Posted inଜାତୀୟ

ମୋଦିଙ୍କ ଜମ୍ମୁ-କଶ୍ମୀର ରୋଡ୍‌ମ୍ୟାପ୍‌: ୧୦ ମନ୍ତ୍ରଣାଳୟର ମିଳିତ ସହଯୋଗରେ ହେବ ବିକାଶ

ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ୧୦ଟି ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏଠାକାର ବିକାଶ ସମ୍ଭବ ହେବ। ରୋଡ୍‌ମ୍ୟାପ୍‌ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାବେଳେ ଏହାଦ୍ୱାରା ବିଏସ୍‌ଏଫ୍‌ ଏବଂ ସିଆର୍‌ପିଏଫ୍‌ରେ ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯିବ। ସେହିପରି କ୍ୟାବିନେଟ ସେକ୍ରେଟାରିଏଟ୍‌ ଅନ୍ତର୍ଗତ ଏଠାରେ ୩ରୁ ୫ଟି ସରକାରୀ ସ୍ବୀକୃତିପ୍ରାପ୍ତ ସାର୍ବଜନିକ କମ୍ପାନୀ ସ୍ଥାପନ କରାଯିବ। ଏହା ସହିତ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏଠାରେ ବିଦ୍ୟୁତ୍‌ ଦର କମ୍‌ କରାଯିବା ଲାଗି ପ୍ରୟାସ କରାଯିବ। ସ୍ଥାନୀୟ ଲୋକଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ କରାଯିବ ବୋଲି ରୋଡ୍‌ମ୍ୟାପ୍‌ରେ ଦର୍ଶାଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ଥାନୀୟ ଲୋକଙ୍କ ବିକାଶ ଦକ୍ଷତା ଆଧାରରେ ସମ୍ପନ୍ନ ହେବ। ଏଠାରେ ଆବଶ୍ୟକ ନିବେଶ ପାଇଁ ନୀତି ଆୟୋଗ ପକ୍ଷରୁ ଯୋଜନା କରାଯିବ। ଏଠାରେ ଶିଳ୍ପର ବିକାଶ ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାର ଯୋଜନା ରହିଛି। ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ କରାଯିବ। ନବୀନ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏଠାରେ ବିକଳ୍ପ ଶକ୍ତି ଉତ୍ସର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ବୃଦ୍ଧି ଲାଗି ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା କରାଯିବ। ଏହାଦ୍ୱାରା ରାଜ୍ୟର ସର୍ବାଙ୍ଗୀନ ଊନ୍ନତି ହୋଇପାରିବ ବୋଲି ରୋଡ୍‌ମ୍ୟାପ୍‌ରେ ପ୍ରକାଶ ପାଇଛି।


All Right Reserved By Dharitri.Com

ସିଏଏ କାର୍ଯ୍ୟକାରୀ କରିବାକୁ ରାଜ୍ୟ ବାଧ୍ୟ

ନୂଆଦିଲ୍ଲୀ,୧୪ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ୨୦୧୯କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକ ବାଧ୍ୟ। ସମ୍ବିଧାନର ସପ୍ତମ ପରିଚ୍ଛେଦ ଅନୁସାରେ ଏହି ଆଇନ ଅଣାଯାଇଥିବାରୁ ଏହାକୁ...

ବିଦେଶ ଯାତ୍ରା କରିପାରିବେ ରବର୍ଟ

ନୂଆଦିଲ୍ଲୀ,୯।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ବିଦେଶ ଯାତ୍ରା କରିବାକୁ ଦିଲ୍ଲୀର ଏକ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ସେ...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାର ନ୍ୟାୟିକ ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ: ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୧୨।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାର ନ୍ୟାୟିକ ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଗୁରୁବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ୩ ଜଣିଆ ଆୟୋଗ ଗଠନ କରାଯାଇଛି।...

ବିଧାୟକ ଭାବେ ଶପଥ ନେଲେ କମଲନାଥ

ଭୋପାଳ,୧୦।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ଏନ୍‌.ପି. ପ୍ରଜାପତି ତାଙ୍କୁ ଶପଥ ପାଠ କରାଇଛନ୍ତି।...

ଭାଜପାକୁ ଶାସନରୁ ହଟାଇବାକୁ ଚାହୁଁଛନ୍ତି ଜନତା: ପାଓ୍ବାର

ନୂଆଦିଲ୍ଲୀ,୨୩।୧୨: ଝାଡଖଣ୍ଡ ବିଧାନସଭାର ଫଳାଫଳକୁ ଦେଖି ଏନ୍‌ସିପି ନେତା ଶରଦ ପାଓ୍ବାର ତାଙ୍କର ମତ ରଖିଛନ୍ତି। ପାଓ୍ବାର କହିଛନ୍ତି, ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ...

ପାକିସ୍ତାନୀ ନୌକା ଜବତ: ବିଏସ୍‌ଏଫ୍‌ର ତଦନ୍ତ ଜାରି

ନୂଆଦିଲ୍ଲୀ,୧୪।୧୨: ଅନୁପ୍ରବେଶ ପାଇଁ ଅତିସମ୍ବେଦନଶୀଳ ଅଞ୍ଚଳ ଭାବେ ଜଣାଯାଉଥିବା କଚ୍ଛର ହରାମି ନାଲାରୁ ଶନିବାର ଏକ ଖାଲି ନୌକା ଜବତ କରାଯାଇଛି। ସୀମାର ସୁରକ୍ଷାକର୍ମୀ ଏହି...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ କୃଷକ

ପୁଣେ,୧।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା ଏବଂ ଶିବସେନା ମଧ୍ୟରେ ଛକାପଞ୍ଝା ଲାଗିଛି। ଏସବୁ ଭିତରେ ବିଡ ଜିଲାର ଜଣେ ଚାଷୀ ମୁଖ୍ୟମନ୍ତ୍ରୀ ପଦ...

ସମଗ୍ର ଦେଶରେ ଖୋଲାଯିବ ୭୫ ମେଡିକାଲ କଲେଜ

ନୂଆଦିଲ୍ଲୀ,୨୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଦି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସମଗ୍ର...

Leave a comment

Your email address will not be published. Required fields are marked *