ବିଦ୍ୟୁତ୍‌ ବିଭାଗ ଚଢ଼ାଉକୁ ନେଇ ଉତ୍ତେଜନା

ପରଜଙ୍ଗ, ୬।୯(ଡି.ଏନ୍‌.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ଶୁକ୍ରବାର ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚଢ଼ାଉକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅଞ୍ଚଳର ବିଦ୍ୟୁତ୍‌ ଭିତ୍ତିଭୂମି ସଜାଡ଼ିବା ଦାୟିତ୍ୱ ସେସୁ ଉପରେ ନ୍ୟସ୍ତ ରହିଛି। ହେଲେ ବିଭାଗ ଉପଭୋକ୍ତାଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଛି। ତଥାପି ଲାଭଖୋର୍‌ ମନୋବୃତ୍ତି ନେଇ ବାରମ୍ବାର ଚଢ଼ାଉ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ପରଜଙ୍ଗ ବଜାରରେ ଜଣେ ବ୍ୟବସାୟୀଙ୍କ ନାମରେ ମିଟର ଟ୍ୟାମ୍ପେରିଂ ଅଭିଯୋଗ ଆସିଥିଲା। ଏହାପରେ ସେସୁ (ଏଭିଓ) ସହକାରୀ ଭିଜିଲାନ୍ସ ଅଧିକାରୀ ସତ୍ୟନାରାୟଣ ରଥ, ସେସୁ ଏମ୍‌ଆରଟି ଏସ୍‌ଡିଓ କିଶୋର ବିଶ୍ବାଳ, ପରଜଙ୍ଗ ଏସ୍‌ଡିଓ ସିପକ ଦାସ, ଚାଇଁପାଳ ସେସୁ ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ପାଣିଗ୍ରାହୀଙ୍କ ସମେତ ଏନ୍‌ଜେଏନ୍‌ କର୍ମଚାରୀଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଥିଲା। ହେଲେ ଅଧିକାରୀମାନେ ଅଭିଯୋଗ ଆସିଥିବା ଦୋକାନକୁ ବାଦ୍‌ ଦେଇ ଅନ୍ୟସ୍ଥାନରେ ଚଢ଼ାଉ କରିଥିଲେ। ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ବ୍ୟବସାୟୀ।
ପରଜଙ୍ଗକୁ ବାଦ୍‌ ଦେଲେ ଅନ୍ୟ ୨୯ ପଞ୍ଚାୟତରେ ବିଦ୍ୟୁତ୍‌ ସେବା, ଅର୍ଥ ଆଦାୟ, ଏଲ୍‌ଟି ଲାଇନ ମରାମତି କାମ ଏନ୍‌ଜେନ୍‌ ବୁଝୁଛି। ପରଜଙ୍ଗ ପଞ୍ଚାୟତରେ ବିଦ୍ୟୁତ୍‌ ସେବା ଦାୟିତ୍ୱରେ ସେସୁ ରହିଛି। ଏଥିରେ ଏନ୍‌ଜେନ୍‌ର କୌଣସି ଭୂମିକା ନାହିଁ। ତଥାପି ଚଢ଼ାଉରେ ଏନ୍‌ଜେନ୍‌ କର୍ମଚାରୀ ସାମିଲ ହେବାକୁ ନେଇ ବ୍ୟବସାୟୀମାନେ ପ୍ରଶ୍ନ ଉଠାଇଥିଲେ। ଏଥିସହ ଅଭିଯୋଗ ଆସିଥିବା ଦୋକାନକୁ ଛାଡ଼ି ଅନ୍ୟଦୋକାନରେ ଚଢ଼ାଉ କରାଯିବାକୁ ନେଇ ସେମାନେ ଆପତ୍ତି କରିଥିଲେ। ବିରୋଧ ପରେ ଥାନାରେ ପୋଲିସ ଉପସ୍ଥିତରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ନେଇ ବୈଠକ ବସିଥିଲା। ପରଜଙ୍ଗ ପଞ୍ଚାୟତରେ ବିଦ୍ୟୁତ୍‌ ଭିତ୍ତିଭୂମି ସଜାଡ଼ିବାରେ ସେସୁ ବିଫଳ ହୋଇଛି। ପ୍ରଥମେ ଏହାର ସମାଧାନ କରାଯାଉ। ଠିକ୍‌ ଭାବେ ବିଦ୍ୟୁତ୍‌ ସେବା ଯୋଗାଇ ଦେବାପରେ ଚଢ଼ାଉ କରାଗଲେ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ବ୍ୟବସାୟୀମାନେ ସର୍ତ୍ତ ରଖିଥିଲେ।
ଏ ନେଇ ଚାଇଁପାଳ ସେସୁ ନିର୍ବାହୀ ଯନ୍ତ୍ରୀ, କୁହନ୍ତି, ଅଭିଯୋଗ ଆସିଥିବା ଦୋକାନ ପରିବର୍ତ୍ତେ ଅନ୍ୟ ଦୋକାନରେ ଚଢ଼ାଉ ଏବଂ ଦାୟିତ୍ୱରେ ନ ଥିବା ସତ୍ତ୍ୱେ ଏନ୍‌ଜେଏନ୍‌ କର୍ମଚାରୀ ଏଥିରେ ସାମିଲ ହେବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଞ୍ଚଳରେ ରହିଥିବା ବିଦ୍ୟୁତ୍‌ ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ବିଦ୍ୟୁତ୍‌ ଚୋରି ରୋକିବା ନେଇ ଲୋକଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।


