ଜିକା ପରୀକ୍ଷାକୁ ବଜାର ପ୍ରାଧିକରଣ ସ୍ବୀକୃତି

ଚିକାଗୋ: ଜିକା ଭାରି ମାରାମତ୍କ । ଏହି ରୋଗକୁ ପ୍ରାଥମିକ ସ୍ତରରେ ହଠାତ ଚିହ୍ନଟ କରିହୁଏନାହିଁ। କିନ୍ତୁ ଏହା ଧୀରେ ଧୀରେ ଗର୍ଭସ୍ଥ ଶିଶୁର ମସ୍ତିଷ୍କକୁ କ୍ଷତି କରିଦେଇଥାଏ। ଜିକାକୁ ପ୍ରାରମ୍ଭିକ ଅବସ୍ଥାରୁ ଜାଣିବା ପାଇଁ ସେଣ୍ଟ ଲୁଇସ୍‌ସ୍ଥିତ ଓ୍ବାଶିଂଟନ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ମେଡିସିନ୍‌ ଦ୍ୱାରା ଏକ ଡାଇଗ୍ନୋଷ୍ଟିକ ଟେଷ୍ଟ ବା ଡାକ୍ତରୀ ପରୀକ୍ଷା ପଦ୍ଧତି ବିକାଶ କରାଯାଇଛି। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଡିଏ) ଏହାକୁ ବଜାର ପ୍ରାଧିକରଣ ସ୍ବୀକୃତି ମଧ୍ୟ ଦେଇଛି। ଓ୍ବାଶିଂଟନ ୟୁନିଭର୍ସିଟିର ଓ୍ବେବ୍‌ସାଇଟରେ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି। କିଛି ଆଣ୍ଟିବଡି(ରୋଗପ୍ରତିରୋଧୀ ତତ୍ତ୍ୱ) ଓ ଅନ୍ୟ ଉପାଦାନ ପ୍ରୟୋଗ କରାଯାଇ ଜିକା ପୀଡିତଙ୍କଠାରେ ଜିକା ବିରୋଧୀ ଆଣ୍ଟିବଡିଜ୍‌କୁ ଠାବ କରାଯାଇପାରିବ। ସଂକ୍ରମଣର ୧୨ ସପ୍ତାହ ମଧ୍ୟରେ ଏହି ପରୀକ୍ଷା ଦ୍ୱାରା ଜିକା ରହିଛି କି ନାହିଁ ତାହା ଜଣାପଡିବ । ଏହା ନୁହେଁ ଯେ, ଜିକା ସଂକ୍ରମଣ ଜାଣିବା ପାଇଁ ଏହି ପରୀକ୍ଷା ଏକମାତ୍ର ଉପାୟ । ନିକଟରେ ଯେଉଁ ପୀଡିତଙ୍କଠାରେ ଜିକା ଲକ୍ଷଣ ଥିବା ଜଣାଯାଏ କିମ୍ବା ଯେଉଁମାନେ ଜିକା ସଂକ୍ରମିତ ଅଞ୍ଚଳରେ ରହୁଛନ୍ତି ସେମାନଙ୍କ ପାଇଁ ଏହି ପରୀକ୍ଷା ଉପଯୁକ୍ତ ହେବ। ଏହି ପରୀକ୍ଷା ଦ୍ୱାରା ପଜିଟିଭ ଜାଣିବା ପାଇଁ ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ ଏକ ଗାଇଡ୍‌ ଲାଇନ ଜାରି କରିଛି।


All Right Reserved By Dharitri.Com

ଡ୍ରାଗନ୍‌ ଚିକେନ୍‌

ପର୍ଯ୍ୟଟନ ସହର ପୁରୀର ହୋଟେଲ, ରେସ୍ତୋରଁାଗୁଡ଼ିକ ଗ୍ରାହକଙ୍କ ରୁଚିକୁ ଦେଖି ବିଭିନ୍ନ ପ୍ରକାର ଡିଶ୍‌ ପ୍ରସ୍ତୁତ କରୁଛନ୍ତିି। ସାଗର ତରଙ୍ଗ ରେସିଡେନ୍ସିରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ...

