Posted inଜାତୀୟ

ଚିଦାମ୍ବରମ୍‌ଙ୍କୁ ଝଟକା: ସୁପ୍ରିମ୍‌କୋର୍ଟରେ ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ; ଇଡ଼ି ଗିରଫ କରିବା ଆଶଙ୍କା ବଢ଼ିଲା

ନୂଆଦିଲ୍ଲୀ,୫।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଯୋଗୁ ବଡ଼ ଝଟକା ଲାଗିଛି। ଗୁରୁବାର ସୁପ୍ରିମ୍‌କୋର୍ଟରେ ତାଙ୍କର ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି। ଫଳରେ ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ତାଙ୍କୁ ଇଡ଼ି ଗିରଫ କରିବା ଆଶଙ୍କା ବଢ଼ିଯାଇଛି। ସିବିଆଇର ରିମାଣ୍ଡ ଅବଧି ମଧ୍ୟ ଗୁରୁବାର ଶେଷ ହେଉଛି। ଏହି ମାମଲାରେ ପ୍ରଥମରୁ ଜାମିନ୍‌ ଦେବାଦ୍ୱାରା ଯାଞ୍ଚ୍‌ ପ୍ରକ୍ରିୟାରେ ବାଧା ହେବାର ଆଶଙ୍କା ଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟ ଏଭଳି ନିଷ୍ପତ୍ତି ଦେଇଛନ୍ତି। ଚିଦାମ୍ବରମ୍‌ଙ୍କ ବିରୋଧରେ କେଉଁ ପ୍ରମାଣ ସଂଗ୍ରହ ହୋଇଛି କିମ୍ବା ତାଙ୍କୁ ଇଡ଼ି କିଭଳି ପ୍ରଶ୍ନ ପଚାରିବ ତାହାର ତଥ୍ୟ କୋର୍ଟକୁ ଦେବାର ଆବଶ୍ୟକତା ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଇଡ଼ି ଚାହିଁଲେ ଗୁରୁବାରଠାରୁ ଏନେଇ ପଚରାଉଚରା କରିପାରନ୍ତି ବୋଲି କୋର୍ଟ କହିଛନ୍ତି।


All Right Reserved By Dharitri.Com

ଶରୀର ପାଇଁ ବେଶ୍‌ ଉପକାରୀ ସଢା କଦଳୀ

କଦଳୀ ସାମାନ୍ୟ ସଢ଼ି ଆସିଲେ ତାକୁ ଲୋକେ ଫିଙ୍ଗିଦିଅନ୍ତି। କିନ୍ତୁ ଜାଣନ୍ତି ଏହି ସଢ଼ା କଦଳୀ ଶରୀର ପାଇଁ ବେଶ୍‌ ଉପକାରୀ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ...

ବିରୋଧୀ ଦଳଙ୍କୁ ନେଇ ସାଥିରେ ଚାଲିବାକୁ ମୋଦି ସରକାରଙ୍କୁ ପରାମର୍ଶ ଦେଲେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ,୧୭।୧୨: ବିରୋଧୀ ଦଳଙ୍କୁ ନେଇ ସାଥିରେ ଚାଲିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପରାମର୍ଶ ଦେଇଛନ୍ତି। ଏହା ସହିତ ବହୁସଂଖ୍ୟକବାଦଠାରୁ...

ସଭରକରଙ୍କୁ ସେବାଦଳର ଆକ୍ଷେପ: କଂଗ୍ରେସ ଉପରେ ବର୍ଷିଲେ ଭାଜପା, ଶିବସେନା

ମୁମ୍ବାଇ, ନୂଆଦିଲ୍ଲୀ,୪ା୧(ପି.ଟି.): ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କ ସହ ସ୍ବାଧୀନତା ସଂଗ୍ରାମୀ ବୀର ସଭରକରଙ୍କର ଶାରୀରିକ ସମ୍ପର୍କ ରହିଥିଲା ବୋଲି କଂଗ୍ରେସ ସେବାଦଳ ପକ୍ଷରୁ...

ମଇଁଷି ଦାମ୍‌ ୧୪ କୋଟି: ମାସକୁ ଖର୍ଚ୍ଚ ହେଉଛି ଦେଢ଼ ଲକ୍ଷ

ପୁଷ୍କର,୬।୧୧: ରାଜସ୍ଥାନ ପୁଷ୍କରରେ ଅନ୍ତର୍ଜାତୀୟ ପ୍ରାଣୀ ମେଳାର ଆୟୋଜନ କରାଯାଇଛି। ଏଥିରେ ୫ ହଜାରରୁ ଅଧିକ ସଂଖ୍ୟକ ପ୍ରାଣୀ ଯୋଗଦେଇଛନ୍ତି। ମେଳାରେ ମୁର୍ରା ପ୍ରଜାତିର ମଇଁଷି...

ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ପାଶଓ୍ବାନ

ପାଟନା,୨୧।୬: କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ରାମ ଭିଳାଶ ପାଶଓ୍ବାନ ରାଜ୍ୟ ସଭା ପାଇଁ ଏନ୍‌ଡିଏ ପ୍ରାର୍ଥୀ ଭାବେ ବିହାରରୁ ଶୁକ୍ରବାର...

୧୩ ମିଲିମିଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିର୍ମାଣ କଲେ ୮ ବନ୍ଧୁ

ସୁରଟ,୧୦।୨: ସୁରଟରେ ୮ଜଣ ବନ୍ଧୁ ମିଳିତ ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟ ଅଫ୍‌ ୟୁନିଟ୍‌ର ୧୩ ମିଲିମିଟର ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଅଫ୍‌...

ପିତାଙ୍କ ମୃତଦେହ ସାମ୍ନାରେ ବିବାହ କଲେ ଯୁବକ

ବିବାହ ଏକ ଶୁଭ ଅବସର ବୋଲି କୁହାଯାଏ। ହେଲେ ଜଣେ ପିତାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ପୁଅ ପିତାଙ୍କ ମୃତଦେହକୁ ସାମ୍ନାରେ ରଖି ବିବାହ...

୧ ଲକ୍ଷ କୋଭିଡ-୧୯ ରାପିଡ ଟେଷ୍ଟିଂ କିଟ୍‌ ଗ୍ରହଣ କଲା ଆନ୍ଧ୍ର ପ୍ରଦେଶ

ଅମରାବତୀ,୧୭।୪: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବାରୁ ଏବେ ଏହାର ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି ଉଭୟ କେନ୍ଦ୍ର ଓ ବିଭିନ୍ନ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *