Posted inଖେଳ

ସବ୍‌ଜୁନିୟର କରାଟେ ପାଇଁ ଭୁବନେଶ୍ୱର ଦଳ ଚୟନ

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଚଳିତମାସ ୨୬ରେ ୩୧ତମ ରାଜ୍ୟ ସବ୍‌ଜୁନିୟର କରାଟେ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସ୍କୁଲ ପରିସରରେ ଭୁବନେଶ୍ୱର ଦଳ ଚୟନ ହୋଇଯାଇଛି। ମନୋନୟନ ପ୍ରକ୍ରିୟାରେ ଭୁବନେଶ୍ୱରସ୍ଥିତ ସ୍ବିକୃତିପ୍ରାପ୍ତ ବିଭିନ୍ନ କରାଟେ ସ୍କୁଲରୁ ପାଖାପାଖି ୧୨୦ କରାଟେକା ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱର କରାଟେ ଆସୋସିଏଶନ ଦ୍ୱାରା ଆୟୋଜିତ ମନୋନୟନ ପ୍ରକ୍ରିୟାରେ ବିଭିନ୍ନ ବୟସବର୍ଗର କରାଟେକାଙ୍କୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜାତୀୟ ସ୍ତରର ରେଫରି ରାଜୀବ କୁମାର ସିଂ, ଦୀପକ ସାମନ୍ତରାୟ, ସନ୍ଦୀପ ମହାନ୍ତି, ଖାରବେଳ ସ୍ବାଇଁ, ଗୌରୀ ମହାନ୍ତି, ଦିଲୀପ ଜେନା, ଅନୁପମା ସ୍ବାଇଁ, ଅନୁରାଧା ପାତ୍ର, ଅମୀୟ ସାହୁ, କୃଷ୍ଣଚନ୍ଦ୍ର ମହାରଣା, ରାଜେଶ ଦାସ, କ୍ରିଷ୍ଣା ଶିକାରୀ, ରଜନୀ ବିଶି, ସନ୍ଦୀପ ଦାସ, ସୁସ୍‌ମିନି ପାଲ୍‌ଟାସିଂ, ସିନ୍ଧୁତନୟା ଖୁଣ୍ଟିଆ, ପ୍ରିୟଦର୍ଶିନୀ ଘଟୁଆରୀ, ବାସୁଦେବ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।


All Right Reserved By

Posted inଖେଳ

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରିସାରିଛନ୍ତି ଯୁବରାଜ

କର୍କଟକୁ ଜିତି ପୁଣି କ୍ରିକେଟ ପଡ଼ିଆକୁ ଜବରଦସ୍ତ ଏଣ୍ଟ୍ରି ମାରିଥିବା ଯୁବରାଜ ସିଂହ ସୋମବାର କ୍ରିକେଟକୁ ଅଲବିଦା କହିଛନ୍ତି। କ୍ରିକେଟ ଜଗତର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌...

ଅଷ୍ଟ୍ରେଲିଆନ୍‌ ଓପନ ବ୍ୟାଡ୍‌ମିଣ୍ଟନ:ଭାରତର ଅଭିଯାନ ଶେଷ

ସିଡ୍‌ନୀ, ୬।୬(ପିଟି)- ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ଭାରତୀୟ ପ୍ରତିଦ୍ୱନ୍ଦ୍ୱିତାର ଶେଷ ହୋଇଛି। ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ...

ଦୁଃସାହସର ଅନ୍ୟନାମ କଳ୍ପନା

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)- (୧୯୬୬ ଜୁଲାଇ ୭ରୁ ୨୦୧୯ ମେ ୨୩) ଓଡ଼ିଶା କ୍ରୀଡ଼ା ପାଇଁ ଗୁରୁବାର ଆସିଛି ଏକ ଖରାପ ଖବର। ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶା...

ଦଳରେ ସନ୍ତୁଳନ ରହିଛି: କୋଚ୍‌ ଗ୍ରାହମ ରିଡ୍‌

ଭୁବନେଶ୍ୱର,୨୮।୫(ସ୍ପୋଟର୍‌ସ ବ୍ୟୁରୋ)- ଏହି ଟୁର୍ନାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରି ଶୀର୍ଷରେ ରହିବ ବୋଲି ହେଡ୍‌ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି। କୋଚ୍‌ ହିସାବରେ ପ୍ରଥମଥର...

ଜୁନିୟର ଶୁଟିଂ ବିଶ୍ୱକପ୍‌: ବିଜୟବୀରଙ୍କୁ ତୃତୀୟ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୭ା୭ (ପି.ଟି.)-ଜର୍ମାନୀର ସୁଲ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ଶୁଟିଂ ବିଶ୍ୱକପ୍‌ରେ ବିଜୟବୀର ସିଦ୍ଧୁ ତାଙ୍କର ତୃତୀୟ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ସେ ଏବଂ...

ମ୍ୟାକ୍‌କୁଲମ କେକେଆର ସହାୟକ କୋଚ୍‌

ନୂଆଦିଲ୍ଲୀ,୯।୮(ପିଟି): ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମ ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳକୁ ଫେରିବାକୁ ଯାଉଛନ୍ତି। କିନ୍ତୁ ଜଣେ ଖେଳାଳି ଭାବେ...

ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ଓସିଏ

କଟକ ଅଫିସ,୧୩ା୮- ଦ୍ୱନ୍ଦ୍ୱ ଭିତରେ ରହିଛି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ । ଓସିଏ ପକ୍ଷରୁ ଘୋଷଣା ହେଉଛି ଯେ, ନିର୍ବାଚନ ଅଧିକାରୀ ନିଯୁକ୍ତ...

ଦୀପାଙ୍କୁ ଖେଳ ରତ୍ନ, ଜାଡେଜାଙ୍କ ସମେତ ୧୯ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୮।୮(ପି.ଟି.)- ତାରକା ରେସଲର ବଜରଙ୍ଗ ପୁନିଆଙ୍କ ସମେତ ପାରା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଦୀପା ମଲିକ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *