ଇସ୍‌…କି…ସ୍ମାର୍ଟ ସିଟି

ଭୁବନେଶ୍ୱର, ୫|୯ (ବ୍ୟୁରୋ) – ଶନିବାର ସ୍ବାୟତ୍ତଶାସନ ଦିବସ ପାଳନ କରିଛି ବିଏମ୍‌ସି। ଭୁବନେଶ୍ୱରକୁ ସ୍ବଚ୍ଛ, ସୁନ୍ଦର ଓ ସବୁଜିମାଭରା ସହର କରିବା ଉପରେ ଅଧିକାରୀମାନେ ଗୁରୁତ୍ୱ ଦେଇଛନ୍ତି। ହେଲେ ବାସ୍ତବତା କ’ଣ ସହରର ରାସ୍ତାପାର୍ଶ୍ୱରୁ ବାରିହୋଇପଡୁଛି। କେଉଁଠି ରାସ୍ତା ମଝିରେ ଡଷ୍ଟବିନ୍‌ ପଡ଼ିଛି ତ କେଉଁଠି ମାସ ମାସ ଧରି ଡ୍ରେନରୁ ପଙ୍କ ଓ ପାଣି ଉଚ୍ଛୁଳି ରାସ୍ତାରେ ମାଡୁଛି। ପରିବେଶ ପ୍ରଦୂଷଣ ସହ ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ସ୍ମାର୍ଟସିଟିବାସୀ ନାକଟେକୁଥିବାବେଳେ ସହରକୁ ବାହାରୁ ଆସୁଥିଲେ ଲୋକେ ଓ ପର୍ଯ୍ୟଟକମାନେ ଭିନ୍ନ ଭାବନା ନେଇ ଫେରୁଛନ୍ତି। ହେଲେ ବିଏମ୍‌ସିର ଅଧିକାରୀମାନେ ଏନେଇ ଅବଗତ ନ ଥିବା ବାରମ୍ବାର କହି ଅଣଦେଖା କରୁଛନ୍ତି। ରସୁଲଗଡ଼ ଛକଠାରୁ ମାତ୍ର ୨୫୦ ମିଟର ଦୂର କଟକରୋଡ୍‌ର ଶିଳ୍ପାଞ୍ଚଳ ପ୍ରବେଶ ପଥ ନିକଟରେ ରାସ୍ତା କଡ଼ରେ ମାସମାସ ଧରି ଡ୍ରେନର ପଚା ପାଣି ଓ ଆବର୍ଜନା ଜମି ରହିବା ସହ ରାସ୍ତାରେ ଶିଉଳି ଲାଗିଯାଇଛି। ଏହାପାଖରେ ବ୍ୟବସାୟୀମାନେ ଷ୍ଟଲ୍‌ ଓ ଭ୍ରାମ୍ୟମାଣ ଗାଡ଼ିରେ ଫାଷ୍ଟଫୁଡ୍‌ ସହ ଗୁପ୍‌ଚୁପ୍‌, ଆଇସ୍‌କ୍ରିମ୍‌, ମକା ଆଦି ବିକ୍ରି କରୁଛନ୍ତି। ନିକଟରେ କ୍ୟାବିନ୍‌ରେ ମଧ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି। ବିକଳ୍ପ ନ ଥିବାରୁ ଲୋକେ ଦୁର୍ଗନ୍ଧ ଓ ଆବର୍ଜନାପୂର୍ଣ୍ଣ ପରିବେଶରେ ସେଠାରେ ଠିଆ ହୋଇ ଖାଉଥିବାବେଳେ ଆଉ କିଏ ଅସନ୍ତୋଷ ପ୍ରକାଶ କରି ଫେରିଯାଉଛନ୍ତି। ନିକଟରେ ଏସ୍‌ପ୍ଲାନେଡ୍‌ ମଲ ସହ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ୍‌ ଆଦି ରହିଛି। ମୁଖ୍ୟ ରାସ୍ତା ହୋଇଥିବାରୁ ସେହିବାଟଦେଇ ପ୍ରତିଦିନ ଲକ୍ଷଲକ୍ଷ ଲୋକ ଯିବାଆସିବା କରୁଛନ୍ତି। ଏପରି ଅବସ୍ଥା ଦେଖି ସେମାନେ ସ୍ମାର୍ଟସିଟିକୁ କଟାକ୍ଷ କରୁଛନ୍ତି। ୧୫ଦିନ ତଳେ ଏ ସଂକ୍ରାନ୍ତରେ ବିଏମ୍‌ସିର ଅତିରିକ୍ତ କମିଶନର ସୁରଥଚନ୍ଦ୍ର ମଲ୍ଲିକଙ୍କୁ ଅବଗତ କରାଯିବା ସହ ‘ଧରିତ୍ରୀ’ରେ ସଚିତ୍ର ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏନେଇ ଅବଗତ ନ ଥିବା ତୁରନ୍ତ ଦାୟିତ୍ୱରେ ଥିବା ଠିକା ସଂସ୍ଥାକୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ମଲ୍ଲିକ କହିଥିଲେ। ହେଲେ ଏଯାବତ୍‌ ଏହାର ସମାଧାନ ହୋଇପାରିନାହିଁ। ଓ୍ବାର୍ଡ ନଂ. ୩୧ରେ ରହିଥିବା ଉକ୍ତ ସ୍ଥାନଟିର ସଫେଇ ଦାୟିତ୍ୱ ଠିକା ସଂସ୍ଥା ଜାଗୃତି ନେଇଛି। ଏହାର ଅଧିକାରୀ ବନ୍ଦିତା ଆଚାର୍ଯ୍ୟ କୁହନ୍ତି, ଡ୍ରେନେଜ୍‌ ବିଭାଗ ଡ୍ରେନ୍‌ ମରାମତି କରୁନି। ଲୋକେ ଆମକୁ ଦୋଷ ଦେଉଛନ୍ତି। ଏନେଇ ଡ୍ରେନେଜ ବିଭାଗ ସହ ଯୋଗାଯୋଗ ହୋଇପାରି ନ ଥିବାବେଳେ କିପରି ଏହି ସମସ୍ୟା ଦୂର ହେବ ତାହା ବିଏମ୍‌ସିର ଦାୟିତ୍ୱ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।


All Right Reserved By Dharitri.Com

ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡର ଘଟଣା: ଜେଲ୍‌ ଗଲେ ୬ ଅଭିଯୁକ୍ତ

ସାକ୍ଷୀଗୋପାଳ,୧୮ା୭(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅଧୀନ ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡର ଘଟଣାରେ ଗିରଫ ୬ ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଏସ୍‌ଡିଜେଏମ କୋର୍ଟରେ ହାଜର...

ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ହେବ ରେଳପଥ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ପୂର୍ବତଟ ରେଳପଥକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବାକୁ ବୁଧବାର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳସଦନରେ ସମସ୍ତ କର୍ମଚାରୀମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ପୂର୍ବରୁ...

ଗୁଣୁପୁର-ରାଉରକେଲା ଏକ୍ସପ୍ରେସ୍‌ ଦୈନିକ ଚାଲିବ: ଗୁରୁବାରଠାରୁ ଓଡ଼ିଆରେ ରେଳ ଟିକଟ ଶୁଭାରମ୍ଭ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ଆସନ୍ତା ଗୁରୁବାରଠାରୁ ଗୁଣୁପୁର-ରାଉରକେଲା(୧୮୧୧୭-୧୮୧୧୮) ଏକ୍ସପ୍ରେସ ଏବେ ଦୈନିକ ଚଳାଚଳ କରିବ। ଏହା ପୂର୍ବରୁ ସପ୍ତାହକୁ ୬ ଦିନ ଚାଲୁଥିଲା। ସେହିପରି ଏହିଦିନ ଓଡ଼ିଆରେ...

ସବୁ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ଧୂଅଁ।ବାଣ

ବ୍ରହ୍ମପୁର ଅଫିସ,୨ା୯-ବ୍ରହ୍ମପୁର ମହାନଗର ନିଗମ ପାଇଁ ମହୁଡ଼ାରେ ପ୍ରସ୍ତାବିତ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିମନ୍ତେ ମୁଖ୍ୟମନ୍ତ୍ରୀ ୨୦୧୩ ଅକ୍ଟୋବର ୩ରେ ଶିଳାନ୍ୟାସ କରିଥିଲେ ।...

‘ଓଡ଼ିଶା ସ୍କିଲ୍‌ସ-୨୦୨୦’ ଉଦ୍‌ଘାଟିତ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଦକ୍ଷତା ପ୍ରତିଯୋଗିତା ଓଡ଼ିଶା ସ୍କିଲ୍‌ସ-୨୦୨୦ର ଦ୍ୱିତୀୟ ସଂସ୍କରଣ ଶୁକ୍ରବାର କୃଷି ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ଅଜନା ରୋଗ୍‌ରେ ଦିବ୍ୟାଙ୍ଗ ପାଲଟିଛନ୍‌ ଭାଇବହେନ୍‌

  କୋମନା, ୧୪।୩ (ଡି.ଏନ୍‌.ଏ.)- ରାଏଜ୍‌ ସରକାର ଅସାହା, ଗରିବ ଦୁଖି, ଭିନ୍ନକ୍ଷମମାନକୁ ଭିନେ ଭିନେ ଯୋଜନାରେ ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ହେଲେ ସରକାରୀ...

ଓଡ଼ିଶାର ୩ ରାଜ୍ୟ ସଭା ଆସନ ପାଇଁ ବାଜିଲା ବିଗୁଲ୍‌

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଓଡ଼ିଶାର ଖାଲିପଡ଼ିିଥିବା ୩ଟି ରାଜ୍ୟ ସଭା ଆସନରେ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ଶନିବାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।...

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ନୂଆପଡା ଅଫିସ,୨୮ା୯ ସ୍ଥାନୀୟ ମିନିଷ୍ଟାଡିୟମରେ ନୂଆପଡା ସଦର ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିବା ପ୍ରତିଯୋଗିତାକୁ ବ୍ଲକ ଶିକ୍ଷାଧିକାରୀ...

Leave a comment

Your email address will not be published. Required fields are marked *