ବିଜୁଳି ଚୋରି ଧରାଇଲେ ମିଳିବ ପୁରସ୍କାର, ନାମ ଗୋପନ ରହିବ

ଭୁବନେଶ୍ୱର,୫।୯(ବ୍ୟୁରୋ): ଏଣିକି ବିଜୁଳି ଚୋରି ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ମିଳିବ ଆର୍ଥିକ ପୁରସ୍କାର। ଯେଉଁମାନେ ବିଜୁଳି ଚୋରି କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଆଦାୟ ଜରିମାନା ରାଶିର ୧୦% ସୂଚନାଦାତା ପାଇବେ। ତେବେ ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ। ଆସନ୍ତା ୨ ଅଥବା ୩ ମାସ ମଧ୍ୟରେ ସେସୁ ଅଞ୍ଚଳରେ କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଗୁରୁବାର ସେସୁ ସିଇଓ ତଥା ପୋଲିସ ଆଇଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଏଥିସହ ଗ୍ରାମରେ ସେସୁର ନେଟ୍‌ଓ୍ବାର୍କ ବଢ଼ାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏସ୍‌ଏଚ୍‌ଜି ମହିଳା ବିଜୁଳି ବିଲ୍‌ ଆଦାୟ ଓ ମିଟର ରିଡିଂ କରିବେ ବୋଲି ନିଷ୍ପତି ହୋଇଛି। ତେବେ ସୋସିଆଲ ମିଡିଆ ଯୁଗ ହୋଇଥିବାରୁ ଯଦି କୌଣସି ବିଦ୍ୟୁତ ଚୋରି ସଂଙ୍କ୍ରାନ୍ତରେ ଖବରଦାତା ଜଣାନ୍ତି ତାଙ୍କ ନାମ ଗୋପନ ରଖାଯାଇ ପୁରସ୍କୃତ କରାଯିବ ବୋଲି ସେ ମଧ୍ୟ କହିଛନ୍ତି।


All Right Reserved By Dharitri.Com

ନିସାହା ଗୁରୁବାରୀକୁଁ ସାହାଯ୍‌ର ହାତ୍‌ ବଢ଼ାଲେ ବିଡିଓ

କେସିଙ୍ଗା, ୩୦।୧୧ (ଡି.ଏନ.ଏ.)-  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୁନମାଠ ପଁଚେତ୍‌ ଅଧୀନ ମୁଣ୍ଡାପଡ଼ାର ନିସାହା ବିଧବା ମହିଲା ଗୁରୁବାରୀ ରଣା(୬୦)କୁଁ କେସିଙ୍ଗା ବିଡିଓ ଭୀମସେନ...

ତାଳଚେର ବିଧାୟକଙ୍କ କ୍ୟାମ୍ପ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିଗଲା ଗାଡ଼ି, ପୋଲିସର ତଦନ୍ତ ଆରମ୍ଭ

ତାଳଚେର, ୮।୧୨(ନି.ପ୍ର): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ କ୍ୟାମ୍ପ ଅଫିସରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ...

ଶଙ୍କରାଚାର୍ଯ୍ୟଙ୍କ ପ୍ରତି ନରସିଂହଙ୍କ ମନ୍ତବ୍ୟ ପ୍ରସଙ୍ଗ

ପୁରୀ ଅଫିସ,୧୯ା୧୧: ପୁରୀ ଗୋବର୍ଦ୍ଧନ ମଠାଧୀଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପ୍ରତି ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ କଟୁ...

ଓଡ଼ିଶା ଓ୍ବେଡିଂ ଏକ୍ସପୋ ଶୁଭାରମ୍ଭ: ଗୋଟିଏ ଛାତ ତଳେ ବିବାହର ଆବଶ୍ୟକୀୟ ସାମଗ୍ରୀ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଓଡ଼ିଶା ଓ୍ବେଡିଂ ଏକ୍ସପୋର ୫ମ ସଂସ୍କରଣ ସ୍ଥାନୀୟ ମେ ଫେୟାର କନଭେନଶନଠାରେ ଶନିବାର ଶୁଭାରମ୍ଭ ହୋଇଛି। ଡ୍ରିମ୍‌ଜ କ୍ରିଏଶନର ଏମ୍‌ଡ଼ି ରବିନ୍ଦ୍ର ନାଥ ରଥ...

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ପୁରୀ ମହନ୍ତ

ପୁରୀ ଅଫିସ,୪।୯: ଶ୍ରୀକ୍ଷେତ୍ର ପୁରୀରେ ଲାଗି ରହିଥିବା ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବୁଧବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ମହନ୍ତମାନେ ଏକ ଖୋଲା ଚିଠି ଲେଖିଛନ୍ତି।...

ସମାଜ ପରିବର୍ତ୍ତନରେ ପୋଲିସ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଭୁବନେଶ୍ୱର-କଟକ ଟୁଇନସିଟି ପୋଲିସ କମିଶନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଡ. ସୁଧାଂଶୁ ଷଡ଼ଙ୍ଗୀ। ଟୁଇନସିଟିରେ ଅପରାଧ...

ଆରଟିଓଙ୍କ ଚଢାଉ: ୨ବସ୍‌, ୨ଟ୍ରକ ଜବତ

ଚଣ୍ଡିଖୋଲ,୨୧।୧୧(ଡି.ଏନ.ଏ): ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ଲାଲମୋହନ ସେଠୀଙ୍କ ନେତୃତ୍ୱରେ ମଙ୍ଗଳବାର ରାତ୍ରିରେ ଜାତୀୟ ରାଜପଥ ଉପରେ ତନଖି କରାଯାଉଥିଲା। ଏହି ସମୟରେ ଓଡିଶାରୁ କଲିକତା...

ତଦନ୍ତ ଆଳରେ କାଳିଆ ସହାୟତା ପ୍ରଦାନରେ ବିଳମ୍ବ: ଚୂଡାନ୍ତ ରିପୋର୍ଟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ

ରସୁଲପୁର,୮।୯(ଡି.ଏନ.ଏ.)- ସମୟ ଗଡି ଚାଲିଛି, ହେଲେ କାଳିଆ ଦ୍ୱନ୍ଦ୍ୱ ତୁଟୁନି। ତଦନ୍ତ ଆଳରେ ସରକାର ପ୍ରକୃତ ଚାଷୀଙ୍କ ଜମାଖାତାକୁ ଟଙ୍କା ଦେବେରେ ବିଳମ୍ବ କରୁଛନ୍ତି। ସରକାର...

Leave a comment

Your email address will not be published. Required fields are marked *