଣ୍ଡା, ଯୋଗେଶ୍ୱର ମହାନ୍ତ ସମେତ ଅନେକ ଲୋକ କ୍ଷତବିକ୍ଷତ ହୋଇଛନ୍ତି। ଗତ ଗୁରୁବାର ରାତିରେ ହାତୀ ପଲ କରୁଣାକର ପାତ୍ର, ବାସୁଦେବ ପାତ୍ର, ଯୋଗେନ୍ଦ୍ର ପାତ୍ର, ତ୍ରିନାଥ ପାତ୍ର, ସୁବାସ ପାତ୍ର, ପାକଲା ମୁଣ୍ଡା, ଶିରୋପାଣି ମୁଣ୍ଡା, ଭାଗିରଥୀ ମହାନ୍ତ, ଟୁନା ମୁଣ୍ଡା, ନାଥୁରାମ ପାତ୍ର, ଶୈଳ ପାତ୍ର, ରସିକ ମହାନ୍ତ, ଭୋଳାନାଥ ମହାନ୍ତ, ବୁତୁରୁ ମୁଣ୍ଡା ସମେତ ଅନେକ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଧନଜୀବନର ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ କରାଯିବ ବୋଲି କ୍ଷତିଗ୍ରସ୍ତ ଚାଷୀ ବେଣୁଧର ମହାନ୍ତ କହିଛନ୍ତି।


All Right Reserved By Dharitri.Com

ସହାୟତା ଅପେକ୍ଷାରେ ଅସହାୟ ପରିବାର

ରାଇସୁଆଁ ,୫।୧୧(ଡି.ଏନ.ଏ.)- ଖଣି ଖାଦାନ ଯୋଗୁ କେନ୍ଦୁଝର ଜିଲା ସଦର ଏବଂ ବାଂଶପାଳ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ସହାୟତା କି...

ଖଣିରେ ନିଯୁକ୍ତି ଓ ପରିବହନ ବିବାଦ: ଦୁଇ ଗୋଷ୍ଠୀ ମୁହାଁମୁହିଁ 

ଯୋଡ଼ା, ୪।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଖଣିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ପରିବହନ ସୁବିଧା ଦେବାପାଇଁ ମାରାଙ୍ଗବୁରୁ ଡେଭେଲପମେଣ୍ଟ କମିଟି...

ଚଳନ୍ତା କାର୍‌ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେବା ଘଟଣା: ଗିରଫ ହେଲେ ଅଭିଯୁକ୍ତ, କାର୍‌ ଜବତ

ଖୋର୍ଦ୍ଧା ଅଫିସ,୭।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପିଏନ୍‌ କଲେଜ ନିକଟ ଶ୍ମଶାନ ନିକଟରେ ଜଣେ ଯୁବତୀଙ୍କୁ ଚଳନ୍ତା କାର୍‌ରେ ବଳାତ୍କାର କରିବା ପରେ ଦୁର୍ବୃତ୍ତ...

ସୋସିଆଲ ମିଡିଆରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ଭାଇରାଲ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହାପ୍ରଭୁଙ୍କ କାର୍ତ୍ତିକ ଓ ଦାମୋଦର ବେଶର ଫଟୋ ଭାଇରାଲ ହେଉଛି। ତେବେ...

ଶାରଦୀୟ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ବୈଠକ

କାକଟପୁର, ୧୪ା୯(ଡି.ଏନ୍‌.ଏ.): ପାଖେଇ ଆସୁଛି ଆଶ୍ୱୀନ ମାସ। ମା’ ମଙ୍ଗଳାଙ୍କ ଶାରଦୀୟ ପାର୍ବଣ ପୂଜା। ପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେବ ଏଥିନେଇ...

ଶ୍ରୀମନ୍ଦିର ଚାରିପଟୁ ଘର ଉଚ୍ଛେଦ ପ୍ରସଙ୍ଗ: ଅଧିକ ୭ଦିନ ସମୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶ୍ରୀମନ୍ଦିର ଚାରି ପାଖରୁ ୭୫ମିଟର ବଳୟ ମଧ୍ୟରେ ଯେତେସବୁ ଘର ଅଛି ତାକୁ ଭାଙ୍ଗିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଜିଲା...

୧୨ନଂ ୱାର୍ଡବାସୀ ହୀନସ୍ତା

ଫୁଲବାଣୀ ଅଫିସ, ୭ା୮-ଗ୍ରାମାଞ୍ଚଳ ନୁହେଁ ସହରରେ ବି ଲୋକଙ୍କୁ ପାଣି ମିଳୁନି। ୬ ବର୍ଷ ହେଲା ପାଣି ଟାଙ୍କି ନିର୍ମାଣ ହୋଇଛି। ଖାଲି ରଙ୍ଗ ଲଗାଯାଇ...

ଆଜିଠୁ ପଞ୍ଚୁକ: ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୮।୧୧: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ସେଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।...

Leave a comment

Your email address will not be published. Required fields are marked *