ବାଟ ହୁଡୁଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା

ଚନ୍ଦ୍ରଗିରି,୫ା୯(ଡି.ଏନ.ଏ.)-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସେଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ୟତମ। ହେଲେ ବିଭିନ୍ନ ସ୍ଥାନରେ ରାସ୍ତା କାମ ହାତକୁ ନେଇଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ କେଉଁଠି ରାସ୍ତା କାମ ନିମ୍ନମାନର ତ ଆଉ କେଉଁଠି ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଫଳରେ ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଚାନ୍ଦିପୁଟ ଅଞ୍ଚଳରେ। ପିଡବ୍ଲ୍ୟୁଡି ରାସ୍ତାଠାରୁ ଯୋଡିପଥର ଓ ଲଣ୍ଡାଗୁଡାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅଧାପନ୍ତରିଆ ଭାବେ ପଡି ରହିଛି। ୨୦୧୭ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଏଠାରେ ଫଳକ ଲାଗିଥିଲା। ରାସ୍ତା ନିର୍ମାଣ ଓ ଦୁଇ ପାର୍ଶ୍ୱ ପ୍ରଶସ୍ତୀକରଣ ପାଇଁ ଜମି ମଧ୍ୟ ଛାଡିଥିଲେ ଅଞ୍ଚଳବାସୀ। ସୂଚନା ଫଳକ ପ୍ରକାରେ ୧୮ ଅକ୍ଟୋବର ୨୦୧୭ରେ କାମ ଆରମ୍ଭ ହୋଇ ୧୭ ଜୁଲାଇ ୨୦୧୮ରେ ଶେଷ ହେବା କଥା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କିମି ରାସ୍ତାକୁ ୧ କୋଟି ୫୦ ଲକ୍ଷ ୫୩ ହଜାର ବ୍ୟୟ ଅଟକଳ ହୋଇ ଘନଶ୍ୟାମ କନ୍‌ଷ୍ଟ୍ରକ୍ସସନ ନାମକ ସଂସ୍ଥା ଠିକା ନେଇଥିଲା। ଦୁଇଟି ସ୍ଥାନରେ କଲଭର୍ଟ ନିର୍ମାଣ ହେଲା। ଏହାପରେ ମୋରମ ମାଟି ପକାଯିବା ବଦଳରେ ପଙ୍କୁଆ ମାଟି ପକାଯିବାରୁ ଅଞ୍ଚଳବାସୀ ବିରୋଧ କଲେ। ପରେ ବର୍ଷାଦିନ ଆସିଯିବାରୁ ସମ୍ପୃକ୍ତ ସଂସ୍ଥା କାମ ବନ୍ଦ କରିଦେଲା। ହେଲେ ଆଜିଯାଏ ଆଉ କାମ ହେଉନାହିଁ।
ଉକ୍ତ ରାସ୍ତାକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଠିକା ସଂସ୍ଥା ମାଲିକଙ୍କୁ ଅଞ୍ଚଳବାସୀ ଫୋନ କଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିବା ପ୍ରକାଶ କରିଛନ୍ତି। ସମସ୍ୟା ନେଇ ଚନ୍ଦ୍ରଗିରି ସ୍ଥିତ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇବା ସହ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିବା ଯୋଡିପଥର ଗ୍ରାମର ୱାର୍ଡମେମ୍ବର ସନିଆ ଗମାଙ୍ଗ, ଦାଶରଥି ରଇତ, ପୂର୍ବତନ ୱାର୍ଡମେମ୍ବର ସୋମନାଥ ମଣ୍ଡଳ ପ୍ରମୁଖ କହିଛନ୍ତି।
ସମସ୍ୟା ନେଇ ଗତମାସରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ଚାନ୍ଦିପୁଟ ବଜାରରେ ଗ୍ରାମବାସୀ ଜଣାଇଥିଲେ। ସେ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ କରି ତୁରନ୍ତ ରାସ୍ତାକାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। କାମ ବନ୍ଦ ନେଇ ଘନଶ୍ୟାମ କନ୍‌ଷ୍ଟ୍ରକଶନ ମାଲିକଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀ ସହଯୋଗ କରୁ ନ ଥିବାରୁ କାମ ହୋଇପାରୁନାହିଁ ବୋଲି କହିଥିଲେ। ମାତ୍ର ଚନ୍ଦ୍ରଗିରିସ୍ଥିତ ବିଭାଗୀୟ ସହକାରୀ ଯନ୍ତ୍ରୀ ନରେନ ରେଡ୍ଡୀଙ୍କୁ ପଚାରିବାରୁ, କାମ ସାରିବାକୁ ସମ୍ପୃକ୍ତ ଠିକା ସଂସ୍ଥାକୁ ବାରମ୍ବାର ଚିଠି କରୁଛୁ। ସମସ୍ୟା ନେଇ ବିଭାଗୀୟ ଉଚ୍ଚ ପଦାଧିକାରୀମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି ବୋଲି କହିଛନ୍ତି। ଠିକାଦାର ଓ ବିଭାଗୀୟ ଅଧିକାରୀ ଦୋଷ ଲଦାଲଦିରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ତୁରନ୍ତ ରାସ୍ତା କାମ ସାରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।


