Posted inଜାତୀୟ

କେଜରିଓ୍ବାଲଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ କେଜରିଓ୍ବାଲ ସରକାରଙ୍କ ପ୍ରସ୍ତାବ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କାହିଁକି ମହିଳାଙ୍କୁ ମାଗଣାରେ ମେଟ୍ରୋ ସେବା ଦେବାକୁ ଚାହୁଁଛନ୍ତି। ସରକାର ଲୋକଙ୍କ ଟ୍ୟାକ୍ସ ଟଙ୍କାକୁ ସଠିକ୍‌ ଉପଯୋଗ କରିବା ସହ ଏଭଳି ମାଗଣା ଯୋଜନାରୁ ନିବୃତ୍ତ ରୁହନ୍ତୁ ବୋଲି କୋର୍ଟ କହିଛନ୍ତି। ସେହିପରି ସରକାରଙ୍କୁ ଏନେଇ ନିଶ୍ଚିତ କରନ୍ତୁ ଯେ, ଏହି ନିଷ୍ପତ୍ତି ଦ୍ୱାରା ଯେପରି ମେଟ୍ରୋ ରେଳ ପ୍ରଭାବିତ ନ ହୁଏ। ଯଦି ଏହି ପ୍ରକଳ୍ପ ଯୋଗୁ କୌଣସି କ୍ଷତି ହୁଏ, ତେବେ ତାହା ସରକାର ଭରଣା କରିବେ। ଅନ୍ୟପଟେ କେନ୍ଦ୍ର ଓ ଦିଲ୍ଲୀ ସରକାର ମେଟ୍ରୋ ରେଳ ପ୍ରକଳ୍ପର ଜମି ପାଇଁ ଅଧା ଅଧା ଖର୍ଚ୍ଚ ବହନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


All Right Reserved By Dharitri.Com

ରାହୁଲଙ୍କୁ ମନେଇବାକୁ ଘରେ ପହଞ୍ଚିଲେ ପ୍ରିୟଙ୍କାଙ୍କ ସମେତ ଆଉ କେତେଜଣ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ କଂଗ୍ରେସରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଥିବା ଦେଖାଯାଇଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ...

ପ୍ରେମିକଙ୍କୁ ଖାଦ୍ୟରେ ରକ୍ତ ମିଶାଇ ଖାଇବାକୁ ଦେଉଥିଲେ ପ୍ରେମିକା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୩୦।୬: ଅନ୍ଧବିଶ୍ବାସକୁ ଯଦି ଆସ୍ଥା ମିଳିଯାଏ, ତେବେ ଅନେକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସେ। ଏପରି ଏକ ଘଟଣା ଘଟିଛି ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍‌...

ବର୍ତ୍ତମାନ ସରକାରଙ୍କ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିବା ଦର୍ଶାଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲେ କଂଗ୍ରେସ, ଏନ୍‌ସିପି, ଶିବସେନା

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ରାଜନୀତି ଏବେ ଖୁବ୍‌ ଚର୍ଚ୍ଚାରେ। ସୋମବାର ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅନ୍ୟପଟେ ଏହା ହଜମ...

ମୁଲାୟମ୍‌ଙ୍କ ମର୍ସିଡିଜ୍‌ ଗାଡ଼ି ଯୋଗୀ ସରକାର ନେବେ ଫେରାଇ

ଲକ୍ଷ୍ନୌ,୨୨।୯: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ସମାଜବାଦୀ ପାର୍ଟି ନେତା ମୁଲାୟମ୍‌ ସିଂ ଯାଦବଙ୍କ ସରକାରୀ ଏସ୍‌ୟୁଭି ମର୍ସିଡିଜ୍‌ ଗାଡ଼ିକୁ ଏବେ ଫେରାଇ ନିଆଯିବ। ମୁଖ୍ୟମନ୍ତ୍ରୀ ଯୋଗୀ...

ଚିଲଡ୍ରେନ୍‌ ବ୍ୟାଙ୍କ: ଟଙ୍କାଏ ଦିଟଙ୍କା ଜମା କରୁଛନ୍ତି ଛୋଟ ପିଲା

ଇନ୍ଦୋର,୧୯।୧୧: ମଧ୍ୟପ୍ରଦେଶ ଇନ୍ଦୋରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଠନ କରାଯାଇଛି ଚିଲଡ୍ରେନ୍‌ ବ୍ୟାଙ୍କ। ଏଥିରେ ନିଜ ପକେଟ ମନିରୁ ଟଙ୍କାଏ ଦିଟଙ୍କା ଛୋଟ ଛୋଟ...

ଚିଦାମ୍ବରମଙ୍କ ଗିରଫଦାରିକୁ କଂଗ୍ରେସର ବିରୋଧ:ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରର ହତ୍ୟା

ନୂଆଦିଲ୍ଲୀ,୨୩ା୮(ପି.ଟି./ଆଇଏଏନ୍‌ଏସ୍‌):ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଗିରଫଦାରି ବେଆଇନ। କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଗିରଫ କରାଇଛନ୍ତି। ଏହା ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରର ହତ୍ୟା...

ଜଳ ସଙ୍କଟ ଉତ୍କଟ: ଦେଶର ୯୧ ଜଳାଶୟରେ ରହିଛି ୨୦ ପ୍ରତିଶତ ଜଳ

ନୂଆଦିଲ୍ଲୀ,୩।୬: ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଦେଶର ୯୧ ଟି ଜଳାଶୟରେ ମାତ୍ର ୨୦ ପ୍ରତିଶତ ଜଳ ରହିଥିବା କେନ୍ଦ୍ରୀୟ ଜଳ ଆୟୋଗ...

୩୦ ବର୍ଷ ପରେ ୪ ବାୟୁସେନା ଯବାନଙ୍କ ହତ୍ୟା ମାମଲାର ଶୁଣାଣି: ମୁଖ୍ୟ ଅଭିଯୁକ୍ତ ୟାସିନ୍‌ ମାଲିକ୍‌ଙ୍କୁ ଟାଡା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଶ୍ରୀନଗର,୧୧।୯: ବାୟୁସେନା ଯବାନଙ୍କୁ ହତ୍ୟା କରାଯିବା ମାମଲାରେ ଜେକେଏଲଏଫ୍‌ ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମାଲିକ୍‌ଙ୍କୁ ହାଜର ହେବାକୁ ଜମ୍ମୁର ଟାଡା କୋର୍ଟ ପକ୍ଷରୁ...

Leave a comment

Your email address will not be published. Required fields are marked *