ଏକୁଟିଆ ରହୁଥିବା ଲୋକଙ୍କଠାରେ ଦେଖାଯାଏ ଏହିସବୁ ଭଲଗୁଣ

ବଦଳୁଥିବା ଜୀବନଶୈଳୀ ଲାଗି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ। ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ...

ଲୋ-କ୍ୟାଲୋରିରୁ ହାଡ଼ ଦୁର୍ବଳ

ଓ୍ବାଶିଂଟନ, ୧୪ା୯: ଓଜନ ବଢ଼ିବାକୁ ନେଇ ଏବେ ସବୁଠି ଚିନ୍ତା। ବ୍ୟାୟାମ କରିବା ଆଉ ତା’ ସାଙ୍ଗକୁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଅଭ୍ୟାସ...

କେତେବେଳେ ଖାଇବେ ନାହିଁ ଫଳ

ଋତୁ ଅନୁଯାୟୀ ଫଳ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଭଲ ବୋଲି ଡାକ୍ତରମାନେ କହିଥାଆନ୍ତି। ଏମିତିକି ସକାଳୁ ଫଳ ଖାଇଲେ ଶରୀର ସୁସ୍ଥ ରହିଥାଏ ବୋଲି କୁହାଯାଏ।...

ରୋଗ ପ୍ରତିରୋଧକ ଶକ୍ତି ବଢାଏ ଅଦା ଚା’

ଶୀତଦିନ ଆରମ୍ଭ ହେଲାଣି। ଋତୁ ବଦଳିବା ସହିତ ବିଭିନ୍ନ ପ୍ରକାରର ରୋଗ ଆଶଙ୍କା ବଢ଼ିଯାଏ। ଏପରିସ୍ଥଳେ ରୋଗରୁ ରକ୍ଷା ଏବଂ ସୁସ୍ଥ ରହିବା ଲାଗି ଅଦା...

ନିଦ ଔଷଧ ଖାଉଛନ୍ତି କି? ହୋଇଯାନ୍ତୁ ସାବଧାନ

ନିଦ ଔଷଧ ସେବନକାରୀଙ୍କୁ ଏଣିକି ସତର୍କ ରହିବାକୁ ପଡ଼ିବ। ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁମାନେ ନିଦ ହେବାକୁ ପାୱାର୍‌ଫୁଲ୍‌ ଔଷଧ ସେବନ କରୁଛନ୍ତି, ସେମାନଙ୍କଠାରେ ଆଲଝେମିୟର୍‌...

ଦିଆସିଲି ଆକାରର ଡିଭାଇସ୍‌ ଦୂର କରିବ ଅଣ୍ଟା ଦରଜ

ଅଧିକାଂଶ ଲୋକଙ୍କଠାରେ ଅଣ୍ଟା ଦରଜ ସମସ୍ୟା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଅଷ୍ଟ୍ରେଲିଆର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦିଆସିଲି ଆକାରର ଏକ ଡିଭାଇସ୍‌ ବାହାର କରିଛନ୍ତି,...

ଜନ୍ମଦିନରେ କେକ୍‌ କାଟୁଥିଲେ ହୋଇଥାଏ…

ଆଜିକାଲି ଅଧିକାଂଶ ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକୀ ସବୁଥିରେ କେକ୍‌ କଟାଯାଉଛି। କେକ୍‌ କାଟିବା ପୂର୍ବରୁ ମହମବତୀ ଫୁଙ୍କି ଲିଭାଯିବାର ପରମ୍ପରା ମଧ୍ୟ ଚଳିଆସୁଛି।...

Leave a comment

Your email address will not be published. Required fields are marked *