୧୪ ଦଫା ଦାବିରେ ଆଶାକର୍ମୀଙ୍କ ବିକ୍ଷୋଭ

ନୟାଗଡ଼ ଅଫିସ,୫ା୯- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ କର୍ମଚାରୀ ମାରଣନୀତିର ପ୍ରତିବାଦ ଏବଂ ଆଶାକର୍ମୀମାନଙ୍କ ବିଭିନ୍ନ ଦାବି ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ବୁଧବାର ଆଶାକର୍ମୀମାନେ ବିକ୍ଷୋଭ କରିଥିଲେ। ଓଡ଼ିଶା ଆଶାକର୍ମୀ ଆସୋସିଏଶନ ସିଟୁ ନୟାଗଡ଼ ଜିଲା କମିଟି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଆଶାକର୍ମୀମାନେ ପୁରୁଣା ବସ୍‌ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଉପଲକ୍ଷେ ଜିଲା ସଭାପତି ନଳିନୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ କେନ୍ଦ୍ରରେ ମୋଦି ସରକାରଙ୍କ ଶ୍ରମିକ ଓ କର୍ମଚାରୀ ମାରଣ ନୀତିକୁ ତୀବ୍ର ସମାଲୋଚନା କରାଯାଇଥିଲା। ସ୍ବାସ୍ଥ୍ୟକ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନରେ ଅନୁଦାନ ରାଶି ହ୍ରାସ କରି ସମ୍ପୂର୍ଣ୍ଣ ଉଠାଇ ଦେବାର ବ୍ୟବସ୍ଥା କେନ୍ଦ୍ର ସରକାର ଗତ ବଜେଟରେ କରିଥିବାରୁ ଏହାକୁ ନେଇ ସମାବେଶରେ ବକ୍ତାମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସ୍ବାସ୍ଥ୍ୟକ୍ଷେତ୍ରରେ ଆଶାମାନଙ୍କ ନିଯୁକ୍ତି ଫଳରେ ଦେଶରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ଅନେକାଂଶରେ ନିୟନ୍ତ୍ରଣ ହେବା ସହ ସାଧାରଣ ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚତ୍ ପାରିଛି। ହେଲେ ଆଶାମାନଙ୍କୁ ସ୍ବଳ୍ପ ପାରିଶ୍ରମିକ ପ୍ରଦାନ କରାଯାଉଥିବାରୁ ସେମାନେ ଅଭାବ ଅନଟନରେ ଦିନ କାଟୁଥିବା ପ୍ରକାଶ କରିଛନ୍ତି। ଆଶାକର୍ମୀଙ୍କୁ ମାସିକ ୨୦ ହଜାର ଟଙ୍କା, ନିଯୁକ୍ତିକୁ ସ୍ଥାୟୀ କରିବା, ୬୦ ବର୍ଷ ପରେ ସମସ୍ତ କର୍ମୀଙ୍କୁ ପେନ୍‌ସନ୍‌ ଦେବା, ୫ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା, ଅବସରକାଳୀନ ଭତ୍ତା ପ୍ରଦାନ କରିବା ଭଳି ୧୪ ଦଫା ଦାବିରେ କର୍ମୀମାନେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୪ ଦଫା ସମ୍ବଳିତ ଦାବିପତ୍ରକୁ କର୍ମୀମାନେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କୁ ପ୍ରଦାନ କରିଥିଲେ। ଦାବି ପୂରଣ କରିବାରେ କେନ୍ଦ୍ର ସରକାର ଅବହେଳା କଲେ ଭବିଷ୍ୟତରେ ସଙ୍ଗଠନ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ବିକ୍ଷୋଭ ସମାବେଶରେ ସଙ୍ଗଠନର ଜିଲା ସମ୍ପାଦକ ସୁରେଶ ସ୍ବାଇଁ, ସିଆଇଟିୟୁ ନେତା ବିଶ୍ୱନାଥ ମହାପାତ୍ର, ଏସ୍‌. ଏ. କରିମ, ସଂଯୁକ୍ତା ସେଠୀ, ଅହଲ୍ୟା ସେଠୀ, ରେଣୁବାଳା ସାହୁ, ଶୈଳବାଳା ସାମଲ, ଯାମିନୀରାଣୀ ବେହେରା, ପ୍ରଭାତି ପଣ୍ଡା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।


All Right Reserved By Dharitri.Com

ମା’ ଧାମରାଇଙ୍କ ମନ୍ଦିରରୁ ଚୋରି

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା ଧାମରାର ଆରାଧ୍ୟା ଦେବୀ ମା’ ଧାମରାଇଙ୍କ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମା’ଙ୍କ ହୁଣ୍ଡିବାକ୍ସ...

