ସୈନିକ ସ୍କୁଲ ଭୁବନେଶ୍ୱରରେ ବଢ଼ିଲା ଛାତ୍ରବୃତ୍ତି

ଭୁବନେଶ୍ୱର, ୫।୯(ବ୍ୟୁରୋ): ସୈନିକ ସ୍କୁଲରେ ପଢୁଥିବା ଓଡ଼ିଶାର ଶିକ୍ଷାର୍ଥୀମାନଙ୍କ ପାଇଁ ସ୍କଲାରଶିପ୍‌ ସ୍କିମ୍‌ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ଅଭିଭାବକମାନେ ରାଜ୍ୟ ସରକାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବାର୍ଷିକ ୯୫,୭୭୬ ଟଙ୍କାର ଆର୍ଥିକ ସହାୟତା ପାଇପାରିବେ। କ୍ରମାଗତ ଭାବରେ ବଢୁଥିବା ସ୍କୁଲ ଦେୟ ଯୋଗୁ ଆର୍ଥିକ ଅସ୍ବଚ୍ଛଳ ବର୍ଗର ପିଲାମାନେ ସୈନିକ ସ୍କୁଲରେ ପଢ଼ିବା ପାଇଁ ଅସମର୍ଥ। ଏପରି କି ଅନେକ ପିଲା ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ନାମ ଲେଖାଇ ପାରୁନାହାନ୍ତି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ସ୍କଲାରଶିପ୍‌ ସଂଶୋଧନ ଫଳରେ ଜଣେ ପୂର୍ଣ୍ଣ ସ୍କଲାରଶିପ୍‌ ପାଉଥିବା ପିଲାକୁ ବାର୍ଷିକ ମାତ୍ର ୩୦ ହଜାରରୁ ୩୫ ହଜାର ଟଙ୍କା ଟିଉସନ୍‌, ଖାଦ୍ୟ, ପକେଟ୍‌ ମନି, ଆନୁଷଙ୍ଗିକ ଖର୍ଚ୍ଚ, ପୋଷାକପତ୍ର, ସିକ୍ୟୁରିଟ୍‌ ମନି(ଫେରସ୍ତ ବ୍ୟବସ୍ଥା) ପାଇଁ ଦେବାକୁ ପଡ଼ିବ। ଏହି ସ୍କଲାରଶିପ୍‌ ୍‌ ସ୍କିମ୍‌ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାର ସମଗ୍ର ଦେଶରେ ପ୍ରଥମ। ୨୦୨୦-୨୧ ଶିକ୍ଷାବର୍ଷରୁ ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖାଇ ଏହି ସବୁ ସୁଯୋଗର ସୁବିନିଯୋଗ କରିବା ଉଚିତ ବୋଲି ସୈନିକ ସ୍କୁଲର ଅଧ୍ୟକ୍ଷ ଗ୍ରୁପ୍‌ କ୍ୟାପ୍ଟେନ୍‌ ଏସ୍‌. ଡୋମିନିକ ରାୟନ କହନ୍ତି। ବୁଧବାର ସ୍କୁଲ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷ କହିଛନ୍ତି ଯେ, ଆସନ୍ତା ୨୦୨୦ ଜାନୁଆରୀ ୫ତାରିଖରେ ହେବାକୁ ଥିବା ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନରେ ଆବେଦନ ଆରମ୍ଭ ହୋଇଯାଇଛି। ଯାହାର ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ରହିଛି। ଏଥିପାଇଁ ଯୋଗ୍ୟତା ଥିବା ପରୀକ୍ଷାର୍ଥୀମାନେ ସୈନିକ ସ୍କୁଲ ଆଡମିଶନ୍‌ ଓ୍ବେବ୍‌ସାଇଟ୍‌ www.sainikschooladmission.in ମାଧ୍ୟମରେ ଆବେଦନ କରିପାରିବେ। ଓଡ଼ିଶାରେ ୭ଟି ପ୍ରବେଶିକା ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସେଗୁଡିକ ହେଲା ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କୋରାପୁଟ, ରାଉରକେଲା ଏବଂ ସମ୍ବଲପୁର। ସୈନିକ ସ୍କୁଲ ସମ୍ବଲପୁରରେ ଷଷ୍ଠ ଶ୍ରେଣୀରେ ଶିକ୍ଷା ନିମନ୍ତେ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଯେଉଁ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ ଚାହାନ୍ତି ସେମାନେ ସେପ୍ଟେମ୍ବର ୫ ତାରିଖ ଠାରୁ ୨୩ ତାରିଖ ମଧ୍ୟରେ ପ୍ରାଥୀ ପତ୍ର ଦାଖଲ କରିପାରିବେ। ଉକ୍ତ ପ୍ରବେଶିକା ପରୀକ୍ଷା ସମ୍ବଲପୁର, ବାଲେଶ୍ୱର ଓ କଳାହାଣ୍ଡି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପରୀକ୍ଷାର ସମ୍ପୂର୍ଣ ତଥ୍ୟ ପାଇଁ www.sainikschooladmission.in ଓ୍ବେବ୍‌ସାଇଟରେ ଉପଲବ୍ଧ ରହିଥିବା ଅଧ୍ୟକ୍ଷ କହିଛନ୍ତି।


