ଟ୍ରେଲର ଧକ୍କାରେ ନାବାଳିକା ମୃତ: ୨୬ ନଂ. ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନ୍‌ମାଠ ନିକଟ ୨୬ ନଂ. ଜାତୀୟ ରାଜପଥ ପାରହେଉଥିବା ବେଳେ ଜଣେ ନାବାଳିକାଙ୍କ ଉପରେ ଲାଞ୍ଜିଗଡ଼ସ୍ଥିତ  ଏକ କମ୍ପାନୀର ଟ୍ରେଲର ଧକ୍କାଦେବାରୁ ଶୁକ୍ରବାର ସକାଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ କେସିଙ୍ଗାସ୍ଥିତ ବଗାଡ଼ର ଦନାର ମାଝିଙ୍କ ଝିଅ ସରିତା(୮)। ଏ ନେଇ ସ୍ଥାନୀୟ ଲୋକେ ଟ୍ରେଲରକୁ ଅଟକ ରଖିବା ସହ ରାଜପଥ ଉପରେ ମୃତଦେହ ରଖି ଅବରୋଧ କରିଛନ୍ତି। ଫଳରେ କଳାହାଣ୍ଡି, ବଲାଙ୍ଗୀର, ଭବାନୀପାଟଣାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବରପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛିି। ଏନ୍‌ଏସି ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ଦେଇଥିବା ବେଳେ  କମ୍ପାନୀର କୌଣସି କର୍ତ୍ତୃପକ୍ଷ ପହଞ୍ଚି ନ ଥିବା ଜଣାପଡ଼ିଛି।


All Right Reserved By Dharitri.Com

ବଜ୍ରପାତରେ ଚାଷୀଙ୍କ ପ୍ରାଣ ଗଲା

ଭୋଗରାଇ, ୫।୮(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସୋମବାର ଅପରାହ୍ନରୁ ଉତ୍ତର ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇଛି। ଭୋଗରାଇ ବ୍ଲକ କଲ୍ୟାଣପୁର ଗ୍ରାମରେ ବଜ୍ରପାତ ହେବାରୁ...

ଶିଶୁଙ୍କ ଜଳଖିଆରେ ପୋକ ଘଟଣା: ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ରୂପ୍‌ସା, ୧୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି। ଗତ ୭ତାରିଖରେ ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବା ଘଟଣାରେ...

‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌’:ରାଜେଶ ପ୍ରଥମ ଓଡ଼ିଆ ଆଞ୍ଚଳିକ ନିର୍ଦ୍ଦେଶକ

ଭୁବନେଶ୍ୱର,୪-୯(ବ୍ୟୁରୋ):ବିଶ୍ୱର ଜଣାଶୁଣା ବିଉଟି ପାଜେଣ୍ଟ୍‌ ‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଚାର୍ମିଂ ଫେସ୍‌’ର ୩ୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ...

ପାଟକନାରେ ହାତୀ ଉପଦ୍ରବ: ବନବିଭାଗ ଗାଡ଼ି ଅଟକାଇଲେ ଗ୍ରାମବାସୀ

ବନ୍ତ,୩୦।୬(ସ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ପାଟକନା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗ୍ରାମର କାର୍ତ୍ତିକ ଘଡେଇଙ୍କ କାନ୍ଥକୁ...

ବିଗିଡ଼ିଛି ସ୍ବାସ୍ଥ୍ୟସେବା, ଆଇନଶୃଙ୍ଖଳା

ଅନୁଗୋଳ ଅଫିସ/କଣିହଁା, ୨୩।୭ ଅନୁଗୋଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। ପ୍ରତିଦିନ ଗରିବ ଲୋକଙ୍କ ଜୀବନ ସହ ଖେଳ ଚାଲିଛି। ଜିଲା ମୁଖ୍ୟ...

ମହାନଦୀରେ ନୌକାବିହାର ମଜା ନେବେ ପର୍ଯ୍ୟଟକ

କଟକ ଅଫିସ, ୫ା୧୧:ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏହି ଯାତ୍ରାକୁ ଆଉ କିଛି ଦିନ ବାକି ଥିବାବେଳେ ଜିଲା ପ୍ରଶାସନ ଓ କଟକ ମହାନଗର...

ପାଟଣାରେ ମୁସଲିମ ଭଉଣୀଭାଇଙ୍କ ଇଦ୍‌ ପର୍ବ ପାଳିତ

ପାଟଣା,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟଠାରେ ବୁଧବାର ସଂଖ୍ୟାଲଘୁ ମୁସଲିମ ଭଉଣୀଭାଇଙ୍କୁ ନେଇ ଇଦ୍‌ ପର୍ବ ପାଳିତ ହୋଇଯାଇଛି। ଏକ ମାସ ଧରି ଚାଲିଥିବା ଏହି...

ନାରୀ ନିର୍ଯାତନା, ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ପ୍ରତିବାଦ: କଂଗ୍ରେସର ଗଣଧାରଣା, ପ୍ରତିବାଦ ସଭା

ଭବାନୀପାଟଣା,୨୪।୭(ଡି.ଏନ.ଏ.): ରାଜ୍ୟରେ ନାବାଳିକା ବଳାତ୍କାର, ନାରୀ ନିର୍ଯାତନା ଏବଂ ଆଇନଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡ଼ିଛି। ଏହାର ପ୍ରତିବାଦରେ ବୁଧବାର କଂଗ୍ରେସ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଡାକରା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *