ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କ:ଆମେରିକା କଟକଣା ପ୍ରଭାବହୀନ

ଭ୍ଲାଡିଭୋଷ୍ଟକ୍‌,୬-୯ (ପି.ଟି.):ଭାରତ-ରୁଷିଆ ସମ୍ପର୍କରେ ଆମେରିକା କଟକଣା ପ୍ରତିବନ୍ଧକ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ବଢ଼ୁଥିବା ସହଯୋଗ ପ୍ରଭାବିତ ହେବନାହିଁ। ରୁଷିଆ ଦୂରପ୍ରାଚ୍ୟର ବିକାଶ ପାଇଁ ଭାରତ ୧୦୦ କୋଟି ଡଲାର ଋଣ ସହାୟତା ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁବାର ଘୋଷଣା କରିଛନ୍ତି। ରୁଷିଆର ଏହି ପ୍ରାକୃତିକ ସମ୍ପଦଭରା ଅଞ୍ଚଳର ବିକାଶ ପାଇଁ ମସ୍କୋ ସହ ନୂଆଦିଲ୍ଲୀ କାନ୍ଧକୁ କାନ୍ଧ ମିଶାଇ ଚାଲିବ ବୋଲି ମୋଦି ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍‌ (ଇଇଏଫ୍‌) ଅଧିବେଶନରେ ଉଦ୍‌ବୋଧନ ଦେଇ କହିଛନ୍ତି। ଦୁଇ ବନ୍ଧୁ ରାଷ୍ଟ୍ରର ବିଭିନ୍ନ ଅଞ୍ଚଳ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଏବଂ ଆର୍ଥିକ କୂଟନୀତିର ବିକାଶରେ ଏହା ନୂଆ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।
ଆଗାମୀ ଜି୭/ଜି୮ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରୁଷିଆ ଆୟୋଜନ କରିବାକୁ ଯାଉଥିବାବେଳେ ଏଥିରେ ଭାରତ, ଚାଇନା ଓ ତୁର୍କୀକୁ ସାମିଲ କରାଯିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି। ଭାରତ ଓ ଚାଇନାକୁ ଛାଡ଼ି କୌଣସି ଅନ୍ତର୍ଜାତୀୟ ସଂଗଠନ ସେ କଳ୍ପନା କରିପାରୁନାହାନ୍ତି ବୋଲି ପୁଟିନ ଇଇଏଫ୍‌ ଅଧିବେଶନରେ ଉଦ୍‌ବୋଧନ ଦେଇ କହିଥିଲେ।
ଇଇଏଫ-୨୦୧୯ରେ ଭାରତ ୫ ବିଲିୟନ ଡଲାର ମୂଲ୍ୟର ୫୦ ରାଜିନାମା ଚୂଡାନ୍ତ କରିଛି। ରୁଷିଆର ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ଭାରତୀୟ ଶିଳ୍ପସଂସ୍ଥା ୭ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ କରିଛନ୍ତି। ୨୦୦୧ରେ ଓଏନ୍‌ଜିସି ବିଦେଶ ରୁଷିଆ ଦୂରପ୍ରାଚ୍ୟରେ ଥିବା ସାଖାଲିନ-୧ ତୈଳ ଓ ଗ୍ୟାସ କ୍ଷେତ୍ରର ୨୦% ଅଂଶଧନ ଅଧିଗ୍ରହଣ କରିଥିଲା। ଏହାବ୍ୟତୀତ ଓଏନ୍‌ଜିସି ବିଦେଶ ସାଇବେରିଆରେ ଥିବା ଇମ୍ପେରିଆଲ ଏନର୍ଜିକୁ କିଣିବା ସହ ପୂର୍ବ ସାଇବେରିଆରେ ଥିବା ଭାଙ୍କୋର ତୈଳକ୍ଷେତ୍ରର ଅଂଶଧନ କିଣିଥିଲା। ସେହିପରି ପୂର୍ବ ସାଇବେରିଆରେ ଥିବା ଟାସ୍‌-ୟୁର଼୍ୟାଖ୍‌ ତୈଳକ୍ଷେତ୍ରର ୨୯.୯ ପ୍ରତିଶତ ଇଣ୍ଡିଆନ ଅଏଲ୍‌ କର୍ପୋରେଶନ କିଣିଥିବାବେଳେ ରୁଷିଆର ତୈଳ କମ୍ପାନୀ ରୋସ୍‌ନେଫ୍ଟ ୨୦୧୭ରେ ଏସାର ଅଏଲ୍‌କୁ କିଣିଥିଲା। ୨୦୨୪ ସୁଦ୍ଧା ଭାରତ ୫ ବିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଆମେରିକାର କଟକଣା ଯୋଗୁ ରୁଷିଆ ପ୍ରତିରକ୍ଷା ସାମଗ୍ରୀ ବିକ୍ରି କରିବାରେ ସମସ୍ୟାର ସମ୍ମୁଖୀନ ହେଉଛି। ସେଠାରୁ ୫ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ମୂଲ୍ୟର ଅତ୍ୟାଧୁନିକ ଏସ-୪୦୦ ଏୟାର-ଡିଫେନ୍ସ ମିସାଇଲ ସିଷ୍ଟମ୍‌ ନ କିଣିବାକୁ ଆମେରିକା ଭାରତ ଉପରେ ଚାପ ପକାଇଆସୁଛି।

