Posted inଖେଳ

‘କୋହଲି ନୁହେଁ, ଏବେ ବି ଧୋନୀ ଶ୍ରେଷ୍ଠ ଅଧିନାୟକ’

ନୂଆଦିଲ୍ଲୀ,୫।୯:ଓ୍ବେଷ୍ଟଇଣ୍ଡିଜରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କେବଳ ଟେଷ୍ଟ ସିରିଜ୍‌ ଜିତିନାହିଁ ବରଂ ଟେଷ୍ଟରେ ଭାରତର ସବୁଠୁ ସଫଳତମ ଅଧିନାୟକ ହେବାର ମଧ୍ୟ ସୌଭାଗ୍ୟଲାଭ କରିଛନ୍ତି ସେ। ବିରାଟ ୪୮ଟି ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ୱ ନେଇ ୨୮ଟି ବିଜୟ ହାସଲ କରିଥିବାବେଳେ ଧୋନୀ ୬୦ଟି ଟେଷ୍ଟରେ ୨୭ଥର ଭାରତ ପାଇଁ ବିଜୟ ଆଣିଦେଇଛନ୍ତି। କିନ୍ତୁ ବିରାଟ ଭାରତର ସର୍ବଶ୍ରେଷ୍ଟ ଟେଷ୍ଟ ଅଧିନାୟକ ବୋଲି ଭାରତୀୟ ଦଳର ପୂର୍ବତନ ଉଇକେଟକିପର୍‌ ସୟଦ କିରମାନିଙ୍କୁ ଲାଗୁନାହିଁ। ସେ କହିଛନ୍ତି, ଯେତେବେଳେ ଧୋନୀ ଭାରତୀୟ ଦଳର ନେତୃତ୍ୱ ନେଉଥିଲେ ସେତେବେଳେ ଭାରତ ୩ଟି ବିଭାଗ(ଟେଷ୍ଟ, ଏକଦିବସୀୟ ଏବଂ ଟି-୨୦)ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିଲା। କୋହଲି ତାଙ୍କ ଭଳି ସଫଳତା ପାଇବା ପାଇଁ ଆହୁରି ସମୟ ଲାଗିବ। ବିରାଟଙ୍କ ନେତୃତ୍ୱରେ ଏପର୍ଯ୍ୟନ୍ତ ଭାରତ କୌଣସି ଆଇସିସି ଟୁର୍ନାମେଣ୍ଟ ଜିତିପାରିନାହିଁ। ଧୋନୀଙ୍କଠାରୁ ଆଗକୁ ଜିବାକୁ ହେଲେ ବିରାଟଙ୍କ ଆଇସିସି ଟ୍ରଫି ଜିତିବାକୁ ହେବ ବୋଲି ସେ ମତ ଦେଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଗୋଥାମ୍‌ଙ୍କ ହ୍ୟାଟ୍ରିକ: ଓ୍ବେଷ୍ଟଇଣ୍ଡିଜ-ଏ ୧୯୪ରେ ସୀମିତ

ତରୌବା (ତ୍ରିନିଦାଦ ଆଣ୍ଡ୍‌ ଟବାଗୋ), ୮।୮ (ପି.ଟି.)- ଅଫ୍‌-ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କ ହ୍ୟାଟ୍ରିକ ଉଇକେଟ୍‌ ସଫଳତା ବଳରେ ଭାରତ-ଏ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ...

ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ରବୀନ୍ଦରଙ୍କୁ ରୌପ୍ୟ

ବୁଦାପେଷ୍ଟ, ୩୧।୧୦ (ପି.ଟି.)- ଭାରତୀୟ କୁସ୍ତିଯୋଦ୍ଧା ରବୀନ୍ଦର ଏଠାରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ...

ବେଙ୍ଗାଲୁରୁ-ଜାମସେଦପୁର ମ୍ୟାଚ ଡ୍ର

ଜାମସେଦପୁର, ୪।୧୧ (ପି.ଟି.)- ସ୍ଥାନୀୟ ଜେଆର୍‌ଡି ଟାଟା ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ରବିବାର ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ୍‌)ରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ଏଫ୍‌ସି ଏବଂ ଘରୋଇ...

ଜେଲ୍‌ ଗଲେ ସେଲ୍ଫି ଫ୍ୟାନ

ମୋହାଲି, ୨୨।୯- ମ୍ୟାଚ୍‌ ମଝିରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସେଲଫି ଉଠାଇବାକୁ ଚେଷ୍ଟା କରିଥିବା ୩ଜଣ କ୍ରିକେଟ୍‌ ପ୍ରଶଂସକଙ୍କୁ ଶେଷରେ ଜେଲ୍‌...

‘ରହସ୍ୟମୟ’ ସ୍ପିନର ମେଣ୍ଡିସଙ୍କ ଅବସର

କଲମ୍ବୋ, ୨୯।୮- ନିଜର ସ୍ପିନ ବୋଲିଂର ବିବିଧିତା ଲାଗି ଏକଦା ବିଶ୍ୱ କ୍ରିକେଟରେ ଚହଳ ସୃଷ୍ଟି କରିଥିବା ରହସ୍ୟମୟ ଶ୍ରୀଲଙ୍କା ସ୍ପିନର ଅଜନ୍ତା ମେଣ୍ଡିସ ବୁଧବାର...

ଜୋକୋଭିଚ୍‌ଙ୍କୁ ପଞ୍ଚମ ପ୍ୟାରିସ ମାଷ୍ଟର୍ସ ଟାଇଟଲ

ପ୍ୟାରିସ୍‌,୪।୧୧(ଏଏଫ୍‌ପି)- ସର୍ବିୟାର ଅଭିଜ୍ଞ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ରେକର୍ଡ ପଞ୍ଚମଥର ପାଇଁ ପ୍ୟାରିସ ମାଷ୍ଟର୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ଫାଇନାଲ...

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲଛେତ୍ରୀଙ୍କ ଡବଲ ଗୋଲ ସତ୍ତ୍ୱେ ଭାରତ ପରାସ୍ତ

ଅହମ୍ମଦାବାଦ, ୮।୭-ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚରେ ଶନିବାର ଭାରତ ୨-୪ ଗୋଲ ବ୍ୟବଧାନରେ ତାଜିକ୍‌ସ୍ତାନଠାରୁ ହାରିଯାଇଛି। ମ୍ୟାଚରେ ସୁନୀଲ ଛେତ୍ରୀ ଦୁଇଟି ଗୋଲ୍‌...

ଜାତୀୟ ସିନିୟର ରୋଲବଲ ଚାମ୍ପିୟନଶିପ୍‌ ଓଡ଼ିଶା ଦଳ ଘୋଷଣା

ଭୁବନେଶ୍ୱର, ୨୦।୮(କ୍ରୀଡ଼ା ପ୍ରତିନିଧି)- ଗୁଜରାଟର ସୁରଟଠାରେ ୧୬ତମ ଜାତୀୟ ସିନିୟର ରୋଲବଲ ଚାମ୍ପିୟନଶିପ୍‌ ଚଳିତମାସ ୨୧ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ରୋଲବଲ...

Leave a comment

Your email address will not be published. Required fields are marked *