Posted inଖେଳ

ଟେଷ୍ଟରୁ ନବୀଙ୍କ ଅବସର ଘୋଷଣା

ଚିଟାଗଙ୍ଗ,୬।୯: ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପରେ ଆଫଗାନିସ୍ତାନ ଅଲରାଉଣ୍ଡର ମହମ୍ମଦ ନବୀ ଲମ୍ବା ଫର୍ମାଟରୁ ଅବସର ନେବେ। ଏ ନେଇ ଆଫଗାନିସ୍ତାନ ଟିମ୍‌ ମ୍ୟାନେଜର ନାଜିମ ଜର ଅବଦୁରାହିମଜାଇ ସ୍ପଷ୍ଟ କରିଛନ୍ତି। ଧଳା ବଲ କ୍ରିକେଟରେ ଅଧିକ ସକ୍ରିୟ ରହିବା ପାଇଁ ନବୀ ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ଟେଷ୍ଟକୁ ମିଶାଇଲେ ୩୪ ବର୍ଷୀୟ ଅଲରାଉଣ୍ଡର କେବଳ ୩ ମ୍ୟାଚ୍‌ ଖେଳିଛନ୍ତି। ଆଫଗାନିସ୍ତାନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ସଦସ୍ୟ ନୁହେଁ। ଶୀର୍ଷ ୯ ର଼୍ୟାଙ୍କଧାରୀ ଦଳ ପରସ୍ପର ମଧ୍ୟରେ ୭୧ ଟେଷ୍ଟ ଖେଳିବେ। ଦୁଇ ବର୍ଷ ମଧ୍ୟରେ ୨୭ ଦ୍ୱିପାକ୍ଷିକ ସିରିଜ ଅନୁଷ୍ଠିତ ହେବ। ରସିଦ ଖାନ୍‌ଙ୍କ ଦଳ ନଭେମ୍ବର ୨୭ ତାରିଖରେ ଡେରାଡୁନ୍‌ରେ ହେବାକୁ ଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ଭେଟିବ। ଡାହାଣ ହାତୀ ବ୍ୟାଟ୍ସମ୍ୟାନ ସାଙ୍ଗକୁ ଦକ୍ଷ ଅଫ୍‌ ସ୍ପିନର ଟି୨୦ କ୍ରିକେଟରେ ଜଣେ ସ୍ପେଶାଲିଷ୍ଟ। ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ସେ ଆଫଗାନିସ୍ତାନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।


All Right Reserved By Dharitri.Com

Posted inଖେଳ View All

ନୂଆ ରୂପ ନେବ ରାଉରକେଲା

ଭୁବନେଶ୍ୱର,୧୬।୧୨- ହକି ବିଶ୍ୱକପ୍‌  ପୁଣି ଥରେ ଓଡ଼ିଶାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ସହ ରାଉରକେଲାରେ କେତେକ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ। ଏଥିନେଇ ନୂଆ ରୂପରେ ସଜେଇ...

ପୁଣି ପ୍ରଶଂସକଙ୍କୁ ଚକିତ କଲେ ଅଶ୍ୱିନ

ଚେନ୍ନାଇ,୨୦।୭- ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ପ୍ରଶଂସକଙ୍କୁ ଚକିତ କରିଛନ୍ତି। ଏଠାରେ ଅଶ୍ୱିନ ଡିଣ୍ଡିଗୁଲ ଡ୍ରାଗନ୍ସ ଓ ଚେପକ ସୁପର ଗିଲ୍‌ସ...

ଉଡିଲା ଭାରତ ବିରୋଧୀ ବ୍ୟାନର

ଲିଡ୍ସ,୬।୭(ପିଟି)- ଚଳିତ ବିଶ୍ୱକପ୍‌ରେ ଆଉ ଏକ ରାଜନୈତିକ ବ୍ୟାନର ଦେଖିବାକୁ ମିଳିଛି। ସ୍ଥାନୀୟ ହେଡିଂଲେ ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ବେଳେ ଏକ...

ପ୍ରଥମ ରାଉଣ୍ଡରେ ହାରିଲେ ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ ସୁଶୀଲ

ନୁର-ସୁଲତାନ (କାଜାଖସ୍ତାନ),୨୦।୯: ଦୀର୍ଘ ୮ ବର୍ଷ ପରେ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇଥିବା ଦୁଇ ଥର ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାର ପ୍ରଥମ ରାଉଣ୍ଡରେ...

ଅଷ୍ଟ୍ରେଲିଆର ବିଜୟ ଅଭିଯାନ

ବ୍ରିଷ୍ଟଲ, ୨।୬- ଆଇସିସି ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ଏଠାରେ ଅନୁଷ୍ଠିତ ୪ର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏକପାଖିଆ ଭାବେ ୭ ଉଇକେଟ୍‌ରେ...

ରାଞ୍ଚି ଟେଷ୍ଟ ହାତେଇ ୩-୦ ସିରିଜ୍‌ କ୍ଲିନ୍‌ ସୁଇପ୍‌ କଲା ଭାରତ

ରାଞ୍ଚି,୨୨।୧୦: ଆଉ ଏକ ବୃହତ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ। ଝାଡଖଣ୍ଡ କ୍ରିକେଟ ଆସୋସିଏସନ (ଜେଏସସିଏ) ଷ୍ଟାଡିୟମରେ ଚାଲିଥିବା ତୃତୀୟ...

ଜନ୍ମଦିନରେ ନିଜକୁ ଏକ ହୃଦୟସ୍ପର୍ଶୀ ଚିଠି ଲେଖିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନିଜ ଟୁଇଟରରେ ଏକ ହାତ ଲେଖା...

ପଂଘାଲଙ୍କୁ ସ୍ବର୍ଣ୍ଣ, ମହିଳାରେ ପୂଜା ଶ୍ରେଷ୍ଠ

ବ୍ୟାଙ୍କ୍‌କ, ୨୭ା୪ (ପି.ଟି.)-ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ରେ ଭରତୀୟ ପ୍ରତିଯୋଗୀମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଅମିତ ପଂଘାଲ(୫୨କେଜି) ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ପୂଜା ରାଣୀ (୮୧କେଜି)...

Leave a comment

Your email address will not be published. Required fields are marked *