ବିଜେଡିରେ ଯୋଗଦେଲେ ଉତ୍ତରପ୍ରତାପ ସରପଞ୍ଚ, ଯୁବ ସଂଗଠକ

ଧର୍ମଶାଳା,୫।୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତର ଭାଜପା ସମର୍ଥତ୍ତ ସରପଞ୍ଚ ବୁଧବାର ବିଜେଡିରେ ଯୋଗଦେଇଛନ୍ତି। ଏ ନେଇ ଜାରକାସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପସ୍ଥିତିରେ ଉତ୍ତରପ୍ରତାପ ସରପଞ୍ଚ ସସ୍ମିତା ବେହେରା ଓ ଯୁବ ସଙ୍ଗଠକ ସରୋଜ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧର୍ମଶାଳା ବିଧାୟକଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା କହିଛନ୍ତି। ସେମାନଙ୍କୁ ବିଧାୟକ ବଳବନ୍ତରାୟ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଧର୍ମଶାଳା ବିଜେଡି ନିର୍ବାଚନମଣ୍ଡଳୀ ସଭାପତି ଜଳଧର ସାହୁ, ଜିଲା ସାଧାରଣ ସମ୍ପାଦକ ପ୍ରିୟନାଥ ମହାପାତ୍ର, ପୂର୍ବତନ ଉପାଧ୍ୟକ୍ଷ ଜଳଧର ମହାନ୍ତି, ଜିଲାପରିଷଦ ସଭ୍ୟ ମମତା ଦଣ୍ଡପାଟ, ଯୁବନେତା ଗୌତମ ସାହୁ, ସଞ୍ଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଟ୍ରାନ୍ସଫର୍ମର ଅଚଳ, ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

ଯୋଡ଼ା,୭।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଜଲହରି ପଞ୍ଚାୟତର ଜଲହରିଠାରେ ଟ୍ରାନ୍ସଫର୍ମର ଅଚଳ ଯୋଗୁ ୧୫ ଦିନ ଧରି ଗ୍ରାମବାସୀ ଅନ୍ଧାରରେ ରହିଥିବା ଅଭିଯୋଗ କରିଛନ୍ତି।...

ତଳିଆ ଅଞ୍ଚଳରେ ପହଞ୍ଚୁନି କେନାଲ ପାଣି : ବିଲ ମୁଣ୍ଡରେ ବସି ଫେରୁଛନ୍ତି ଚାଷୀ

କୁଜଙ୍ଗ,୧୦ା୮(ସ୍ବ.ପ୍ର.): ଶ୍ରାବଣ ମାସ ସରିବାକୁ ବସିଲାଣି, ମାତ୍ର ଚାଷୀଙ୍କ ଜଳସେଚନ ଚିନ୍ତା ଦୂର ହେଉନାହିଁ। ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନ ଥିବାରୁ ଚାଷକାର୍ଯ୍ୟ ଠିକ୍‌...

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ବାଲିଗୁଡା,୧୫ା୧୨(ଡି.ଏନ୍‌.ଏ.)-ବାଲିଗୁଡା ପାତ୍ରସାହି ନିକଟରେ ଚଳିତ ମାସ ୧୦ ତାରିଖରେ ବାଟାଗୁଡାର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ...

ପାଣି ପାଇଁ ଡହଳବିକଳ ବିଶୁଭଟ୍ଟାବାସୀ

କୁନ୍ଦୁରା,୨୪।୪(ଡି.ଏନ୍‌.ଏ.):କୁନ୍ଦୁରା ସଦରରୁ ୨୫ କିମି ଦୂର ଫୁଲଭଟ୍ଟା ପଞ୍ଚାୟତ ବିଶୁଭଟ୍ଟାରେ ୨ ମାସ ହେଲା ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଗତ ମାର୍ଚ୍ଚରୁ...

ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ, ଜଣେ ଗିରଫ

ଦେବଗଡ,୬।୧୧(ଡି.ଏନ.ଏ) : ଦେବଗଡ଼ ବନାଞ୍ଚଳ ଅଧୀନ ତିଲେଇବଣି ସେକ୍ସନ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ ଚଳାଇଥିବା ଅଭିଯୋଗରେ ବନ...

ଶାବର ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ : ଅପେକ୍ଷା ରଥଟଣାକୁ

କୋରାପୁଟ,୪ା୭(ସ୍ବ.ପ୍ର.): ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ନେଇ ତିନି ରଥ ଓ ପଥ ପ୍ରସ୍ତୁତ ହୋଇ ରହିଛି । ଅପେକ୍ଷା କେବଳ ରଥଟଣାକୁ। ଚଳିତବର୍ଷ ପ୍ରଥମ...

ଟ୍ରକ୍‌କୁ ପିଟିଲା ବସ୍‌, ୨୦ରୁ ଊର୍ଦ୍ଧ୍ୱ ଆହତ

ଦେବଗଡ଼,୧୦।୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଖୁଲୁଣ୍ଡିପାଣି ଗ୍ରାମ ନିକଟ ୨୩ନଂ ଜାତୀୟ ରାଜପଥରେ ଶୁକ୍ରବାର ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।...

ମାନସିକ ଭିନ୍ନକ୍ଷମ ଯୁବକଙ୍କ ଅଭାବନୀୟ କାଣ୍ଡ: ଠେଙ୍ଗାରେ ପିଟି ମା’ଙ୍କୁ ମାରିଦେଲେ

କାମାକ୍ଷାନଗର, ୫।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ମକୁଆକାଟେଣୀ ଗ୍ରାମରେ ସୋମବାର ରାତିରେ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କ ଠେଙ୍ଗାମାଡ଼ରେ ପ୍ରାଣ ହରାଇଛନ୍ତି...

Leave a comment

Your email address will not be published. Required fields are marked *