କାବୁଲରେ କାର୍‌ ବୋମା ବିସ୍ଫୋରଣ, ୧୦ମୃତ

କାବୁଲ,୫।୯: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗୁରୁବାର ସକାଳେ କାର୍‌ ବୋମା ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ଶାସଦରାକ ଅଞ୍ଚଳରେ ଘଟିଥିବା ବେଳେ ଏହା ନିକଟରେ କାବୁଲର ପୋଲିସ ଡିଷ୍ଟ୍ରିକ୍ଟ-୯ର ଚେକ୍‌ ପଏଣ୍ଟ ରହିଛି। ଏହି ଅଞ୍ଚଳରେ ଆମେରିକା ଓ ଅନ୍ୟ କେତେକ ଦେଶର ଦୂତାବାସ ରହିଛି। ଦୁଇ ଦିନର ବ୍ୟବଧାନ ପରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଚଳିତ ସପ୍ତାହରେ ଏହା ହେଉଛି ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ। ଆଉ ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି । ତେବେ ଅତି ସୁରକ୍ଷିତ ସ୍ଥାନରେ କିଭଳି ଏହି ଦୁର୍ଘଟଣା ହେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


All Right Reserved By Dharitri.Com

ଭାରତ ସମର୍ଥନରେ ବ୍ରିଟିଶ୍‌ ଏମ୍‌ପି: କହିଲେ, ପିଓକେ ଖାଲି କରୁ ପାକିସ୍ତାନ

ଲଣ୍ଡନ, ୧୫।୯: କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଦେଇଛନ୍ତି ବ୍ରିଟିଶ ଏମ୍‌ପି ବବ୍‌ ବ୍ଲାକ୍‌ମ୍ୟାନ୍‌। ସେ କହିଛନ୍ତି, ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଭାରତର ଅଭିନ୍ନ ଅଙ୍ଗ।...

ଫିଟିବ ଖାଶୋଗି ହତ୍ୟା ଗୁମର:ଦୋଷ ମୁଣ୍ଡାଇଲେ କ୍ରାଉନ୍‌ ପ୍ରିନ୍ସ

ରିୟାଦ,୨୭।୯(ଆଇଏଏନ୍‌ଏସ୍‌):ବହୁଚର୍ଚ୍ଚିତ ଜମାଲ ଖାଶୋଗି ହତ୍ୟାକାଣ୍ଡକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ପ୍ରଥମଥର ପାଇଁ ନୀରବତା ଭାଙ୍ଗିଛନ୍ତି ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌)। ସୌଦି...

ଖାସୋଗିଙ୍କ ହତ୍ୟାରେ କ୍ରାଉନ୍‌ ପ୍ରିନ୍ସ ସମ୍ପୃକ୍ତ

ଜେନେଭା/ରିୟାଧ,୨୦ା୬ (ଏଏଫ୍‌ପି): ସୌଦି ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟାକାଣ୍ଡରେ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ସମ୍ପୃକ୍ତ ବୋଲି ବୁଧବାର ଜାତିସଂଘର ଜଣେ ବିଶେଷଜ୍ଞ ରିପୋର୍ଟ...

ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌: ବଢ଼ିଲା ଆମେରିକାର ଚିନ୍ତା

ସିଓଲ୍‌,୧୦।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସନ କିମ୍‌ ଜୋଙ୍ଗ୍‌ ଉନ୍‌ ଶନିବାର ପୁଣି ୨ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହାକୁ ହେମହଙ୍ଗ୍‌ଠାରୁ ପୂର୍ବ ସାଗରକୁ ଉତ୍‌କ୍ଷେପଣ କରାଯାଇଛି।...

ଏସ୍‌. ଜୟଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ,୭।୬: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଏସ୍‌. ଜୟଶଙ୍କର ଦାୟିତ୍ୱ ଗ୍ରହଣ କରିବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେସି ପତ୍ର...

ପରିବେଶ ସୁରକ୍ଷା ପାଇଁ ପିଠିରେ ଗଛ ବାନ୍ଧି ମାରାଥନରେ ଦୌଡ଼ିଲେ

କେପ୍‌ଟାଉନ୍‌,୨୧।୯: ପରିବେଶ ସୁରକ୍ଷା ପାଇଁ ଦକ୍ଷିଣ ଆଫ୍ରିକାର ଲୋକେ ଏକ ନିଆରା ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। କେପ୍‌ଟାଉନ୍‌ରେ ଆୟୋଜିତ ଏକ ମାରାଥନ ଦୌଡ଼ରେ ଅଂଶଗ୍ରହଣକାରୀ...

ବିଲ୍ଡିଂ ରଙ୍ଗ କରିବା ପରେ ପାରିଶ୍ରମିକ ନପାଇ ଶ୍ରମିକ ନେଲେ ପ୍ରତିଶୋଧ

ଲଣ୍ଡନ,୧୦।୨: ବ୍ରିଟିଶ୍‌ କାଉଣ୍ଟି ଡର୍ବିଶେୟାରର ବୋଲସୋଓ୍ବରରେ ଜଣେ ଶ୍ରମିକ ବିଲ୍ଡିଂ ରଙ୍ଗ ଦେବା ପରେ ପାରିଶ୍ରମିକ ନପାଇ ଏକ ଅଜବ ଉପାୟରେ ମାଲିକ ଉପରେ ପ୍ରତିଶୋଧ...

କଶ୍ମୀର ପ୍ରସଙ୍ଗ: ଭାରତକୁ ଫ୍ରାନ୍ସର ସମର୍ଥନ

ପ୍ୟାରିସ୍‌, ୨୩।୮:ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଜଣାଇଛି ଫ୍ରାନ୍ସ। ଉଭୟ ଭାରତ-ପାକିସ୍ତାନ ଦ୍ୱିପାକ୍ଷୀୟ କଥାବାର୍ତ୍ତା ଜରିଆରେ କଶ୍ମୀର ପ୍ରସଙ୍ଗ ସମାଧାନ ଆବଶ୍ୟକ। ଏଥିରେ ତୃତୀୟ ପକ୍ଷ...

Leave a comment

Your email address will not be published. Required fields are marked *