Posted inଜାତୀୟ

ଏନ୍‌ଆର୍‌ସି ସଂଯୋଜକଙ୍କ ନାଁରେ ମାମଲା

ଗୁଆହାଟୀ,୬-୯(ପି.ଟି.):ଆସାମରେ ଏନ୍‌ଆର୍‌ସି(ଜାତୀୟ ନାଗରିକ ପଞ୍ଜିକା) କାର୍ଯ୍ୟରେ ନିୟୋଜିତ ସଂଯୋଜକ ପ୍ରତୀକ ହାଜେଲାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତିରେ ସେ ଜାଲିଆତି କରିଥିବା ନେଇ ଅଭିଯୋଗ ହେବା ପରେ ‘ଅଲ୍‌ ଅସମ ଗୋରିୟା-ମୋରିୟା ଯୁବ ସଙ୍ଗଠନ’ ପକ୍ଷରୁ ଦିବ୍ରୁଗଡ଼ ଓ ଗୁଆହାଟୀ ପୋଲିସ ନିକଟରେ ମାମଲା ରୁଜୁ କରାଯାଇଛି। ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକାରେ ନାମ ନ ଥିବା ଚନ୍ଦନ ମଜୁମ୍‌ଦାର ଦିବ୍ରୁଗଡ଼ ପୋଲିସ ଷ୍ଟେଶନରେ ହାଜେଲାଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି, ସବୁ କାଗଜପତ୍ର ଦାଖଲ କରିଥିଲେ ହେଁ ଚୂଡ଼ାନ୍ତ ତାଲିକାରେ ତାଙ୍କର ନାମ ନାହିଁି। ବ୍ୟାପକ ଭେଦଭାବ କରାଯାଇ ଅନିୟମିତତା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟ ଏକ ଅଭିଯୋଗ ଗୁଆହାଟୀର ଲତସିଲ ପୋଲିସଷ୍ଟେଶନରେ କରାଯାଇଛି। ଚୂଡ଼ାନ୍ତ ଏନ୍‌ଆର୍‌ସି ତାଲିକାରେ ବହୁ ସ୍ଥାନୀୟ ବାସିନ୍ଦାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାଦ୍‌ ଦିଆଯାଇଥିବା ଦର୍ଶାଯାଇଛି।


All Right Reserved By Dharitri.Com

ଜମ୍ମୁ କଶ୍ମୀରରେ ଶାନ୍ତିଶୃଙ୍ଖଳାର ସହ ପାଳନ ହେଲା ଇଦ୍‌:ଗଳିକନ୍ଦିରେ ବୁଲିଲେ ଡୋଭାଲ

ଶ୍ରୀନଗର, ୧୨।୮: କଡ଼ାସୁରକ୍ଷା ଭିତରେ ଜମ୍ମୁ-କଶ୍ମୀରରେ ନିରାଡମ୍ବର ଭାବରେ ଇଦ-ଉଲ-ଜୁହା ପାଳିତ ହୋଇଛି। ମୁଖ୍ୟତଃ ଶ୍ରୀନଗରରେ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇଦ...

ରତନ ଟାଟାଙ୍କ ପ୍ରେମ କାହାଣୀ: ଚାଇନା ଯୋଗୁ ପ୍ରେମିକାଙ୍କୁ କରିପାରିଲେନି ବିବାହ

ମୁମ୍ବାଇ,୧୩।୨: ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ରତନ ଟାଟା ଚାଇନା ଯୋଗୁ ପ୍ରେମିକାଙ୍କୁ ବିବାହ କରି ପାରି ନ ଥିଲେ। ଏ ସମ୍ପର୍କରେ ସେ ନିଜ ଫେସ୍‌ବୁକ୍‌...

କରୋନା ଭାଇରସ: ଘରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କଲେ ବିଶ୍ୱର ସବୁଠାରୁ ଗେଡା ମହିଳା

ନାଗପୁର,୧୪।୪: କରୋନା ଭାଇରସକୁ ରୋକିବାକୁ ଏବେ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ତେଣୁ ଏହି ସମୟରେ ବାହାରେ ନ ବୁଲି ଘରେ...

ଅନ୍ତିମ ପର୍ଯ୍ୟାୟ ୯ ଲୋକ ସଭା ଆସନ ପାଇଁ ମୋଦି-ଶାହ-ମମତା ମୁହାଁମୁହିଁ

କୋଲକାତା,୧୫।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ ଆସନ ପାଇଁ ମତଦାନ ହେବ। ଆସନ...

୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୧୬ ପୋଲିସକର୍ମୀ କରୋନା ପଜିଟିଭ୍‌

ମୁମ୍ବାଇ, ୨୭।୫: ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭ ହଜାର ୪୬୬ଟି ମାମଲା ସାମ୍ନାକୁ ଆସିଥିବାବେଳେ...

ଅସୁସ୍ଥ ମୁଲାୟମଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ, ୧୦।୬:ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କୁ ଭେଟିଛନ୍ତି। ଏଥିସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି...

ରାଜସ୍ଥାନରୁ ରାଜ୍ୟ ସଭା ଯିବେ ମନମୋହନ

ନୂଆଦିଲ୍ଲୀ,୩ା୭ (ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ରାଜସ୍ଥାନରୁ ରାଜ୍ୟ ସଭାକୁ ଯିବେ। କଂଗ୍ରେସ ପକ୍ଷରୁ ଏନେଇ ପ୍ରସ୍ତୁତି ଶେଷ...

ଭାରତଛାଡ଼ ଆନ୍ଦୋଳନର ୭୭ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ,୯।୮: ଭାରତଛାଡ଼ ଆନ୍ଦୋଳନ ତଥା ଅଗଷ୍ଟ କ୍ରାନ୍ତି ଦିବସର ୭୭ତମ ବାର୍ଷିକୀ ଗୁରୁବାର ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

Leave a comment

Your email address will not be published. Required fields are marked *