ପାକିସ୍ତାନୀ ପୋଲିସ ଅଫିସର ହେଲେ ପ୍ରଥମ ହିନ୍ଦୁ ଯୁବତୀ

ଇସଲାମାବାଦ: ଜଣେ ହିନ୍ଦୁ ଯୁବତୀ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ପୋଲିସ ଅଫିସର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ପ୍ରାଦେଶିକ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁଷ୍ପା କୋହଲି ନାମ୍ନୀ ଏହି ଯୁବତୀଙ୍କୁ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର(ଏଏସ୍‌ଆଇ) ପଦବୀରେ ନିଯୁକ୍ତି ଦିଆଯାଇଛି। ଏ ସମ୍ପର୍କିତ ଖବର ପାକିସ୍ତାନର ମାନବିକ ଅଧିକାର କର୍ମକର୍ତ୍ତା କପିଲଦେବ ଟୁଇଟର ଯୋଗେ ଶେୟାର କରିଛନ୍ତି। ସେ କହିଛନ୍ତି, ସିନ୍ଧ୍‌ ପବ୍ଲିକ ସର୍ଭିସ କମିଶନ୍‌ ଦ୍ୱାରା ଆୟୋଜିତ ପ୍ରାଦେଶିକ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇ ସିନ୍ଧ୍‌ ପୋଲିସରେ ଏଏସ୍‌ଆଇ ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟର ସୁମନ ପଓ୍ବନ ବୋଦାନି ମଧ୍ୟ ପ୍ରଥମ ମହିଳା ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ। ବୋଦାନି ହେଉଛନ୍ତି ସିନ୍ଧ ପ୍ରଦେଶର ଶାହଦାଦ୍‌କୋଟ ଅଞ୍ଚଳର ବାସିନ୍ଦା। ସେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଯୋଗ୍ୟତା ତାଲିକାର ୫୪ତମ ସ୍ଥାନରେ ରହି ସିଭିଲ ଜଜ୍‌/ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଭାବେ ନିଯୁକ୍ତି ପାଇଥିଲେ।


All Right Reserved By Dharitri.Com

ଇଣ୍ଡୋନେସିଆ ବସ୍‌ ଦୁର୍ଘଟଣା: ୨୪ ମୃତ

ଜାକର୍ତ୍ତା,୨୪।୧୨: ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ଅଞ୍ଚଳରେ ସୋମବାର ରାତିରେ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଅତିକମ୍‌ରେ ୨୪ ଜଣଙ୍କ ମୃତ୍ୟୁ ହେବା ସହ...

ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ବ୍ରୁସେଲସ୍ସ,୨୭।୧୦: ବେଲଜିୟମର ଅର୍ଥମନ୍ତ୍ରୀ ଥିବା ସୋଫି ଓ୍ବିଲିୟମ୍ସ ଏବେ ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଏବେ ସେ କାମଚଳା ପ୍ରଧାନମନ୍ତ୍ରୀ...

ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଦେଖି ଚିନ୍ତାରେ ପାକିସ୍ତାନ

ଇସଲାମାବାଦ,୨୫।୮: କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ମହମ୍ମଦ ବିନ ଜାୟଦ ଅଲ ନାହୟନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌...

ମଙ୍ଗଳ-ଚନ୍ଦ୍ରରେ ମହାକାଶଚାରୀଙ୍କ ପାଇଁ କବକରେ ହେବ ଘର…

ନ୍ୟୁୟର୍କ, ୧୮।୧: ମଙ୍ଗଳ ଏବଂ ଚନ୍ଦ୍ରରେ ବସତି ସ୍ଥାପନ ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏଠାରେ କିଭଳି ଘର ନିର୍ମାଣ କଲେ ସୁବିଧା ହେବ...

ଶିରୀନ୍‌ ହେବେ ଆମେରିକା ବିଚାରପତି

ଓ୍ବାଶିଂଟନ,୨ା୯(ପି.ଟି.): ଭାରତୀୟ ବଂଶୋଦ୍ଭବ ଆଟର୍ନି ଶିରୀନ୍‌ ମାଥ୍ୟୁସ୍‌ ଆମେରିକାର ଏକ ଜିଲା କୋର୍ଟ ବିଚାରପତି ହେବାକୁ ଯାଉଛନ୍ତି। କାଲିଫର୍ନିଆ ସଦର୍ନ ଜିଲା କୋର୍ଟର ବିଚାରପତି ଭାବେ...

ଇରାନ ଭୂକମ୍ପ: ୫ ମୃତ, ୧୨୦ ଆହତ

ତେହେରାନ,୮।୧୧: ଉତ୍ତର ପଶ୍ଚିମ ଇରାନରେ ଗୁରୁବାର ବିଳମ୍ବିତ ରାତିରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୯। ଏହି ଭୂକମ୍ପରେ...

ଡିସେମ୍ବର ୭ରେ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାର ଶୁଣାଣି

ଇସଲାମାବାଦ୍‌,୧।୧୨: ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ଙ୍କ ବିରୋଧ ଅଣାଯାଇଥିବା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାର ଶୁଣାଣି ଡିସେମ୍ବର ୭ରେ ହେବ। ଏହାର...

ନଦୀ କୂଳରୁ ମିଳିଲା ଶରଣାର୍ଥୀ ବାପ-ଝିଅଙ୍କ ମୃତଦେହ: ଫଟୋ ଭାଇରାଲ

ନ୍ୟୁୟର୍କ, ୨୬।୬: ୨୦୧୫ରେ ସିରିଆର ଶରଣାର୍ଥୀ ଶିଶୁ ଆଲନ କୁର୍ଦ୍ଦି ସମୁଦ୍ରକୂଳରେ ପଡିଥିବାର ଦୃଶ୍ୟ ସାରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା। ସେମିତି ଏକ ହୃଦୟବିଦାରକ ଚିତ୍ର...

Leave a comment

Your email address will not be published. Required fields are marked *