ଛେଳିକୁ ଗିଳିଲା ଅଜଗର

ବନ୍ତଳା,୧୪।୧୦(ଡି.ଏନ୍‌.ଏ.) : ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ତଳଗଡ଼ ପଞ୍ଚାୟତ ରଗୁଡ଼ିଆପଡା ଗ୍ରାମର ଅମରି ଦେହୁରୀଙ୍କର ଛେଳିକୁ ରବିବାର ଅପରାହ୍ନରେ ଏକ ଅଜଗର ଗିଳି ଦେଇଛି।...

ଓଡ଼ିଶାରୁ ଖସିଗଲେ, ପଶ୍ଚିମବଙ୍ଗରେ ଧରାପଡ଼ିଲେ: ୩.୨୫ ଲକ୍ଷ ଟଙ୍କାର ଗଞ୍ଜେଇ, କାର୍‌ ଜବତ

ଜଳେଶ୍ୱର,୨୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଲକ୍ଷ୍ମଣନାଥ ଗେଟ୍‌ ଦେଇ ଓଡ଼ିଶାରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ପଶ୍ଚିମବଙ୍ଗ ଚାଲାଣ ହେଉଛି। ଏହି ଗେଟ୍‌ ଦେଇ ଚାଲାଣକାରୀମାନେ ସହଜରେ...

ରାଜ୍ୟ ସ୍ବାର୍ଥ ଲାଗି ପଦଯାତ୍ରାରେ ସତ୍ୟବ୍ରତ, ଭଟଲି ବିଡିଓଙ୍କୁ ଭେଟି ପ୍ରଦାନ କଲେ ଦାବିପତ୍ର

ଭଟଲି,୧୯।୧୨(ଡି.ଏନ୍‌.ଏ.): ବରଗଡ଼-ଭଟଲି ମୁଖ୍ୟରାସ୍ତାରେ ପହଞ୍ଚିଛନ୍ତି ରାଜ୍ୟର ସ୍ବାର୍ଥ ଲାଗି ପଦଯାତ୍ରାରେ ବାହାରିଥିବା ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ୍‌ ଅନ୍ତର୍ଗତ ଭଗବାନସିନ୍ଧୋଳ ଗ୍ରାମର ସତ୍ୟବ୍ରତ ଦାସ(୨୮)। ସେ...

ବୃତ୍ତି ପରୀକ୍ଷା ପାଇଁ ୪ ଛାତ୍ର ମନୋନୀତ

ହାଟଡ଼ିହୀ,୮।୬(ଡି.ଏନ୍‌.ଏ.): ନରେନ୍ଦ୍ରନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିିତ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଚଣ୍ଡିଆବିରଞ୍ଚିପୁରସ୍ଥିତ ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲର ୪ ଜଣ ଛାତ୍ର ବୃତ୍ତି ପରୀକ୍ଷା...

୫-ଟି ସଚିବଙ୍କୁ ଭେଟିଲେ ଆଥଲେଟ ଜଉନା ମୁର୍ମୁ

ବାରିପଦା ଅଫିସ,୨ା୧୧- ୨୦୨୦ରେ ଟୋକିଓରେ ହେବାକୁ ଥିବା ଅଲିମ୍ପିକ ପାଇଁ ପ୍ରସ୍ତୁତ ହେବାକୁ ଆନ୍ତର୍ଜାତୀୟସ୍ତରୀୟ ଆଥଲେଟ ତଥା ମୟୂରଭଞ୍ଜ ଜିଲା ତିରିଂ ବ୍ଲକ ଅନ୍ତର୍ଗତ ବଡକୁମରୁମ...

ଜଙ୍ଗଲ ଜମି ପଟ୍ଟା ଯୋଗାଇବାରେ ପ୍ରଶାସନ ବିଫଳ, ପଟ୍ଟା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବି

ମାଲକାନଗିରି, ୩ା୭(ଡି.ଏନ୍‌.ଏ.): ଦୀଘବର୍ଷ ଧରି ମାଲକାନଗିରି ଜିଲାରେ ବସବାସ କରି ଆସୁଥିବା ଅନୁସୂଚିତ ଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାରେ ପ୍ରଶାସନ କାଳ ବିଳମ୍ବ କରୁଥିବାରୁ...

କଂସର-ଜମନକିରା ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ଦୁର୍ନୀତି ପ୍ରସଙ୍ଗ:୫ ଜଣଙ୍କ ନାମରେ ମାମଲା

ସମ୍ବଲପୁର, ୫ା୧୧ (ବ୍ୟୁରୋ):ସମ୍ବଲପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା କଂସର-ଜମନକିରା ପ୍ରଧାନମନ୍ତ୍ରୀ ରାସ୍ତା କାମର ଦୁର୍ନୀତି ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ...

Leave a comment

Your email address will not be published. Required fields are marked *