ଡ୍ରେନ୍‌ରେ ପଡ଼ି ୩ ବାର୍‌ହା ଛୁଆ ମୃତ

ପାତ୍ରପୁର,୬ା୯(ଡି.ଏନ୍‌.ଏ.)- ସାମନ୍ତିଆପଲ୍ଲି ବନାଞ୍ଚଳରେ ଦିନକୁ ଦିନ ବାର୍‌ହା ସଂଖ୍ୟା ବଢିଚାଲିଛି। ଜଙ୍ଗଲ କ୍ଷୟ ଯୋଗୁ ଏମାନେ ଅନେକ ସମୟରେ ଜନବସତି ମୁହଁା ହେଉଛନ୍ତି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। ବୁଧବାର ମା’ ବାର୍‌ହା ସହ ଆସିଥିବା ୩ ଛୁଆଙ୍କର ଡ୍ରେନ୍‌ରେ ପଡି ମୃତ୍ୟୁ ଘଟିଛି। ପ୍ରକାଶ ଯେ, ମା’ ବାର୍‌ହା ସହ ୭ଟି ଛୁଆ ବୁଧବାର ରାତିରେ ଖାଦ୍ୟ ଅନ୍ବେଷଣରେ ଆସିଥିଲେ। କୁଠାରୀ ମନ୍ଦିର ନିକଟ ଡ୍ରେନରେ ବର୍ଷାଯୋଗୁ ଜୋର୍‌ରେ ପାଣି ଚାଲୁଥିବାରୁ ମା’ ଓ ଛୁଆମାନେ ସେଥିରେ ଫସି ଯାଇଥିଲେ। ସକାଳୁ ସ୍ଥାନୀୟ ଲୋକେ ସେହି ବାଟ ଦେଇ ଯିବାବେଳେ ମା’ ଡ୍ରେନ୍‌ରୁ ଉଠି ଜଙ୍ଗଲ ଆଡେ ପଳାଇଥିଲା। ଲୋକମାନେ ୪ଛୁଆଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ। ମାତ୍ର ଅନ୍ୟ ୩ ଛୁଆଙ୍କର ସେତେବେଳକୁ ପାଣିରେ ବୁଡି ମୃତ୍ୟୁ ଘଟିସାରିଥିଲା।


All Right Reserved By Dharitri.Com

ଅର୍ଡର ଦେଲେ ଘରେ ପହଞ୍ଚତ୍ବ ରାଶନ

ଅନୁଗୋଳ ଅଫିସ, ୨୭।୩: ଲକ୍‌ଡାଉନ୍‌ ବେଳେ ବିଭିନ୍ନ ରାଶନ ସାମଗ୍ରୀ କିପରି ସହଜରେ ଲୋକଙ୍କ ପାଖରେ ପହଞ୍ଚତ୍ପାରିବ ସେଥିପାଇଁ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ...

ଗୋପାଳନକୁ ଜୀବିକା କରିଛନ୍ତି ଇଞ୍ଜିନିୟର

ଭଦ୍ରକ ଅଫିସ,୧୫।୩-ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ କୃଷି ଉପରେ ଦାଉ ସାଧୁଛି। ଏଣୁ ଚାଷୀମାନେ କୃଷି ପ୍ରତି ଆଗ୍ରହ ହରାଇ ବସୁଛନ୍ତି। ଯୁବପିଢ଼ି ମଧ୍ୟ...

ସୁସ୍ଥ ହେଲେ ଅନୁଗୋଳର ୧୫ ଆକ୍ରାନ୍ତ

ଅନୁଗୋଳ ଅଫିସ, ୨୩।୫ – ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାବେଳେ ଅନୁଗୋଳ ଜିଲାରେ ଚିକିତ୍ସିତ ହେଉଥିବା ମୋଟ୍‌ ୧୯ ପଜିଟିଭ୍‌ଙ୍କ ମଧ୍ୟରୁ ଶୁକ୍ରବାର ୧୫ ଜଣ...

ମାଲକାନଗିରିରେ ବନ୍ୟା ପରିସ୍ଥିତି: କ୍ଷୟକ୍ଷତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

କୋରୁକୋଣ୍ଡା,୩୧।୭(ଡି.ଏନ୍‌.ଏ.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡୀ ବୁଧବାର ମାଲକାନଗିରି ଗସ୍ତରେ ଯାଇ ବନ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଗତ ୪ ଦିନ ଧରି ଲଗାଣ...

ଧାନଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ୩ ଶିଶୁ ଗୁରୁତର

କୋକସରା,୩୦।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ବିଜମରା ଗ୍ରାମରେ ଶନିବାର ଧାନଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ୩ ଶିଶୁ ଗୁରୁତର ହୋଇଛନ୍ତି।...

କାଳିଆ ଟଙ୍କା ହ୍ରାସ ନିଷ୍ପତ୍ତି ରଦ୍ଦ ଦାବିରେ ଧାରଣା

ଛତ୍ରପୁର,୭ା୧(ଡି.ଏନ.ଏ.)-କାଳିଆ ଯୋଜନାରେ ଟଙ୍କା ହ୍ରାସ ନିଷ୍ପତ୍ତି ରଦ୍ଦ ଦାବିରେ ସୋମବାର ନବନିର୍ମାଣ କୃଷକ ସଙ୍ଗଠନ ଗଞ୍ଜାମ ଜିଲା କମିଟି ପକ୍ଷରୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ...

ସରକାରୀ ଜମି ଅବରୋଧ ପ୍ରତିବାଦରାସ୍ତା ଅବରୋଧ କଲେ ଶ୍ରୀଜଙ୍ଗ ଗ୍ରାମବାସୀ

ବାହାନଗା,୨୪।୭(ଡି.ଏନ.ଏ.)-ଖନ୍ତାପଡ଼ା ଥାନା ଅଧୀନସ୍ଥ ରେମୁଣା ବ୍ଲକର ଶ୍ରୀଜଙ୍ଗ ଗ୍ରାମର ସରକାରୀ ଗୋଚର ଓ ଆଡ଼ିବନ୍ଧକୁ ପ୍ରଭାବଶାଳୀ ଲୋକମାନେ ଜବରଦସ୍ତ ଅବରୋଧ କରି ରଖିଥିବାରୁ ଗ୍ରାମବାସୀ ଏହାର...

ପଶୁପକ୍ଷୀଙ୍କୁ ବଣ୍ଟାହେଲା ଜବତ ଜଳଖିଆ, ମିଠା

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଦର୍ପଣୀଗଡ଼ ବଜାରରେ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଢାଉ କରି ୩ଟି ଦୋକାନକୁ ସିଲ କରାଯାଇଛି।...

Leave a comment

Your email address will not be published. Required fields are marked *