କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା ଏକାଦଶ ଶ୍ରେଣୀ

ନୟାଗଡ଼ ଅଫିସ,୬ା୯-ବହୁଦିନର ଦାବି ଓ ଆନ୍ଦୋଳନ ପରେ ଶେଷରେ ବୁଧବାର ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିଛି ା ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ଗୁରୁବାର ଠାରୁ ବିଧିବଦ୍ଧଭାବେ ପାଠପଢ଼ା ଆରମ୍ଭ ହୋଇଛି ା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଏସ.ଶ୍ରୀନିବାସନ୍‌ ବୁଧବାର ଏକାଦଶ ଶ୍ରେଣୀର ଉଦ୍‌ଘାଟନ କରିଥିବା ବେଳେ ସମସ୍ତ ଛାତ୍ରୀଛାତ୍ର,ଶିକ୍ଷକ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ ା ବର୍ତ୍ତମାନ କେବଳ ବିଜ୍ଞାନ ବିଭାଗରେ ଏକାଦଶ ଶ୍ରେଣୀ ଖୋଲିଥିବା ବେଳେ ନିଜସ୍ବ ଗୃହକୁ ସ୍ଥାନାନ୍ତର ପରେ ଅନ୍ୟାନ୍ୟ ବିଭାଗ ଖୋଲାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ ା ଚଳିତ ବର୍ଷ ଏକାଦଶ ଶ୍ରେଣୀ ପାଇଁ ଅସ୍ଥାୟୀଭାବେ ପଦାର୍ଥ ବିଜ୍ଞାନ, ଗଣିତ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଇଂଲିଶ ଆଦି ବିଷୟରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି ା ଏକାଦଶ ଶ୍ରେଣୀ ପାଇଁ ବର୍ତ୍ତମାନ ୪୦ଟି ସିଟ ମଞ୍ଜୁର ହୋଇଛି । ଗତବର୍ଷ ଦଶମରେ ପଢ଼ୁଥିବା ୪୨ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୮ଜଣ ପିଲା ଏକାଦଶରେ ନାମ ଲେଖାଇଥିବା ବେଳେ ଅନ୍ୟ ବିଦ୍ୟାଳୟରୁ ୧୨ ଜଣ ପିଲା ନାମ ଲେଖାଇଛନ୍ତି ା ଅନ୍ୟପକ୍ଷରେ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ବ ଗୃହର ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ବିଦ୍ୟାଳୟ ସ୍ଥାନାନ୍ତର କରିବାକୁ ଅଭିଭାବକ ସଂଘ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲାପାଳ ଡ.ପୋମା ଟୁଡୁଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ରାସ୍ତା ନିର୍ମାଣକୁ ନେଇ ପୁଣି ବିବାଦ ଘନେଇଲା: ପ୍ରଶାସନ ଉପସ୍ଥିତିରେ ମାଟି ଉଠାଯିବାରୁ ଉତ୍ତେଜନା

ଖଣ୍ଡପଡ଼ା,୧୮।୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦରାଜପୁର ପଞ୍ଚାୟତ ନୂଆସହି ରାସ୍ତା ନିର୍ମାଣକୁ ନେଇ ସୋମବାର ବରକୋଳି ଗ୍ରାମର ବହୁ ବ୍ୟକ୍ତି ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା...

ଶୁଦ୍ଧପୂତ ଜୀବନଚର୍ଯ୍ୟା କାର୍ତ୍ତିକ ବ୍ରତର ପ୍ରେରଣା

ଖଣ୍ଡପଡ଼ା,୯ା୧୧(ସ୍ବ.ପ୍ର.): ପବିତ୍ର କାର୍ତ୍ତିକ ବ୍ରତ ତଥା ମାସର ମାହାମତ୍‌ୟ ଅବର୍ଣ୍ଣନୀୟ । ହିନ୍ଦୁ ଶାସ୍ତ୍ରରେ ଏହାର ଯଥେଷ୍ଟ ପ୍ରମାଣ ରହିଛି । ବର୍ଷକର ପୁଣ୍ୟ ଏହି...

ଲଗାଣ ବର୍ଷା: ବଢୁଛି ମହାନଦୀ ଜଳସ୍ତର; ବନ୍ୟା ଆଶଙ୍କାରେ ନଦୀକୂଳିଆ ଗ୍ରାମବାସୀ

ଗଣିଆ,୮ା୯ (ଡି.ଏନ.ଏ.): ଗତ ୩ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦ ନଦୀବନ୍ଧରୁ ବନ୍ୟାଜଳ ପ୍ରବାହିତ...

ପାଇଖାନା ଟାଙ୍କିରେ ପଡ଼ି ଶିଶୁ ମୃତ

ରଣପୁର,୨୯।୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ଖତିଆ ଭଞ୍ଜସାହିରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ି ଜଣେ ୪ ବର୍ଷର ଶିଶୁଙ୍କ ରବିବାର ମୃତ୍ୟୁ ଘଟିଛି । ସେ...

ଅସୁରକ୍ଷିତ ଘରେ ଚାଲିଛି ପାଠପଢ଼ା : ଗୃହ ନିର୍ମାଣ ସତ୍ତ୍ୱେ ହେଉନି ହସ୍ତାନ୍ତର

ରଣପୁର,୧୯।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକ ସୁଆଁସିଆ ସାହି ଅଙ୍ଗନୱାଡି କେନ୍ଦ୍ରରେ କାନ୍ଥ ଭୁଶୁଡି ୨୦୧୨ ଜୁଲାଇ ୯ରେ ୭ ଶିଶୁଙ୍କ ମୃତ୍ୟୁ ପରେ ବି ପ୍ରଶାସନ...

ରଣପୁର ତହସିଲରେ ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣା

ରଣପୁର,୭ା୯(ସ୍ବ.ପ୍ର.): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୟାଗଡ ଜିଲାର ରଣପୁର ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି । ଜାଲ ଦଲିଲରେ ପଟ୍ଟା କରିଥିବା ମୁଖ୍ୟ...

ମହାବିଦ୍ୟାଳୟ ପରିସରରେ ଅର୍ଦ୍ଧନିର୍ମିତ ସୁଇମିଂ ପୁଲ୍‌: ନାହିଁ ସୁରକ୍ଷା ପ୍ରାଚୀର

ନିରାକାରପୁର,୨୬ା୯(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ସର୍ବପୁରାତନ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ପରିସରରେ ଦୀର୍ଘଦିନ ହେଲା ଏକ ସୁଇମିଂପୁଲ୍‌ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ବର୍ଷା...

ଭୂତଳ ଜଳ ଓ ତୈଳ ସଂରକ୍ଷଣ ବାୟୁମଣ୍ଡଳକୁ ନେଇ ସାଇକେଲ୍‌ରେ ସଚେତନତା ବାର୍ତ୍ତା

ବାଲୁଗାଁ,୨୮।୮(ଡ଼ି.ଏନ.ଏ.)-ପୃଥିବୀର ଭୂତଳ ଜଳ ଓ ତୈଳ ସଂରକ୍ଷଣ ତଥା ବାୟୁମଣ୍ଡଳର ଉତ୍ତାପ ବୃଦ୍ଧିକୁ ରୋକିବା ନେଇ ସାଇକେଲରେ ବିଭିନ୍ନ ଦେଶ ବୁଲି ସଚେତନତା ବାର୍ତ୍ତା ବାଣ୍ଟିବା...

Leave a comment

Your email address will not be published. Required fields are marked *