ସତ୍ୟ ଖବରକୁ ମିଥ୍ୟା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଲା ଜିଲା ପ୍ରଶାସନ: ଗ୍ରାମବାସୀ କହିଲେ ତଦନ୍ତ ପାଇଁ ଆମ ଗ୍ରାମକୁ କେହି ଆସିନାହାନ୍ତି

ଚିତ୍ରକୋଣ୍ଡା/ମାଲକାନଗିରି,୬ା୯ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ ଥାଟମାନଗୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗଛମୂଳେ ପଢୁଛନ୍ତି ପିଲା। ଏ ଖବର ଧରିତ୍ରୀରେ ଗତ ୩୧ରେ ପ୍ରକାଶ ପାଇଥିଲା। ଉକ୍ତ ଖବରରେ ଗତ ୩ବର୍ଷ ହେଲା ଶ୍ରେଣୀ ଗୃହ ଛାତରେ ଫାଟ ସୃଷ୍ଟି ହୋଇ ବର୍ଷାପାଣି ଗଳୁଥିବା, ୨ବର୍ଷ ହେଲା ଘରର କାନ୍ଥ ଫାଟି ଭାଙ୍ଗିଥିବାରୁ ଚଳିତ ବର୍ଷ ଛାତ୍ରୀଛାତ୍ରମାନେ ଗଛତଳେ ପାଠ ପଢୁଥିବା ଉଲ୍ଲେଖ ଥିଲା। ଏହି ଖବର ପ୍ରକାଶ ପରେ ବରଗଡ ଜିଲାର ଦିବାସ ସାହୁ ନାମକ ଜଣେ ସାମାଜିକ କର୍ମୀ ଧରିତ୍ରୀରେ ପ୍ରକାଶିତ ଖବରର ପେପର କଟିଂକୁ ମୁଖ୍ୟମନ୍ତ୍ରୀ ଓ ମାଲକାନଗିରି ଜିଲାପାଳଙ୍କୁ ଟ୍ବିଟ୍‌ କରି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମାଲକାନଗିରି ଜିଲାପାଳଙ୍କୁ ପ୍ରକାଶିତ ଖବର ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିଲା। ଜିଲାପାଳ ଡିଇଓଙ୍କୁ ଏ ନେଇ ଜଣାଇ ଥିଲେ। ଏହାପରେ ଡିଇଓ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀଙ୍କୁ ଘଟଣା ସ୍ଥଳକୁ ଯାଇ ପ୍ରକୃତ ତଥ୍ୟ ସଂଗ୍ରହ ସହ ଏହାର ପ୍ରତିକାର କରିବା ପାଇଁ ଜଣାଇଥିଲେ। ମାତ୍ର କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଘଟଣା ସ୍ଥଳକୁ ନ ଯାଇ ଫୋନ ଦ୍ୱାରା ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଜଣାଇ ଏକ ରିପୋର୍ଟ ଦେବାପାଇଁ କହିଥିଲେ। ସମ୍ପୃକ୍ତ ପ୍ରଧାନଶିକ୍ଷକ ବିଦ୍ୟାଳୟର ଶ୍ରେଣୀ ଗୃହରେ ପାଣି ଗଳୁଥିବା କଥା ସତ୍ୟ, ମାତ୍ର ପିଲାମାନେ ଗଛ ମୂଳେ ପାଠ ପଢିବା ଖବର ମିଥ୍ୟା ଦର୍ଶାଇ ବ୍ଲକ ଶିକ୍ଷାଧିକାରୀଙ୍କୁ ରିପୋର୍ଟ ଦେଇଥିଲେ। ପ୍ରଧାନଶିକ୍ଷକଙ୍କ ରିପୋର୍ଟ ଆଧାରରେ ଉକ୍ତ ଖବରଟି ସମ୍ପର୍ଣ୍ଣ ମିଥ୍ୟା ବୋଲି ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇବା ସହ ପାଣି ଗଳୁଥିବା ଶ୍ରେଣୀଗୃହ ତୁରନ୍ତ ମରାମତି କରିବା ପାଇଁ ଚିତ୍ରକୋଣ୍ଡା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଇଥିଲେ। ଜିଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କ ଚିଠିକୁ ଆଧାର କରି ଜିଲାପାଳଙ୍କୁ ଜଣାଇ ଥିଲେ। ଏହାପରେ ଜିଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସାମାଜିକ କର୍ମୀ ଦିବାସ ସାହୁଙ୍କୁ ଟ୍ବିଟ୍‌ କରି ଗଛମୂଳେ ପାଠ ପଢୁଥିବା ପିଲାଏ ଖବରଟି ମିଥ୍ୟା ବୋଲି ଜଣାଇଛନ୍ତି। ଏଥିସହ ସହ ଭଙ୍ଗା ଶ୍ରେଣୀଗୃହକୁ ମରାମତି କରାଯିିବ ବୋଲି କହିଛନ୍ତି। ତେବେ ପିଲାମାନେ ଗଛମୂଳେ ପାଠ ପଢଥିବା ଏବଂ ଜଣେ ଶିକ୍ଷକ ଚେୟାରରେ ବସି ପାଠ ପଢାଉଥିବା ଘଟଣା ସତ୍ୟ ା ଗତ ତିନିବର୍ଷ ହେଲା ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଛନ୍ତି ବୋଲି ଗ୍ରାମବାସୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଚଳିତ ବର୍ଷ ବିଦ୍ୟାଳୟ ଛାତରୁ ପାଣି ଗଳିବା, କାନ୍ଥ ଫାଟିଯିବା ଯୋଗୁ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି। ପାଗ ଭଲଥିଲେ ପିଲାମାନେ ବିଦ୍ୟାଳୟ ନିକଟ ଗଛମୂଳେ ପାଠ ପଢନ୍ତି। ବର୍ଷା ହେଲେ ପାଖରେ ଥିବା ଗ୍ରାମବାସୀଙ୍କ ଘର ପିଣ୍ଡାରେ ପାଠ ପଢନ୍ତି ବୋଲି କହିଛନ୍ତି। ଖବର ପ୍ରକାଶ ପାଇଲା ପରେ ଆମ ଗ୍ରାମକୁ ବ୍ଲକ ଶିକ୍ଷାଧିକାରୀ କିମ୍ବା କୌଣସି ଶିକ୍ଷା ବିଭାଗ ଅଧିକାରୀ ଆସିନାହାନ୍ତି। ଆମ ସହିତ ପ୍ରକୃତ ଘଟଣା ନେଇ କେହି ବୁଝିନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।