ଜାକିରଙ୍କ ପ୍ରତ୍ୟର୍ପଣ ନେଇ ମହାଥିରଙ୍କ ସହ ଆଲୋଚନା

ଇଇଏଫ୍‌ର ପଞ୍ଚମ ସମ୍ମିଳନୀରେ ଯୋଗଦେବାକୁ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ମାଲେସିଆ ପ୍ରତିପକ୍ଷ ମହାଥିର ମହମ୍ମଦଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋଦି ମହାଥିରଙ୍କୁ କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କରେ ଜଣାଇବା ସହ ବିବାଦୀୟ ଇସ୍‌ଲାମିକ୍‌ ବିଦ୍ୱାନ୍‌ ଜାକିର ନାଏକଙ୍କ ପ୍ରତ୍ୟର୍ପଣ ନେଇ ଆଲୋଚନା କରିଥିଲେ। ଆତଙ୍କବାଦ ଓ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଜାକିରଙ୍କୁ ଫେରାଇଆଣିବା ପାଇଁ ଭାରତ ଜୋରଦାର ଉଦ୍ୟମ ଚଳାଇଛି। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହୋଇଥିବା ମୋଦି ଟୁଇଟ୍‌ କରିଛନ୍ତି।


All Right Reserved By Dharitri.Com

୨୩ରେ ଅଣଏନ୍‌ଡିଏ ଦଳ ବୈଠକ

ନୂଆଦିଲ୍ଲୀ,୧୭।୫:ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆସନ୍ତା ୨୩ରେ ଅଣଏନ୍‌ଡିଏ ଦଳଗୁଡ଼ିକର ନେତାଙ୍କୁ ନେଇ ଏକ ବୈଠକ କରିବେ। ଏଥିଲାଗି ଧର୍ମନିରପେକ୍ଷ ଦଳଗୁଡ଼ିକୁ ସେ ନିମନ୍ତ୍ରଣ କରଛନ୍ତି।...

ପାକିସ୍ତାନ ପ୍ରଧାନମନ୍ତ୍ରୀ ହେଲେ ହଟହଟା: ଅନ୍ୟ ଦେଶର ବିମାନରେ ଆମେରିକା ଗଲେ, ସ୍ବାଗତ କରିବାକୁ ବି କେହି ଆସିଲେନି

ଓ୍ବାଶିଂଟନ, ୨୨।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେବା ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ହଟହଟା ହେବାକୁ ପଡିଛି।...

ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନକୁ ମୂଳୋତ୍ପାଟନ କରିବାକୁ ସଂକଳ୍ବ ନେଲେ ଘାନି

କାବୁଲ,୧୯।୮: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ରାଷ୍ଟ୍ରପତି ଅଶରଫ ଘାନି ଆଇଏସ୍‌ ଆତଙ୍କବାଦୀଙ୍କ ସମସ୍ତ ସୁରକ୍ଷିତ ଶିବିରକୁ ଧ୍ୱଂସ କରିବାକୁ...

ଭୂକମ୍ପରେ ଥରିଲା ଇସ୍ତାନବୁଲ

ଇସ୍ତାନବୁଲ,୨୭।୯: ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଗୁରୁବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଛି। ଏହି ଭୂକମ୍ପ ଯୋଗୁ ୩୦ରୁ ଊର୍ଦ୍ଧ୍ୱ...

ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ

ସିଙ୍ଗାପୁର: ବଲିଉଡ ସୁପରଷ୍ଟାର ତଥା ସ୍ବର୍ଗୀୟା ଅଭିନେତ୍ରୀ ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି ବୁଧବାର ସ୍ଥାନୀୟ ମାଡାମ ଟୁସାଡ୍ସରେ ଅନାବରଣ ହୋଇଛି। ଏଥିପାଇଁ ଆୟୋଜିତ ଏକ ଉତ୍ସବରେ...

ଡରିଲାଣି ପାକିସ୍ତାନ: ସର୍ତ୍ତ ରଖି କଥା ହେବାକୁ ଦେଉଛି ପ୍ରସ୍ତାବ

ଇସ୍‌ଲାମାବାଦ,୩୧।୮: ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ଏବେ ଡରି ଯାଇଥିବା ଆଲୋଚନା ହେଉଛି। କାରଣ ସେ ଏବେ ଭାରତ ସହ ସର୍ତ୍ତମୂଳକ କଥା...

ପିଓକେରେ ପାକିସ୍ତାନର ବର୍ବରତା: ବିକ୍ଷୋଭବେଳେ ଲାଠିମାଡ଼; ୨ ମୃତ, ୮୦ ଆହତ

ମୁଜାଫରାବାଦ,୨୩ା୧୦: ପାକ୍‌-ଅଧିକୃତ କଶ୍ମୀର(ପିଓକେ)ରେ ଇସ୍‌ଲାମାବାଦର ବର୍ବରତା ସୀମା ଟିପିଛି। ପିଓକେ ରାଜଧାନୀ ମୁଜାଫରାବାଦରେ ମଙ୍ଗଳବାର ସ୍ବାଧୀନତା ସପକ୍ଷରେ ଆୟୋଜିତ ଏକ ଶୋଭାଯାତ୍ରା ବେଳେ ପୋଲିସ ଲାଠିମାଡ଼...

ଜହ୍ନମାମୁର କଳଙ୍କ ପାଇଁ ଓଲିଭାଇନ୍‌ ଏବଂ କ୍ୟାଲସିୟମ୍‌ ଦାୟୀ

ବେଜିଂ,୧୬।୫: ଜହ୍ନରେ ଦେଖାଯାଉଥିବା କଳା କଳା ଅଂଶକୁ କେହି କେହି କଳଙ୍କ ବୋଲି କହିଥାନ୍ତି। ତେବେ ଏହା କିପରି ସୃଷ୍ଟି ହୋଇଛି ତାହାର ଉତ୍ତର ଏବେ...

Leave a comment

Your email address will not be published. Required fields are marked *