All Right Reserved By Dharitri.Com

ପଞ୍ଚପଲି ପୋଲରେ କ୍ରିକ୍‌ ନିର୍ମାଣରେ ବିଳମ୍ବ : ଚାଷୀ ନିରାଶ

ଏରସମା,୧୯ା୭(ସ୍ବ.ପ୍ର.): ଏରସମା ବ୍ଲକ ନାରଦିଆ ପଞ୍ଚାୟତସ୍ଥିତ ପଞ୍ଚପଲି ପୋଲରେ କ୍ରିକ ନିର୍ମାଣ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଇତିମଧ୍ୟରେ ବିଭାଗୀୟ ଅଧିକାରୀ ଓ ଲୋକ...

ସବୁ ବଡ଼ ସହରରେ ସୁରକ୍ଷା କଡ଼ାକଡି: ଡିଜିପି

କଟକ ଅଫିସ,୧-୧:୨୦୨୦ରେ ଓଡ଼ିିଶା ପୋଲିସ ଲୋକଙ୍କ ସହ ବନ୍ଧୁତ୍ୱ ସହକାରେ ନିଜ କାର୍ଯ୍ୟ କରିବ। ବିଶେଷକରି ନୂତନ ବର୍ଷରେ ପୋଲିସ ପକ୍ଷରୁ ଟେକ୍ନୋଲୋଜି ଓ ମହିଳା...

ଉର୍ବଶୀକଁର ଘରେ ପୁହୁଁଚିଲା ଡାକ୍‌ତରୀ ଦଲ

  ପର୍ଲା, ୨୪।୧୨ (ଡି.ଏନ୍‌.ଏ.)- ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଚିକିଛା ଲାଗି ଟଁକା ଅଭାବ, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ’ ଶୀରଷକ୍‌ରେ ଖବର ବାହାରିଥିଲା।...

ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟକୁ ଭାଜପାର ସମାଲୋଚନା: ‘ଆଗରୁ ଫାଇଲ୍‌ କାହିଁକି ଦୌଡୁ ନ ଥିଲା’

ଭୁବନେଶ୍ୱର,୨୧।୮(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଭାବେ ଅସିତ ତ୍ରିପାଠୀ ଗତ ସୋମବାର ଦାୟିତ୍ୱ ନେବାପରେ ରକେଟ ବେଗରେ ସମସ୍ତ ସରକାରୀ ଫାଇଲ ଦୌଡିବ, ଆଗକୁ ସରକାରୀ...

ଅନିଶ୍ଚିତତାରେ ୧୫୦୦ ଚାଷୀ

ଗତ ୨୮ତାରିଖରୁ ଯାଜପୁର ଜିଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଜିଲାର ବିଭିନ୍ନ ସ୍ଥାନରେ ଅମଳ ପୂର୍ଣ୍ଣମାତ୍ରାରେ ହୋଇ ନ...

ଧନ୍ଦାମୂଳକ ଶିକ୍ଷାର ଚାହିଦା ନାହିଁ

ବ୍ରହ୍ମପୁର ଅଫିସ୍‌,୩ା୮-ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ଆମତ୍ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ କଲେଜଗୁଡ଼ିକରେ ରହିଛି ଧନ୍ଦାମୂଳକ ଶିକ୍ଷା । ଦଶମ ଶ୍ରେଣୀ ପାସ୍‌...

୨୪ରୁ ପ୍ରବଳ ବର୍ଷା : ୪ଦିନ ପର୍ଯ୍ୟନ୍ତ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ୨୪ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ବିଶେଷକରି ଗଞ୍ଜାମ, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ...

ଆଜି ଭାରତ ବନ୍ଦ: ହାଇକୋର୍ଟ କାର୍ଯ୍ୟରେ ଯୋଗ ଦେବେନି ଓକିଲ

କଟକ ଅଫିସ, ୮।୧: ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ଓକିଲମାନେ ହାଇକୋର୍ଟ କାର୍ଯ୍ୟରେ ଯୋଗ ଦେଇପାରିବେନାହିଁ ବୋଲି ବାର୍‌ ଆସୋସିଏଶନ ସଭାପତି ଗୋପାଳକୃଷ୍ଣ ମହାନ୍ତି...

Leave a comment

Your email address will not be published. Required fields are marked *