ଟ୍ରାଫିକ ଜାମ୍‌ରେ ଫସିଲା ୨ ଆମ୍ବୁଲାନ୍ସ : ସାଧାରଣରେ ଅସନ୍ତୋଷ

ଯୋଡ଼ା,୫।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ୫୨୦ନଂ. ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡ଼ୁଥିବା ଦେଖିବାକୁ ମିଳିଛି। ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରାଯାଉଥିବାରୁ ସମସ୍ୟାରେ ସୁଧାର ଆସିପାରୁନାହିଁ। ଏଥିପାଇଁ ଜିଲାପାଳ ଘନଘନ ବୈଠକ କରି ନିର୍ଦ୍ଦେଶ ଦେଉଥିଲେ ହେଁ ଏହାକୁ ପାଳନ କରାଯାଉ ନ ଥିବା ପରିଲକ୍ଷିତ ହୋଇଛି। ଗୁରୁବାର ଅପରାହ୍ନରେ ୫୨୦ନଂ. ଜାତୀୟ ରାଜପଥର ଲହଣ୍ଡାଠାରେ ଟ୍ରାଫିକ୍‌ ସମସ୍ୟା ଅଣାୟତ୍ତ ହୋଇପଡ଼ିଥିଲା। ବାଇକ୍‌ଠାରୁ ଆରମ୍ଭ କରି ଛୋଟ ଯାନବାହନ, ଯାତ୍ରୀବାହୀ ବସ୍‌, ଟ୍ରକ, ଏପରିକି ୨ଟି ଆମ୍ବୁଲାନ୍ସ ମଧ୍ୟ ଜାମ୍‌ରେ ଫସି ରହିଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଭିନ୍ନ ଖଣି କମ୍ପାନୀର ଘରୋଇ ସୁରକ୍ଷାକର୍ମୀଙ୍କୁ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ତଥା ଶୃଙ୍ଖଳିତ ପାଇଁ ନିୟୋଜିତ କରାଯାଇଛି। ହେଲେ ଏହି ଟ୍ରାଫିକ ଜାମ୍‌କୁ ସ୍ଥାନୀୟ ପୋଲିସ ଶୃଙ୍ଖଳିତ କରୁଥିବା ବେଳେ ଉକ୍ତ ନିୟୋଜିତ ଘରୋଇ ସୁରକ୍ଷାକର୍ମୀଙ୍କୁ ସେଠାରେ ଦେଖିବାକୁ ମିଳି ନ ଥିଲା। ଫଳରେ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଟ୍ରାଫିକ ଜାମ୍‌ରେ ଫସି ରହିଥିବା ଯାତ୍ରୀ ଗଣେଶ୍ୱର ମହାକୁଡ଼, ଶମ୍ଭୁନାଥ ନାଏକ, ବଇନ ନାଏକ, ଲିମାରାଣୀ ବେହେରା ପ୍ରମୁଖ ଅଭିଯୋଗ କରିବା ସହ ଜିଲାପାଳ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି।


All Right Reserved By Dharitri.Com

ପୂର୍ବତନ ନଗରପାଳଙ୍କ ଶବାଧାରରେ କାନ୍ଧ ଦେଲେ ମନ୍ତ୍ରୀ

ଆଠଗଡ଼,୨।୧୧(ସ୍ବ.ପ୍ର.): ମୃତଦେହକୁ କାନ୍ଧ ଦେଲେ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ...

ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ଦିଲୀପ

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.) : ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଏଥର ଦିଲୀପ କୁମାର ପଣ୍ଡା ପ୍ରଥମଥର ପାଇଁ ବିଧାନସଭା ନିିର୍ବାଚନକୁ ଓହ୍ଲାଇଛନ୍ତି।...

ଅସହାୟଙ୍କ ସାହା ଜଳଧର

ବନ୍ତ, ୨୨।୮ (ଡି.ଏନ.ଏ.)- ଅନେକ ଦୁଃଖ ଯନ୍ତ୍ରଣା ଅଙ୍ଗେ ନିଭାଇ ଥିବାରୁ ସେ ଅନ୍ୟର କଷ୍ଟ ସହି ପାରନ୍ତି ନାହିଁ । କେହି ରୋଗ ଯନ୍ତ୍ରଣାରେ...

କେଶିଙ୍ଗାରେ ସ୍ବାଧୀନତା ଦିବସ

କେଶିଙ୍ଗା, ୧୫।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ସହରରେ ଥିବା ବିଦ୍ୟାପୀଠ ଖେଳପଡ଼ିଆଠାରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ନାଗରିକ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଏଥିରେ...

ଟ୍ରକ୍‌କୁ ଧକ୍କାଦେଲା ଯାତ୍ରୀବାହୀ ବସ୍‌: ୮ଗୁରୁତର

କେନ୍ଦୁଝର, ୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ନେକଡ଼ାଘର, ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତିରେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇ...

କେସିଙ୍ଗା ବ୍ଲକରେ ନକଲି ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ

କେସିଙ୍ଗା,୧୯।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ବିଭିନ୍ନ କ୍ରଷ୍ଟରେ ନିୟୋଜିତ ନକଲି ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ଗୋଷ୍ଠୀ ଶିକ୍ଷାକେନ୍ଦ୍ର ପରିସରରେ ଶୁକ୍ରବାର ଆରମ୍ଭ ହୋଇଯାଇଛି ।...

ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟ ଭାଇରାଲ ଘଟଣା: କ୍ଷମା ମାଗିଲେ ଯୁବତୀ

ପୁରୀ ଅଫିସ,୩୦।୧୦: ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟକୁ ଟିକ୍‌ଟକ୍‌ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିବା ଯୁବତୀ ଶେଷରେ ଭୁଲ ମାଗିଛନ୍ତି। ସେ ଭୁଲ...

ବୃଦ୍ଧାଙ୍କୁ ଧକ୍କାଦେଇ ଭାରସାମ୍ୟ ହରାଇଲା ବାଇକ୍‌: ଆରୋହୀ ଗୁରୁତର

ହାଡଡିହୀ,୨୨।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣାଛକଠାରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୋଟର ସାଇକେଲ ଆରୋହୀ ଗୁରୁତର ହୋଇ ଥିବା ବେଳେ...

Leave a comment

Your email address will not be published. Required fields are marked *