All Right Reserved By Dharitri.Com

ଶ୍ରୀରାମପୁର ପୋଲ ଉପରେ ଆଣ୍ଠୁଏ ପାଣି ପ୍ରବାହିତ : ଗମନାଗମନ ବାଧାପ୍ରାପ୍ତ

କୋଟଗଡ଼,୮।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ସଦରମହକୁମାଠାରୁ ଶ୍ରୀରାମପୁର ପଞ୍ଚାୟତ ୩୫ କି.ମି। ତେବେ କୋଟଗଡ଼ ଆସିବା ପାଇଁ ଏହି ପୋଲ ପାର ହେବାକୁ ପଡ଼େ।...

ଆର୍‌ଟିଆଇ ସଂଶୋଧନକୁ ବିରୋଧ

ଫୁଲବାଣୀ ଅଫିସ, ୨୮।୭-କେନ୍ଦ୍ର ସରକାର ଆରଟିଆଇ ବିଲ୍‌ ସଂଶୋଧନ ଆଣି ଉଭୟ ସଦନରେ ପାରିତ କରିଛନ୍ତି। ହେଲେ ଏହା ଠିକ୍‌ ନୁହେଁ ବୋଲି ଆର୍‌ଟିଆଇ (ଜନ...

ବିପୁଳ ପରିମାଣର ମଦ ଜବତ : ୪ ଗିରଫ

ଦାରିଙ୍ଗବାଡ଼ି,୧୨।୯(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ୯୨...

ବାଟ ହୁଡୁଛି ଆଇଟିଡିଏ ଉନ୍ନୟନ କାର୍ଯ୍ୟ

ଦାରିଙ୍ଗବାଡ଼ି,୨୫।୧(ଡି.ଏନ୍‌.ଏ.) – ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ତିଆରିଗାଁ ଛାତ୍ରାବାସ ଏବଂ ସରାମୁଳି ପଞ୍ଚାୟତର ପାକଲମାହା ଛାତ୍ରାବାସରେ ବହୁ ଅବ୍ୟବସ୍ଥା ଦେଖାଯାଇଛି ।...

ବ୍ୟବସାୟୀଙ୍କ ଠାରୁ ଅଳଙ୍କାର ବ୍ୟାଗ ଚୋରି

ଦାରିଙ୍ଗବାଡି,୮ା୧୧(ଡି.ଏନ୍‌.ଏ.)- ଦାରିଙ୍ଗବାଡି ଥାନା ଅଞ୍ଚଳରୁ ଜଣେ ସୁନା ବ୍ୟବସାୟୀଙ୍କ ବାଇକ ଡିକିରୁ ସୁନା ଏବଂ ରୁପା ଗହଣା ଥିବା ବ୍ୟାଗ ଚୋରି ହୋଇଥିବା ଥାନାରେ ଅଭିଯୋଗ...

ବହିରେ ସ୍ଥାନ ପାଇଲା ଝୁଲିମାଙ୍କ କାହାଣୀ

ଫୁଲବାଣୀ ଅଫିସ, ୨୮ା୧- କନ୍ଧମାଳ ଜିଲା ବାନ୍ଦୁଡ଼ି ଗାଁର ଭି-ଆୱାଡ୍‌ ବିଜେତା ଝୁଲିମା ମଲ୍ଲିକଙ୍କୁ ନେଇ ପୁଣି ସାରା ଦେଶରେ ଚର୍ଚ୍ଚା ା ରାଜସ୍ଥାନ ଜୟପୁରରେ...

ଦାରିଙ୍ଗବାଡ଼ିରେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ

ଦାରିଙ୍ଗବାଡି,୨୯ା୧୨(ଡି.ଏନ୍‌.ଏ.)- ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିବା ଜଣେ ପଶ୍ଚିମବଙ୍ଗର ମହିଳା ପର୍ଯ୍ୟଟକଙ୍କ ଶୁକ୍ରବାର ପାହାନ୍ତାରେ ମୃତ୍ୟୁ ହୋଇଛି। ସେ ହେଲେ ବାସୁନଗର ଅଞ୍ଚଳର ରୀନା ଘୋଷ (୬୦)...

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ ଗିରଫ

ଫୁଲବାଣୀ ଅଫିସ, ୮ା୧୦- ଫୁଲବାଣୀ ସହର ନଦୀଖଣ୍ଡି ସାହିରେ ଏକ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ସେଠାରୁ ନଗଦ ୬୩,୪୦୦...

Leave a comment

Your email address will not be published. Required fields are marked *