Posted inଜାତୀୟ

ଜେଲ୍‌ ଯିବା ପୂର୍ବରୁ ଚିଦାମ୍ବରମ୍‌ଙ୍କୁ ଘାରିଲା ଭାରତର ଅର୍ଥନୀତି ଚିନ୍ତା

ନୂଆଦିଲ୍ଲୀ,୬।୯: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ଚିଦାମ୍ବରମଙ୍କୁ ଶେଷରେ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଦୀର୍ଘ ୧୪ ଦିନ କାଳ ଅର୍ଥାତ ସେପ୍ଟେମ୍ବର ୧୯ ଯାଏ ତିହାର ଜେଲରେ ରହିବେ। ତିହାର୍‌ ଜେଲ୍‌ ଯିବା ପୂର୍ବରୁ ଚିଦାମ୍ବରମ୍‌ କେବଳ ଏତିକି କହିଥିଲେ, ମୋତେ କେବଳ ଏବେ ଭାରତର ଅର୍ଥନୀତି ଚିନ୍ତା ରହିଛି। ଏନେଇ ସେ କେନ୍ଦ୍ର ସରକାରଙ୍କୁ ଉପରେ ବର୍ଷିଥିଲେ। ତେବେ ତିହାର ଜେଲରେ ଏହି ପୂର୍ବତନ କେନ୍ଦ୍ର ଅର୍ଥ ଓ ଗୃହମନ୍ତ୍ରୀଙ୍କୁ କେଉଁ ସବୁ ସୁବିଧା ମିଳିବ, ସେନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଅବଶ୍ୟ ଜେଲର ଅନ୍ୟ କଏଦୀଙ୍କ ଭଳି ଚିଦାଙ୍କ ସହ ବ୍ୟବହାର କରାଯିବ ବୋଲି ତିହାର କର୍ତ୍ତୃପକ୍ଷ କହିଛନ୍ତି। ହେଲେ ଚିଦାଙ୍କ ଓକିଲ କପିଲ ଶିବଲ କୋର୍ଟରେ ତାଙ୍କୁ ଜେଲରେ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏଥିସହ ସ୍ବତନ୍ତ୍ର ଚଷମା ନେବାକୁ କୋର୍ଟ ଅନୁମତି ଦିଅନ୍ତୁ ବୋଲି ସେ କହିଥିଲେ।


All Right Reserved By Dharitri.Com

ବିବାହକୁ ଆସିଥିବା ବରଯାତ୍ରୀଙ୍କୁ ଉପହାରରେ ଦିଆଗଲା ହେଲମେଟ୍‌

ନୂଆଦିଲ୍ଲୀ, ୩।୧୨: ସାଧାରଣତଃ ବରଯାତ୍ରୀଙ୍କୁ କନ୍ୟାଘର ପକ୍ଷରୁ ବିଭିନ୍ନ ପ୍ରକାର ଖାଦ୍ୟରେ ଆପାୟିତ କରାଯାଏ। କିନ୍ତୁ ନୂଆଦିଲ୍ଲୀର ଲକ୍ଷ୍ମଣଗଡରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି।...

ମଞ୍ଚରେ ବଂଶୀ ବଜାଇଲେ ତେଜ ପ୍ରତାପ

ବୈଶାଳି, ୨୧।୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଭିନ୍ନ ଭିନ୍ନ ଲୁକ୍‌ରେ ନଜର...

ସରିଲା ଶିବସେନା, ଏନ୍‌ସିପି, କଂଗ୍ରେସର ବୈଠକ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ରାଜନୀତି ବେଳକୁ ବେଳ ରୋଚକ ହେବାରେ ଲାଗିଛି। ଶିବସେନା ସହ ମେଣ୍ଟ କରୁଥିବା ଏନ୍‌ସିପି ଓ କଂଗ୍ରେସକୁ ନେଇ ଶୁକ୍ରବାର ଏକ ବୈଠକର...

ତେଜସ୍‌ ଯୁଦ୍ଧବିମାନ ନାଭାଲ ଭର୍ସନର ସଫଳ ପରୀକ୍ଷା

ନୂଆଦିଲ୍ଲୀ,୧୪ା୯: ସମୁଦ୍ର ଗର୍ଭରେ ଯୁଦ୍ଧବିମାନବାହୀ ଜାହାଜରେ ଅବତରଣ କରିବା ପୂର୍ବରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ତେଜସ୍‌ ନାଭାଲ ଭର୍ସନର ଆରେଷ୍ଟେଡ୍‌ ଲ୍ୟାଣ୍ଡିଂ...

ସିଏଏକୁ ନେଇ ସାରା ଦେଶରେ ବିକ୍ଷୋଭ: ରେଲଓ୍ବେର ୮୮ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନିଆଁରେ ସାରା ଦେଶ ଏକ ପ୍ରକାର ଜଳୁଛି କହିଲେ ଚଳେ। ପାଖାପାଖି ୩ ଦିନ ହେବ ସାରା ଦେଶରେ ସିଏଏକୁ...

ଅଭିଯୁକ୍ତ ଡାକ୍ତରଙ୍କୁ ଦୋଷମୁକ୍ତ କରିବା ସହିତ ଗୋଟିଏ ବର୍ଷରେ ଶହେ ବୃକ୍ଷ ଚାରା ରୋପଣ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୬।୭: ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ଡାକ୍ତରଙ୍କୁ ସୁପ୍ରିମ୍‌କୋର୍ଟ ଦୋଷମୁକ୍ତ କରିଛନ୍ତି। ତେବେ ଡାକ୍ତର ଏଭଳି ଅପରାଧ କରିଥିବା ସମୟରେ ନାବାଳକ ଥିବାରୁ ତାଙ୍କୁ ଦଣ୍ଡ...

ଭାଜପାରେ ଯୋଗ ଦେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

ଆଲିଗଡ,୮।୭: ଭାରତୀୟ ଜନତା ପାର୍ଟି ଏବେ ତା’ର ସଦସ୍ୟତା ଯୋଗାଡ କରିବା ଅଭିଯାନ ଚଳାଇଛି। ତେଣୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏବେ ଭାଜପାରେ...

ଏଣିକି ପୋଲିସକର୍ମୀ ନିଜସ୍ବ ଗାଡ଼ିରେ ପୋଲିସ ଷ୍ଟିକର ଲଗାଇଲେ ଯିବାକୁ ପଡ଼ିପାରେ ଜେଲ୍‌

ମୁମ୍ବାଇ,୧।୭: ମହାରାଷ୍ଟ୍ରରେ ଏଣିକି ପୋଲିସ କର୍ମଚାରୀ ନିଜସ୍ବ ଗାଡିରେ ପୋଲିସ ଷ୍ଟିକର ଲଗାଇପାରିବେନି। ଯଦି କୌଣସି ବ୍ୟକ୍ତି ଲଗାନ୍ତି ତାହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ...

Leave a comment

Your email address will not be published. Required fields are marked *