All Right Reserved By Dharitri.Com

ବଦଳିବ ଶିଆଡିମାଳିଆର ରୂପରେଖ

ଆନନ୍ଦପୁର,୧୩। ୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ସହରରେ ଥିବା ଐତିହାସିକ କିମ୍ବଦନ୍ତୀ ଶିଆଡିମାଳିଆର ମା’ ଧନେଇ ଠାକୁରାଣୀଙ୍କ ପାରିପାର୍ଶ୍ୱିକ ସ୍ଥିତି ବଦଳିବାକୁ ଯାଉଛି। ଶିଆଡିମାଳିଆର ୪୦୦ ଏକର...

ଜାନୁୟାରୀ ୧୧ରେ ନବୋଦୟ ପରୀକ୍ଷା

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟର ଶ୍ରେଣୀ ଚୟନ ପରୀକ୍ଷା ଆସନ୍ତା ୧୧ ତାରିଖ ଶନିବାର ଅନୁଷ୍ଠିତ ହେବ।...

କପିଳାସ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ସୁଖଦ ବନ୍ଧନର କାହାଣୀ ‘ମାଟି ମା’

ଢେଙ୍କାନାଳ ଅଫିସ,୨୭ା୧୨-ଢେଙ୍କାନାଳ କଳାପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଚାଲିଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ଅନୁଗୋଳର...

ରାଜନଗର ବ୍ଲକରେ ୧୪ଟି ପରୀକ୍ଷା କେନ୍ଦ୍ର: ୬ଟି ସେଣ୍ଟରରେ ସିସିଟିଭି

ରାଜନଗର,୧୭।୨: କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ମାଟ୍ରିକ ପରୀକ୍ଷା ପାଇଁ ୧୪ଟି ସେଣ୍ଟର କରାଯାଇଛି। ରାଜନଗର, ନାଉକଣା, ହାତିନା, ଗୋଜ ଗୋପାଳପୁର, ଚାନ୍ଦିବାଉଁଶମୂଳ, ଦିଘି, ଡାଙ୍ଗପାଳ,...

କୁଳପତିଙ୍କ ପ୍ରତିଶ୍ରୁତି ପରେ ଛାତ୍ରଙ୍କ ଅନଶନ ପ୍ରତ୍ୟାହୃତ

ବାରିପଦା ଅଫିସ,୯ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆମରଣ ଅନଶନ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦୀପ କୁମାର...

ଭିଜିଲାନ୍ସ ଜାଲରେ ଡିଆର୍‌ଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି

ଭବାନୀପାଟଣା, ୩୧।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ମୁଖ୍ୟ କିରାଣି ହରପ୍ରସାଦ ଆଚାର୍ଯ୍ୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି...

ବାତ୍ୟା ବିପନ୍ନଙ୍କୁ ସମବେଦନା ଜଣାଇଲେ ବିଦେଶିନୀ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ)- ବାତ୍ୟା ‘ଫନୀ’ ପରେ ଏବେ ଓଡ଼ିଶାକୁ ବିଭିନ୍ନ ଦେଶ ସହଯୋଗ ହାତ ବଢ଼ାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଆଡୁ...

ଘରୋଇ ହସ୍ପିଟାଲରେ ରୋଗୀ ହନ୍ତସନ୍ତ: କୋର୍ଟ, ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ହସ୍ପିଟାଲ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଘରୋଇ ହସ୍ପିଟାଲରେ ରୋଗୀମାନଙ୍କୁ ନିର୍ଯାତନା ଦିଆଯାଉଛି, ଏପରି କି ମୃତ୍ୟୁ ପରେ ମଧ୍ୟ ମୃତଦେହ ଛଡ଼ାଯାଉନାହିଁ। ଟଙ୍କା ଡିପୋଜିଟ୍‌ ନ କଲେ ଦୀର୍ଘ ସମୟ...

Leave a comment

Your email address will not be published. Required fields are marked *