All Right Reserved By

କଳାହାଣ୍ଡିରେ ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ: କୂଳ ଲଘିଂଲା ହାତୀନଦୀ,୧୦ ଘର ଭାଙ୍ଗିଲା, ଚାଷ ଜମି ଜଳମଗ୍ନ

ଭବାନୀପାଟଣା/ଜୁନାଗଡ଼,୮।୮(ଡି.ଏନ.ଏ.) ଗତ ୩ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ଭଙ୍ଗା ହେଉଛି ଏମାର ମଠ: କୋଠିଘର ଭଙ୍ଗାଯିବା ବେଳେ ବାହାରିଲେ ଶହ ଶହ ସଂଖ୍ୟାରେ ଚେମିଣି, ସରୀସୃପ ଥିବା ଆଶଙ୍କା

ପୁରୀ ଅଫିସ,୨୯।୮: ଲଙ୍ଗୁଳୀ ମଠ ଭଙ୍ଗା ଯିବା ପରେ ଏବେ ଏମାର ମଠକୁ ଭାଙ୍ଗିଛି ପ୍ରଶାସନ। ବିପଦ ସଙ୍କୁଳ ଦର୍ଶାଇ ବୁଧବାର ଏମାର ମଠ ଉଚ୍ଛେଦ...

ଚମ୍ପୁଆକୁ ପଶିଲେ ୪ ଝାଡ଼ଖଣ୍ଡ ହାତୀ

ଚମ୍ପୁଆ,୨ା୬(ଡି.ଏନ.ଏ)- ଦୀର୍ଘଦିନ ବ୍ୟବଧାନ ପରେ କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନକୁ ଝାଡ଼ଖଣ୍ଡ ହାତୀପଲ ଚାଲି ଆସିଛନ୍ତି। ଉକ୍ତ ପଲରେ ଦୁଇ ମାଈ ଓ ୨ ଅଣ୍ଡିିରା...

ଜାତୀୟ କ୍ରୀଡ଼ା ଦିବସ: ଝିଲ୍ଲୀ ଓ ଦୀପାଳି ଜିଲାର ଗୌରବ

ନୟାଗଡ଼ ଅଫିସ,୨୯।୮(ରଞ୍ଜନ କୁମାର ପ୍ରଧାନ): ଗୁରୁବାର ଜାତୀୟ କ୍ରୀଡ଼ା ଦିବସ। କ୍ରୀଡ଼ା କ୍ଷେତ୍ରକୁ ନୟାଗଡ଼ ଜିଲାର ଅବଦାନ କିଛି କମ୍‌ ନୁହେଁ। ଜିଲାର କ୍ରୀଡ଼ାବିତ୍‌ମାନେ ନିଜର...

ଜିଲାସ୍ତରରେ କୃଷି ଯୋଜନାର କାର୍ଯ୍ୟାନ୍ବୟନ ପରଖିବେ ଅଧିକାରୀ

ଭୁବନେଶ୍ୱର,୧୮।୬(ବ୍ୟୁରୋ): କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା ଲାଗି କୃଷକମାନଙ୍କ ଉନ୍ନତି...

ପୂର୍ବ ଶତ୍ରୁତା ସନ୍ଦେହ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ ଅଫିସ, ୬ା୮:ଲୋକନାଥ ରୋଡ଼ର ଛପନ ଛକଠାରେ ମଙ୍ଗଳବାର ଅର୍ଜୁନ ନାୟକ ନାମକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା...

ଯାଜପୁର ସଂସଦୀୟ କ୍ଷେତ୍ର: ୯ ବୁଥ୍‌ରେ ହେଉଛି ସାନି ମତଦାନ, ଭୋଟକେନ୍ଦ୍ରରେ ମତଦାତାଙ୍କ ଭିଡ଼

ଯାଜପୁର ଅଫିସ,୧୯।୫-ଯାଜପୁର ସଂସଦୀୟ କ୍ଷେତ୍ରର ୯ ଟି ବୁଥ୍‌ରେ ରବିବାର ସାନି ମତଦାନ ଚାଲିଛି। ଏଥିରେ ମୋଟ ୯୯୩୧ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।...

ରେଳଫାଟକ ବନ୍ଦଥିବାରୁ ଗୁରୁତର ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହେଲେ ସ୍ବେଚ୍ଛାସେବୀ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ବେଲଖଣ୍ଡି ଗାଁରେ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ସମୟରେ କେସିଙ୍ଗା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *