ଫେମା ଆଇନ ଉଲ୍ଲଂଘନ ଅଭିଯୋଗ;ନରେଶ ଗୋୟଲଙ୍କୁ ଇଡିର ଜେରା

ନୂଆଦିଲ୍ଲୀ,୭-୯: ବୈଦେଶିକ ବିନିମୟ ପରିଚାଳନା(ଫେମା) ଆଇନ ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ବନ୍ଦ ହୋଇଯାଇଥିବା ଏୟାରଲାଇନ୍‌ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଜେରା କରିଛି। ଇଡିର ମୁମ୍ବାଇ ମୁଖ୍ୟାଳୟରେ ଏହି ଜେରା କରାଯାଇଛି। ଏଥିପୂର୍ବରୁ ଇଡି ପକ୍ଷରୁ ଗୋୟଲ ଓ ତାଙ୍କ ସହଯୋଗୀଙ୍କ ସହ ଜଡ଼ିତ ୧୦ ସ୍ଥାନରେ ଚଢ଼ାଇ କରାଯାଇଥିଲା। ଫେମା ଆଇନ ଉଲ୍ଲଂଘନ ମାମଲାରେ ଗୋୟଲଙ୍କୁ ପ୍ରଥମଥର ଇଡି ଜେରା କରିଛି। ସୂଚନାଥାଉ କି, ଗୋୟଲ ଦେଶ ତଥା ବିଦେଶରେ ନିଜର ଏକାଧିକ କମ୍ପାନୀ ପ୍ରତିଷ୍ଠା କରି ଟିକସ ଫାଙ୍କିବା ଲାଗି ଅନେକ ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଇଡି ପକ୍ଷରୁ ପୂର୍ବରୁ ଅଭିଯୋଗ କରାଯାଇଛି। ଏହି ଯୋଜନା ମାଧ୍ୟମରେ ସଞ୍ଚତ୍ତ ଅର୍ଥକୁ ସେ ବିଦେଶକୁ ସ୍ଥାନାନ୍ତର କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ତେବେ କେତେ ମାତ୍ରାରେ ଅର୍ଥ ବିଦେଶକୁ ଯାଇଛି ତାହା ଇଡି ସ୍ପଷ୍ଟ କରିନାହିଁ। ତେବେ ଗୋୟଲ ବହୁ ବିଲିୟନ ଡଲାର ବିଦେଶକୁ ସ୍ଥାନାନ୍ତର କରିଛନ୍ତି ବୋଲି ମନେ କରାଯାଉଛି। ଚଢ଼ାଉ ବେଳେ ବେଆଇନ କାରବାର ସମ୍ପର୍କିତ ବହୁ କାଗଜପତ୍ର ଧରାପଡିଛି ବୋଲି ଇଡି କହିସାରିଛି।


All Right Reserved By Dharitri.Com

ଓ୍ବିଲ୍‌ଫୁଲ ଡିଫଲ୍ଟରଙ୍କ ଖାତାରେ ରହିଛି ୧,୫୦,୦୦୦ କୋଟି

ନୂଆଦିଲ୍ଲୀ,୩-୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୨୦୧୮-୧୯ରେ ୧.୫୦ ଲକ୍ଷ କୋଟି (୨୧.୭୬ ବିଲିୟନ ଡଲାର) ଟଙ୍କାକୁ ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ ଭାବେ ଦର୍ଶାଇଛି। ଏଥିମଧ୍ୟରୁ ଏକ ତୃତୀୟାଂଶ ଅର୍ଥ...

ସେନ୍‌ସେକ୍ସର ନୂଆ ରେକର୍ଡ; ନିବେଶକଙ୍କୁ ଲାଭ ୧.୭୬ ଲକ୍ଷ କୋଟି

ମୁମ୍ବାଇ,୪-୬: ମୋଦି ସରକାର କ୍ଷମତାକୁ ଫେରିବା ପରେ ନିବେଶକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ସୋମବାର କାରବାର ବନ୍ଦ ହେବା ବେଳକୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ବିଏସ୍‌ଇ...

ବଜାରରେ ସୋନିଅର୍‌ ପ୍ଲାଏ ଉଡ୍‌

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ସୋନିଅର୍‌ ପ୍ଲାଏ ଉଡ୍‌ର କଟକଠାରେ ବଜାର ପ୍ରବେଶ ହୋଇଛି। ଗତ ୩୦ ବର୍ଷ ଧରି କମ୍ପାନୀ ଗ୍ରାହକଙ୍କୁ ଏହାର ପ୍ରଡକ୍ଟ ଯୋଗାଇ ଆସୁଛୁ।...

ନୀରବଙ୍କ ପରିବାରର ସିଙ୍ଗାପୁର ବ୍ୟାଙ୍କ ଆକାଉଣ୍ଟ ଜବତ

ସିଙ୍ଗାପୁର,୨-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାରର ସିଙ୍ଗାପୁରସ୍ଥିତ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା ଲାଗି ସ୍ଥାନୀୟ...

ସୁନା ଆମଦାନୀ ୫୪% ବୃଦ୍ଧି

ନୂଆଦିଲ୍ଲୀ,୨୧-୫: ଦେଶର ସୁନା ଆମଦାନୀ ଏପ୍ରିଲରେ ୫୪ ପ୍ରତିଶତ ବୃଦ୍ଧି ପାଇ ୩.୯୭ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ଫଳରେ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବାରୁ ଚଳନ୍ତି...

ରିୟଲ ଇଷ୍ଟେଟରେ କମିନି ନଗଦ ନେଣଦେଣ

ନୂଆଦିଲ୍ଲୀ,୨୬-୧୧: ବିମୁଦ୍ରୀକରଣ ପରେ ଡିଜିଟାଲ କାରବାରକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏପଟେ ନଗଦ ପ୍ରତି ଭାରତୀୟଙ୍କ ଭଲ ପାଇବେ ଏବେ ମଧ୍ୟ ଗଭୀର ଥିବା ବଜାର...

ରେଳ ସପ୍ତାହ ବାର୍ଷିକ ପୁରସ୍କାର ପ୍ରଦାନ;ଖୋର୍ଦ୍ଧା ରେଳ ମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲ୍‌ଡ

ଭୁବନେଶ୍ୱର,୮-୬: ପୂର୍ବତଟ ରେଳପଥ ପକ୍ଷରୁ ୬୪ତମ ରେଳ ସପ୍ତାହ ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ଏଥିରେ...

ନିଶାନ ‘ଟେରାନୋ’ରେ ମିଳୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୧୯-୫:ନିଶାନ ମୋଟର କମ୍ପାନୀର ପ୍ରମୁଖ ଲୋକପ୍ରିୟ ମଡେଲ ଯାନ ଟେରାନୋ ଉପରେ କମ୍ପାନୀ ଆକର୍ଷଣୀୟ ରିହାତି ଘୋଷଣା କରିଛି। ଏହି ମଡେଲ ଉପରେ ଗ୍ରାହକ ୨.୩୬...

Leave a comment

Your email address will not be published. Required fields are marked *