ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିବାକୁ ଚକ୍ରାନ୍ତ: ବ୍ରଜ ତ୍ରିପାଠୀ

ପୁରୀ ଅଫିସ୍‌,୫।୯:ପୁରୀରେ ଶ୍ରୀମନ୍ଦିର ସୁରକ୍ଷା ସୌନ୍ଦର୍ଯ୍ୟକରଣ ନାଁରେ ଚାଲିଥିବା ଉଚ୍ଛେଦକୁ ଶ୍ରୀକ୍ଷେତ୍ର ସୁରକ୍ଷା ଅଭିଯାନ ବିରୋଧ କରିଛି। ସରକାର ମନମୁଖି ଭାବେ ଏଭଳି ବେଆଇନ କାର୍ଯ୍ୟ ଚଳାଇଛନ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି। ଗୁରୁବାର ଶ୍ରୀକ୍ଷେତ୍ର ସୁରକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ତ୍ରିପାଠୀ କହିଥିଲେ ଯେ, ମେଘନାଦ ପାଚେରି କଡରୁ ୭୫ମିଟର ପରିଧି ମଧ୍ୟରେ ଉଚ୍ଛେଦ ଲାଗି ସୁପ୍ରିମକୋର୍ଟ କହିନାହାନ୍ତି। ରାଜ୍ୟ ସରକାର ଜିଲା ପ୍ରଶାସନକୁ ମାଧ୍ୟମ କରି ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଭାବେ ପୁରୀରେ ଏଭଳି ଦମନଲୀଳା ଚଳାଇଛନ୍ତି। ପୁରୀ ପାଇଁ ଯେଉଁ ପ୍ୟାକେଜ୍‌ ଘୋଷଣା କରାଯାଇଛି ରାଜ୍ୟ ବଜେଟରେ ଏନେଇ କୌଣସି ବ୍ୟବସ୍ଥା ନାହିଁ। ପୁରୀବାସୀଙ୍କୁ ଭୁଆଁ ବୁଲାଇବା ଏବଂ ପୁରୀର ଅର୍ଥନୈତିକ ପ୍ରଗତିକୁ ଅଚଳ କରିଦେବା ଲାଗି ଏଭଳି ଷଡଯନ୍ତ୍ର ହୋଇଛି। ଫନୀ କ୍ଷତିଗ୍ରସ୍ତ ପୁରୀ ସହରବାସୀଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଏହା ବଜ୍ର ଆଘାତ। ଏହାଦ୍ୱାରା ପୁରୀରେ ବ୍ୟାଙ୍କିଙ୍ଗ୍‌ କାରବାର ଏବଂ ଅର୍ଥନୈତିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଭାବିତ ହେବ। ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିବା ପାଇଁ ଏହା ଏକ ଚକ୍ରାନ୍ତ ଓ ଅପରିଣାମଦର୍ଶୀ ପଦକ୍ଷେପ ବୋଲି ତ୍ରିପାଠୀ ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

୧୦ ଦଫା ଦାବିରେ ବାଣୀବିହାର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, କୁଳପତିଙ୍କୁ ଘେରିଲେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୬।୯(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ସୋମବାର ଛାତ୍ର ଉତ୍ତେଜନା ଦେଖାଦେଇଛି। ୧୦ ଦଫା ଦାବି ନେଇ ଛାତ୍ରୀଛାତ୍ର ତାତିଛନ୍ତି। ଏ ନେଇ ସେମାନେ କୁଳପତିଙ୍କୁ ତାଲା...

କଟକ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଅଗ୍ନିକାଣ୍ଡ

କଟକ ଅଫିସ, ୨୦।୯: ସ୍ଥାନୀୟ ବଜ୍ରକବାଟୀ ରୋଡ଼ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍‌ଏନ୍‌ଏଲ୍‌ ଅଫିସର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଥିବା...

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ଓ ପରେଡ୍‌ ରବିବାର ମହାତ୍ମାଗାନ୍ଧି ମାର୍ଗରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିବାଦନ ଗ୍ରହଣ...

ମୁମ୍ବାଇରେ ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ଶୋ’

ଭୁବନେଶ୍ୱର,୨।୭(ବ୍ୟୁରୋ): ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଓଡ଼ିଶାକୁ ଧ୍ୱଂସବିଧ୍ୱସ୍ତ କରିଦେଇଥିଲେ ମଧ୍ୟ ରାଜ୍ୟ ବହୁଶୀଘ୍ର ଏହି ପ୍ରାକୃତିକ ବିପର୍ଯ୍ୟୟ ଜନିତ ସ୍ଥିତିରୁ ନିଜକୁ ବାହାର କରିପାରିଛି। ମାତ୍ର...

ସାବେରୀ ନଦୀରେ ଡ୍ୟାମ୍‌ ନିର୍ମାଣ କରୁଛନ୍ତି ଛତିଶଗଡ଼ ସରକାର: ପ୍ରତିବାଦରେ ଜିଲା ଆଦିବାସୀ ସଂଘର ଶୋଭାଯାତ୍ରା

ମାଲକାନଗିରିି, ୧୧।୯(ଡି.ଏନ୍‌.ଏ)- ଛତିଶଗଡ଼ ସରକାର ସାବେରୀ ନଦୀରେ ଡ୍ୟାମ ନିର୍ମାଣ କରିବା ପ୍ରତିବାଦରେ ମଙ୍ଗଳବାର ମାଲକାନଗିରି ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦରଠାରେ ଜିଲା ଆଦିବାସୀ...

ଐତିହ୍ୟସ୍ଥଳୀର ସୁରକ୍ଷା, ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ ନେଇ ଦାବିପତ୍ର

ଭଦ୍ରକ ଅଫିସ, ୧୭।୭: ଭଦ୍ରକ ଜିଲାର ପ୍ରସିଦ୍ଧ ଐତିହ୍ୟସ୍ଥଳୀରୁ ଗତ କିଛିବର୍ଷ ଧରି ଦୁର୍ଲଭ ଭାସ୍କର୍ଯ୍ୟରାଜି ମୂର୍ତ୍ତି ଚୋରି ହେବାରେ ଲାଗିଛି। ଏହାମଧ୍ୟରେ ଜଣେ ମଧ୍ୟ...

ଆର୍ଥିକ ଗତିବିଧି ନେଇ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରୁଷ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବିଶ୍ୱର ଅଗ୍ରଣୀ ଇସ୍ପାତ୍‌ ଉପତ୍ାଦନକାରୀ ଏଭରାଜ୍‌ ଗ୍ରୁପର ସିଇଓ ଆଲେକ୍‌ଜାଣ୍ଡର ଫ୍ରୋଲୋଭ ଏବଂ...

ରାଜ୍ୟ ଖାଦ୍ୟ ସୁରକ୍ଷା ସେବା ଯୋଜନାରେ ୬୬୦ ହିତାଧିକାରୀ ସାମିଲ

ସାକ୍ଷୀଗୋପାଳ,୬।୧୨(ଡି.ଏନ୍‌.ଏ.) : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଥିବା ୬୬୦ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ସେବାରେ ସାମିଲ କରାଯାଇଛି। ଏହ ସମସ୍ତ ପରିବାରକୁ...

Leave a comment

Your email address will not be published. Required fields are marked *