ଅସହ୍ୟ ହୋଇପଡ଼ିଛି ପୁଅର ଯନ୍ତ୍ରଣା: ବିଷ ପିଇ ଜୀବନ ହାରିବାକୁ ମା’ଙ୍କ ଚେତାବନୀ

ବନ୍ତ,୭।୯ (ଡି.ଏନ.ଏ.) – ବାରମ୍ବାର ଟୁଇଟ୍‌ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ପକ୍ଷାଘାତରେ ପୀଡ଼ିତ ହୋଇ ରୋଗଶଯ୍ୟାରେ ଛଟପଟ ହେଉଥିବା ପୁଅର ଯନ୍ତ୍ରଣା ସହି ନ ପାରି ବିଷ ପିଇ ନିଜେ ଜୀବନ ହାରିବା ସହ ପୁଅକୁ ବିଷ ପିଆଇ ମାରି ଦେବେ ବୋଲି ଚେତାବନୀ ଦେଇଛନ୍ତି ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନିମାପଡ଼ା ଗ୍ରାମର ଗୀତାରାଣୀ ପଣ୍ଡା। ଅର୍ଥାଭାବ ଯୋଗୁ ପୁଅର ଚିକିତ୍ସା କରାଇପାରୁ ନ ଥିବାବେଳେ ପ୍ରଶାସନର ନୀରବତା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଏହି ଗ୍ରାମର ନାରାୟଣ ଚନ୍ଦ୍ର ପଣ୍ଡାଙ୍କ ଏକମାତ୍ର ପୁଅ ମାନସ(୨୪)। ଗତ ଫେବୃୟାରୀ ୨୧ ତାରିଖରେ କଟକ ଯାଉଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ। ଦୁର୍ଘଟଣାରେ ମାନସଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗି ବ୍ରେନ୍‌ ହାମ୍‌ରେଜ ହୋଇଥିଲା। ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଇଥିଲେ। ପୁଅର ଚିକିତ୍ସା ପାଇଁ ପରିବାର ଲୋକେ ଜମିବାଡି ବିକ୍ରି କରିବା ସହ ଧାରକରଜ କରି ୮ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ଚିକିତ୍ସାରେ ଅଧିକ ଅର୍ଥ ଆବଶ୍ୟକ ପଡ଼ିବାରୁ ସେମାନେ ପୁଅକୁ ଘରକୁ ନେଇ ଆସିଥିଲେ। ପରେ ସରକାରୀ ସହାୟତା ପାଇଁ ପରିବାର ପକ୍ଷରୁ ଜିଲାପାଳଙ୍କୁ ଆବେଦନ କରାଯାଇଥିଲା। ଜିଲାପାଳଙ୍କ ଅନୁମୋଦନ କ୍ରମେ ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବା ସହ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍‌ପିଟାଲକୁ ନିଆଯିବାର ବ୍ୟବସ୍ଥା କରାଯାଇଥିଲା। ମାତ୍ର ସେଠାରେ ବେଡ୍‌ ସୁବିଧା ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଥିଲା। ସେଠାରେ ମଧ୍ୟ ବେଡ୍‌ ସୁବିଧା ନ ମିଳିବାରୁ କିଛିଦିନ ବାରଣ୍ଡାରେ ଚିକିତ୍ସିତ ହେବା ପରେ ଅସୁବିଧା ଯୋଗୁ ପରିବାର ଲୋକେ ମାନସଙ୍କୁ ଘରକୁ ନେଇ ଆସିଥିଲେ। ଏବେ ମାନସ ରୋଗଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। କେବଳ ତରଳ ପାନୀୟ ପିଇ ସେ ବଞ୍ଚି ରହିଛନ୍ତି। ତାଙ୍କ ପାଟି କଳରେ ଘା’ ହୋଇଗଲାଣି। ମାନସଙ୍କୁ ସରକାରୀ ସହାୟତା ପ୍ରଦାନ ସହ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଭଦ୍ରକ ବରପଦା ଗ୍ରାମର ସାମାଜିକ କର୍ମୀ ପଦ୍ମଲୋଚନ ବେହେରା ଦୀର୍ଘମାସ ହେବ ଟୁଇଟ୍‌ ମାଧ୍ୟମରେ ଜିଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏ ସମ୍ପର୍କରେ ଜଣାଇ ଆସୁଛନ୍ତି। ପୁଅର ଯନ୍ତ୍ରଣା ସହି ନ ପାରି ମା’ ଗୀତାରଣୀ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସାମାଜିକ କର୍ମୀ ପଦ୍ମଲୋଚନଙ୍କୁ ଫୋନ୍‌ ଯୋଗେ କହିଛନ୍ତି। ଏହାର ଅଡିଓ କ୍ଲିପ୍‌କୁ ମଧ୍ୟ ଟୁଇଟ୍‌ ମାଧ୍ୟମରେ ପ୍ରଶାସନ ନିକଟକୁ ପଠାଯାଇଥିବା ସାମାଜିକ କର୍ମୀ ପଦ୍ମଲୋଚନ ପ୍ରକାଶ କରିଛନ୍ତି। ହେଲେ ପ୍ରଶାସନ ବର୍ତ୍ତମାନ ସୁଦ୍ଧା ମାନସଙ୍କ ଅଧିକ ଚିକିତ୍ସା ପାଇଁ ତତ୍ପରତା ପ୍ରକାଶ କରିନାହିଁ। ଏ ସମ୍ପର୍କରେ ଜିଲାପାଳ ଜ୍ଞାନରଞ୍ଜନ ଦାଶଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।


