ଏଇ ଭାରତରେ

ପିଲାମାନେ ବିଦ୍ୟାଳୟ ଛାଡି କେମିତି ନ ଯିବେ କିମ୍ବା ବିଦ୍ୟାଳୟକୁ ଆସୁ ନ ଥିବା ପିଲାମାନଙ୍କୁ କେମିତି ଅଣାଯିବ ତାହା ପାଇଁ ଏକ ଭିନ୍ନ ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଶିକ୍ଷକ ସୁଭାଷଚନ୍ଦ୍ର ଯାଦବ। ଝାଡ଼ଖଣ୍ଡର ମାଓବାଦୀପ୍ରବଣ ତଥା ଶିକ୍ଷା କ୍ଷେତ୍ରରେ ଅତି ପଛୁଆ ପାକୁଡ ଅଞ୍ଚଳ ଲିଟ୍ଟିପଡା ବ୍ଲକ୍‌। ଏହି ବ୍ଲକ୍‌ର ଜୋରଡିହା ଉଚ୍ଚବିଦ୍ୟାଳୟ ତିନିବର୍ଷ ପୂର୍ବେ ଏକମାତ୍ର ଶିକ୍ଷକ ଅଶୋକ ପାଣ୍ଡେଙ୍କ ଦେହାନ୍ତ ହେବା ପରେ ସ୍କୁଲ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଅଶୋକଙ୍କ ଜାଗାରେ ସେଠାରେ ଯାଦବଙ୍କୁ ନିଯୁକ୍ତି ଦିଆଗଲା। ସେହି ସମୟରେ ବିଦ୍ୟାଳୟରେ ୬୦ ପିଲା ନାମ ଲେଖାଇଥିଲେ, କିନ୍ତୁ ବିଦ୍ୟାଳୟକୁ କେହି ଆସୁ ନ ଥିଲେ। ସେମାନେ ଅନ୍ୟ ବିଦ୍ୟାଳୟକୁ ପଢିବାକୁ ଯାଉଥିଲେ। ସୁଭାଷ ଏକ ଏନ୍‌ଜିଓ ସହ ଯୋଗାଯୋଗ କରି ସେହି ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ସକ୍ଷମ ହେଲେ। ସ୍କୁଲରେ ପିଲାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ସେ ବିଦ୍ୟାଳୟରେ ପାର୍କ ନିର୍ମାଣ ସହ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଉଛନ୍ତି। ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ସଚେତନ କରିବା ପାଇଁ ଅଶୋକ ଢୋଲ ନାଗରା ବି ବଜାଉଛନ୍ତି। ଟ୍ରାକ୍ଟରରେ ବେଲୁନ ସଜାଇ ଗାଁ ଗାଁ ବୁଲୁଛନ୍ତି। ଅଶୋକଙ୍କ ଏହି ଅଭିଯାନର ପ୍ରଭାବ ପଡୁଛି। ଏବେ ବିଦ୍ୟାଳୟରେ ମୋଟ ୧୭୮ ପିଲା ପଢୁଛନ୍ତି। ପ୍ରତିଦିନ ୯୦ ପ୍ରତିଶତ ପିଲା ଉପସ୍ଥିତ ରହୁଛନ୍ତି।


All Right Reserved By Dharitri.Com

ଏଇ ଭାରତରେ

ଆଜିକାଲି ଅନେକ ଅପରାଧମୂଳକ ଘଟଣା ଘରର ଚାରିକାନ୍ଥ ଭିତରେ ଘଟୁଥଲେ ବି ଏହା ଲୋକଲୋଚନକୁ ଆସିପାରେ ନାହିଁ। ଗୋଟିଏ ପରିବାରରେ ଶାଶୁଙ୍କୁ ବୋହୂ ପିଟୁଥିବାବେଳେ ନାତୁଣୀ...

ଏଇ ଭାରତରେ

ହିନ୍ଦୁ ଓ ମୁସଲମାନଙ୍କ ପର୍ବ, ପରମ୍ପରା ଭିନ୍ନ ହୋଇଥିଲେ ହେଁ ବିହାରର ଏକ ଗାଁରେ ହିନ୍ଦୁମାନେ ଯେଭଳି ମୁସଲମାନଙ୍କ ପରମ୍ପରାକୁ ଆଦରିନେଇଛନ୍ତି ତାହା ସହାବସ୍ଥାନ ଓ...

ବିଜ୍ଞାନ ପାଇଁ ପଦଯାତ୍ରା

କମଳାକାନ୍ତ ଜେନା ପ୍ରକୃତି ଓ ପରିବେଶରୁ ବିଜ୍ଞାନର ଜନ୍ମ। ପ୍ରକୃତିରେ ଘଟୁଥିବା ଘଟଣାଗୁଡ଼ିକୁ ବୁଝିବା, ତା’ ପଛର କାରଣକୁ ଖୋଜିବା ଏବଂ ସେହି ଜ୍ଞାନକୁ ପ୍ରୟୋଗକରି...

କଶ୍ମୀରରେ ବଞ୍ଚିତ ବାଲ୍ମୀକି ସମ୍ପ୍ରଦାୟ

ନାରାୟଣ ପଣ୍ଡା ଭାରତ ତାଙ୍କର ମାତୃଭୂମି, ଏହି ମାଟିରେ ସେମାନେ ପୁରୁଷ ପୁରୁଷ ଧରି ବସବାସ କରିଆସୁଛନ୍ତି, କିନ୍ତୁ ନାଗରିକ ମର୍ଯ୍ୟାଦାରୁ ଏଠାରେ ବଞ୍ଚିତ ସେମାନେ।...

ଏଇ ଭାରତରେ

ତାମିଲନାଡୁ ଥୁଥିକୋଡିର ‘ସୁଶୀଲ କୁମାର ବ୍ୟୁଟି ହେୟାର ସେଲୁନ’ ଦେଶର ସବୁ ସହରରେ ଥିବା ସେଲୁନଠାରୁ ଟିକେ ଭିନ୍ନ। ଗ୍ରାହକମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରେଇ ରଖିବାରେ ଏହି...

ଏଇ ଭାରତରେ

ସହକର୍ମୀଙ୍କୁ କାନ୍ଧରେ ଶ୍ମଶାନ ପର୍ଯ୍ୟନ୍ତ ବୋହିନେଲେ ମହିଳା ଅଙ୍ଗନଓ୍ବାଡ଼ି କର୍ମୀ। ମଧ୍ୟପ୍ରଦେଶର କଟ୍‌ନି ଜିଲାରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ଆଖିରେ...

ବିବେକୀ ମଣିଷ

ମମତା ପଣ୍ଡା ମଣିଷକୁ ନିୟନ୍ତ୍ରଣ କରେ ତା’ର ମନ, ବୁଦ୍ଧି ଓ ବିବେକ। ବୃତ୍ତି-ରଙ୍ଗିଳ ମନ ପ୍ରବୃତ୍ତି ମାର୍ଗରେ ଆତ୍ମସ୍ବାର୍ଥ ପୂରଣ ପାଇଁ ନିଜ ଇନ୍ଦ୍ରିୟଗୁଡ଼ିକୁ...

ଏଇ ଭାରତରେ

ବେସାହାରା ଲୋକଙ୍କ ଲାଗି ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଲକ୍ଷ୍ନୌର ଜଣେ ହୋଟେଲ ମାଲିକ ପରମ ସିଂ। ସେ ତାଙ୍କ ସାଙ୍ଗମାନଙ୍କ...

Leave a comment

Your email address will not be published. Required fields are marked *