ସିନାପାଲି: ଉଦନ୍ତୀର ଦୁଇ କୂଳ ମୁକୁଳା :ବନ୍ୟା ଜଳରେ ତଟବର୍ତ୍ତୀ ଗଁ। କ୍ଷତିଗ୍ରସ୍ତ

ସିନାପାଲି,୭।୯(ଡି.ଏନ.ଏ.)
ନୂଆପଡା ଜିଲା ସିନାପାଲି ଦେଇ ପ୍ରବାହିତ ଉଦନ୍ତୀ ନଦୀରେ ବନ୍ୟା ଜଳ ଆସି ୨ କୂଳର ଅନେକ ଚାଷ ଜମି ନଷ୍ଟ ହେଉଥିବା ବେଳେ କେତକ ଗ୍ରାମ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ବର୍ଷା ଋତୁରେ ନଦୀରେ ବର୍ଷା ଜଳ ମାଡିଆସି ତଟବର୍ତ୍ତୀ ଗ୍ରାମଗୁଡିକ କରାଡୁଙ୍ଗିରୀ, ଡୁମେରବାହାଲି, ଗଡରାମାଲ, ଚଟିିଆଗୁଡା, ସାଗୁନଭାଡି, ସାଲେକେଲା, ବରଗଁା, କପିଆ, ଯୋଗୀବାହାଲ, ମଖାପଦର, ଲିଆଡ, ଚଲନା, କାପସୀ, ଯୁଗେନପଦର, ପଲସାପଡା, ସିନାପାଲି, ଖଲନା, ଘୁଚାଗୁଡା, ଫୁରଶୁଣ୍ଢ, କିଁଏଟପଦର, ଖଇରପଦର, ସରଧାପୁର ଆଦି ଗ୍ରାମର ଅନେକ କ୍ଷତି କରିଥାଏ। ବନ୍ୟା ଆସି ବନ୍ୟାଜଳ କୂଳ ଲଙ୍ଗି ଏହି ଗ୍ରାମର ଅନେକ ଚାଷ ଜମିଗୁଡିକ ବାଳିଚର ହୋଇଯାଇଥିବାବେଳେ ଚଲନା, କଏଁଟପଦର, ଘୁଚାଗୁଡା ଗ୍ରାମରେ ଏକର ଏକର ଚାଷ ଜମି ନଦୀ ଗର୍ଭରେ ଲିନ ହୋଇସାରିଛି । ଗଡରାମାଳ ଗ୍ରାମ ବର୍ତ୍ତମାନ ସବୁଠାରୁ ବିପଦ ସଙ୍କୁଳ ଅଛି । ଏହି ଗ୍ରାମର ହରିଜନପଡା ଆଡକୁ ନଦୀ ପ୍ରାୟ ୧୦୦ ମିଟରରୁ ଊର୍ଦ୍ଧ୍ୱ କୂଳ ଖାଇ ସାରିଛି । ପଡାରେ ଥିବା ୩୫ ପରିବାରରୁ ବର୍ତ୍ତମାନ ୨୦ ପରିବାରଙ୍କ ଘର ନଦୀରେ ଲୀନ ହୋଇଥିବାରୁ ସେମାନେ ସ୍ଥାନାନ୍ଥର ହୋଇଛନ୍ତି। ଅନ୍ୟମାନେ ମଧ୍ୟ ବର୍ତ୍ତମାନ ଆତଙ୍କିତ ଥିବାବେଳେ ଏହି ପଡାରେ ଥିବା ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି। ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଅନେକ ଛାତ୍ରୀଛାତ୍ରଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କ ରହିଛି । ଏହା ସହିତ ତଟବର୍ତ୍ତୀ ଅନେକ ଗ୍ରାମର ଚାଷୀମାନେ ଖରିଫ ଓ ରବି ଋତୁରେ ବିଭିନ୍ନ ଚାଷ କରି ଲାଭବାନ ହୋଇଥାନ୍ତି । କିନ୍ତୁ ଗତ ୩୦ ବର୍ଷ ହେଲା ଉଦନ୍ତୀ ବନ୍ୟା ଜଳ ମାଡି ଆସି ଜମିଗୁଡିକକୁ ନଷ୍ଟ କରିଦେଇଥିବାରୁ ଜମି ହରାଇ ମୁଣ୍ଡରେ ହାତ ଦେବାକୁ ପଡିଛି । ଚଲନା ଗ୍ରାମର ପ୍ରାୟ ୩୦ ଏକର ଚାଷ ଜମି ନଦୀଗର୍ଭରେ ଲୀନ ହୋଇଥିବା ଜଣାପଡିଛି । ଏହାର ପ୍ରତିକାର ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରିନାହଁି। ନଦୀ ଦୁଇ କୂଳରେ ସରକ୍ଷା ବାଡ ତିଆରି କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କୌଣସି ବ୍ୟବସ୍ଥା ହୋଇପାରୁ ନାହଁି । ସିନାପାଲି ବ୍ଲକ ଅନ୍ତର୍ଗତ କରାଡୁଙ୍ଗିରି ଗ୍ରାମଠାରୁ ହାତୀବନ୍ଧା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ନଦୀ ଦୁଇକୂଳରେ ପଥର ବନ୍ଧ କରାଗଲେ ତଟବର୍ତ୍ତୀ ଗ୍ରାମଗୁଡିକ ରକ୍ଷା ପାଇପାରିବ । ବର୍ତ୍ତମାନ କେବଳ କାପସୀ ଗ୍ରାମ ନିକଟରେ ସ୍ପର କରାଯାଇ ଏହି ଗ୍ରାମକୁ ରକ୍ଷା କରାଯାଇଥିବାବେଳେ ମଖାପଦର ଓ ଯୁଗେନପଦର ନିକଟରେ ମଧ୍ୟ ପଥରବନ୍ଧ କରାଯାଇ ନଦୀ ସ୍ରୋତକୁ ନିୟନ୍ତ୍ରଣ କରାଯାଇପାରିଛି। ହେଲେ ଅନେକ ସ୍ଥାନରେ ନଦୀ ବନ୍ଧ ମୁକୁଳା ପଡିଥିବା ଯୋଗୁ ଆଗକୁ ଅନେକ କ୍ଷତି ହେବା ଆଶଙ୍କା ଦେଖାଦେଇଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ତହସିଲଦାର କପିଲଦେବ ସାହୁଙ୍କୁ ପଚାରିବାରୁ କେବଳ ବନ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରି କିଛି ଦିନ ଖାଦ୍ୟ ବ୍ୟବସ୍ଥା କରିପାରିବେ। ଗ୍ରାମକୁ ରକ୍ଷା କରିବାକୁ ହେଲେ ଜଳ ସେଚନ ବିଭାଗ ଏହି କଥା ବୁଝିବ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ଜଳ ସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ପଟ୍ଟନାୟକଙ୍କୁ ପଚାରିବାରୁ ଗାର୍ଡୱାଲ ଦେବାକୁ ଏକ ଆକ୍ସନ ପ୍ଲାନ ସରକାରଙ୍କୁ ଦିଆଯାଇଛି। ସରକାରଙ୍କ ମଞ୍ଜୁରୀ ଅପେକ୍ଷାରେ ଅଛି। ମଞ୍ଜୁରୀ ପାଇଲେ ତୁରନ୍ତ ଗାର୍ଡୱାଲ କାମ କରାଯିବ ବୋଲି କହିଥିଲେ ା


All Right Reserved By Dharitri.Com

ଭୋକରେ ଦିନ କାଟୁଛନ୍ତି ଦାଦନ

ନୂଆପଡା ଅଫିସ,୧୪ା୪ – କରୋନା କଟକଣା ଯୋଗୁ ରାଜ୍ୟ ବାହାରେ ନୂଆପଡା ଜିଲାର ହଜାର ହଜାର ଦାଦନ ଶ୍ରମିକ ଅଟକି ରହିଛନ୍ତି। ସେମାନଙ୍କୁ କୌଣସି ପ୍ରକାର...

ବାପ୍‌ ଆରପାରେ: ଦୁଇ ପୁଓର ଭବିଷତ୍‌ ଚିନ୍‌ତାରେ ମା’

କୋମନା, ୪।୧୧(ଡି.ଏନ୍‌.ଏ.)-  ନୂଆପଡ଼ା ଜିଲା କୋମନା ବ୍ଲକ ଟିକ୍ରାପଡ଼ା ହାଟପଦା ପଡ଼ାର ବିଧବା ଶାନ୍ତି ରଣା(୨୦)। ଆପ୍‌ନେ ଆରପାରକେ ଚାଲିଗଲା ଉତାରୁ ଦୁଇ ଛୁଆକର ଦେଖ୍‌ଭାଲ,...

କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମୀକ୍ଷା: ଶିଶୁ, ମାତୃ ମୃତ୍ୟୁହାର ରୋକିବାକୁ ଜିଲାପାଳଙ୍କ ତାଗିଦ

ନୂଆପଡା ଅଫିସ/କୋମନା,୨୪।୯(ଡି.ଏନ.ଏ.) ନୂଆପଡା ଜିଲାର ଉପାନ୍ତ ତଥା ଅବହେଳିତ ବ୍ଲକ କୋମନା ଅଞ୍ଚଳରେ ବିଭିନ୍ନ ସମୟରେ ମାତୃ ଏବଂ ଶିଶୁ ମୃତ୍ୟୁହାର ବୃଦ୍ଧି ଘଟିଥିବାର ବହୁ...

ଦିବ୍ୟାଙ୍ଗ ପାଇଁ ଉଦ୍ୟୋଗ ବିକାଶ ତାଲିମ

ନୂଆପଡା ଅଫିସ,୨୦ା୯ – ସ୍ଥାନୀୟ ଷ୍ଟେଟବ୍ୟାଙ୍କ ତାଲିମ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବତୀଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆଗକୁ ଆସି ରୋଜଗାର ବୃଦ୍ଧି କରିବାକୁ ତାଲିମ ପ୍ରଦାନ କରାଯାଇଛି...

ସଡକ ସୁରକ୍ଷା ନେଇ ସଚେତନ ଶୋଭାଯାତ୍ରା

ବୋଡେନ,୨୨।୯(ଡି.ଏନ.ଏ.) ନୂଆପଡା ଜିଲା ବୋଡେନ ପୋଲିସ ପକ୍ଷରୁ ଶନିବାର ସଡକ ସୁରକ୍ଷା ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୋଡେନ ଥାନା ଅଧିକାରୀ ସରୋଜ...

ପ୍ରବାସୀ ଶ୍ରମିକଙ୍କୁ ନେଇ ଭୟ

ନୂଆପଡ଼ା ଅଫିସ,୧୫ା୫ – ନୂଆପଡ଼ା ଜିଲାବାସୀଙ୍କ ଜୀବନରେଖା କୁହାଯାଉଥିବା ରାୟପୁର-ବ୍ରହ୍ମପୁର ୩୫୩ନଂ.ଜାତୀୟ ରାଜପଥ ଏବେ ପ୍ରବାସୀ ଶ୍ରମିକଙ୍କ ଚଲାପଥ ପାଲଟିଛି ା ଦିନ ରାତି ଆନ୍ତଃରାଜ୍ୟ...

ମା’ ସମଲେଶ୍ୱରୀ ଫୁଟବଲ ଟୁର୍ନାମେଣ୍ଟ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟେମରି ବି, ବୁଡାପଡ଼ା ବିଜୟୀ

ବୋଡେନ,୨୫।୯(ଡି.ଏନ.ଏ.)- ନୂଆପଡ଼ା ଜିଲା ବୋଡେନ ବ୍ଲକ ଟେମରୀ (ଦଣ୍ଡେଇବସା) ଛାରିଛକ ଖେଳ ପଡିଆରେ ମଙ୍ଗଳବାର ମା’ ସମଲେଶ୍ୱରୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଉଦଘାଟନୀ...

କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା,୧୪ ଦିନ ପରେ ବି ସ୍ୱାସ୍ଥ୍ୟ ପରୀକ୍ଷା ହେଉନି

ନୂଆପଡ଼ା ଅଫିସ,୨୪ା୪- ଜିଲା ବାହାର କିମ୍ବା ରାଜ୍ୟ ବାହାରୁ ଆସୁଥିବା ଶ୍ରମିକ କିମ୍ବା ଅନ୍ୟ ଶ୍ରେଣୀର ଲୋକଙ୍କୁ ପୃଥକ୍‌ ବାସରେ ରଖିବାକୁ କ୍ୱାରାଣ୍ଟାଇନ ସେଣ୍ଟର କରାଯାଉଛି।...

Leave a comment

Your email address will not be published. Required fields are marked *