All Right Reserved By

ପରିଚୟପତ୍ର ପ୍ରଦାନ ଆଳରେ କୃଷକଙ୍କୁ ଶୋଷଣ

ରସୁଲପୁର,୭।୮(ଡି.ଏନ୍‌.ଏ.)- କାଳିଆ ଯୋଜନାକୁ ନେଇ ଚାଷୀ ଭୁଆଁ ବୁଲୁଥିବାବେଳେ ଚାଷୀଙ୍କୁ ନେଇ ଜାଲିଆତି ବନ୍ଦ ହେବାର ନାଁ ଧରୁନି। ଗାଁର ବୋକରୀ ଯୁବକ, ଅଣଭୋଟର କାଳିଆ...

ନ୍ୟାୟ ପାଉନାହାନ୍ତି ବଳାତ୍କୃତା: ଆଇନକୁ ପାଳୁନାହାନ୍ତି ସରକାର

କଟକ ଅଫିସ, ୧୩ା୬: ବଳାତ୍କାର ଶିକାର ହେଉଥିବା ପୀଡ଼ିତାମାନଙ୍କୁ ନ୍ୟାୟ ମିଳୁନାହିଁ। ଏମାନଙ୍କ ପାଇଁ ଆଇନରେ ସଂଶୋଧନ ଅଣାଯାଇଥିଲା। ପୂର୍ବରୁ ପୀଡ଼ିତାମାନଙ୍କୁ ସିଆର୍‌ପିସିର ୩୫୭ ଧାରା...

ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳଙ୍କ ଇସ୍ତଫା

ଭୁବନେଶ୍ୱର,୧୬।୮(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଛନ୍ତି। ୧୯୮୫ ବ୍ୟାଚ୍‌ର ଏହି ଅଫିସର ରାଜ୍ୟ ସରକାରଙ୍କୁ ଏ ନେଇ ଅବଗତ କରାଇଛନ୍ତି।...

ବାଲୁକାକଳାରେ ଅମିତାଭଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ଚଳିତ ବର୍ଷ ଦାଦାସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହେବେ ମେଗାଷ୍ଟାର ଅମିଚାଭ ବଚ୍ଚନ। ତେବେ ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ନିଜର ବାଲୁକାକଳାରେ...

ବାହାରେ ପଡ଼ିବନି ପାଇଖାନା ମଇଳା

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ପରିମଳ ପରିଚାଳନାକୁ ଦୀର୍ଘସ୍ଥାୟୀ କରିବା ନେଇ ମଙ୍ଗଳବାର ସଚିବାଳୟଠାରେ ଉନ୍ନୟନ କମିଶନର ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।...

ଘର ଦେବାରେ ଖିଲାପ କଲେ ବିଲ୍‌ଡରଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ

ଭୁବନେଶ୍ୱର,୬-୯(ବ୍ୟୁରୋ):ଘର ଖଣ୍ଡେ ପାଇଁ ବ୍ୟକ୍ତି ନିଜର ସମସ୍ତ ଆୟକୁ ଲଗାଇ ଦେଇଥାଏ। ଟଙ୍କା ପଇଠ କରି ଯଦି ଘର ନ ମିଳିବ ତେବେ କଥା ସରିଲା।...

ଶ୍ରାବଣରେ ବି ବର୍ଷା ନାହିଁ: ଆଗେଇ ପାରୁନି ଚାଷ

ଦେଓଗାଁ, ୨୧ା୭(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଅସ୍ବାଭାବିକ ବର୍ଷା ଯୋଗୁ ବୁଣାଧାନ...

ଦୁର୍ଗାପୂଜା ପାଇଁ ୧୦ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ):ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା ଟ୍ରେନଗୁଡିକର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *