Posted inଭଦ୍ରକ

ନବୋଦୟ ବିଦ୍ୟାଳୟରେ ଶତାଧିକ ଛାତ୍ରୀଛାତ୍ର ଅସୁସ୍ଥ

ବାସୁଦେବପୁର, ୫।୯ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦମାଳିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଶତାଧିକ ଛାତ୍ରୀଛାତ୍ର ଜ୍ୱର ସହିତ ଝାଡ଼ା ଓ ମୁଣ୍ଡବ୍ୟଥା ହେଉଥିବାରୁ ଅସୁସ୍ଥ ହୋଇପଡ଼ିଛନ୍ତି। ଗତ ଦୁଇଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲାଣି। ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିବା ବେଳେ ଅଭିଭାବକମାନେ ସେମାନଙ୍କୁ ଘରକୁ ନେଇଯାଉଥିତ୍ବା ସୂଚନା ମିଳିଛି। ସେହିପରି ଆଗକୁ ଏହି ଜ୍ୱର ଅନ୍ୟ ପିଲାଙ୍କୁ ବଢ଼ିବାର ଆଶଙ୍କା ଥିବାରୁ ଭୟରେ ଅଭିଭାବକ ତାଙ୍କ ପିଲାଙ୍କୁ ଘରକୁ ନେଇ ଚିକିତ୍ସା କରାଉଥିବା ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ଛାତ୍ରୀଛାତ୍ର ଜ୍ୱର ଓ ଝାଡ଼ାରେ ଆକ୍ରାନ୍ତ ହେଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ପିଇବା ପାଣି ସଂକ୍ରମଣ ଓ ଦୂଷିତ ପରିବେଶ ଏହାର କାରଣ ହୋଇଥାରେ ବୋଲି ଅନୁମାନ କରାଯାଉଛି। ଏହା ଏକ କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥିବା ବେଳେ ନିୟମିତ ଭାବେ ଡାକ୍ତର ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଡାକ୍ତର ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଯାଉ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷା ସଙ୍ଗୀତା ଜୟସ୍ବାଲଙ୍କୁ ପଚାରିବାରୁ ଛାତ୍ରୀଛାତ୍ର ଜ୍ୱର, ଝାଡ଼ାରେ ପୀଡ଼ିତ ହେବା ଘଟଣାକୁ ସ୍ବୀକାର କରିଥିଲେ। ଚିକିତ୍ସା ପାଇଁ ଏଠାକୁ ନିୟମିତ ଡାକ୍ତର ଆସୁ ନ ଥିବା ସମ୍ପର୍କରେ ସେ ଜିଲାପାଳଙ୍କୁ ଅବଗତ କରିଥିବା କହିଛନ୍ତି।


All Right Reserved By

ପରାମର୍ଶ ଶିବିରରେ ୫୫୬ ନିଯୁକ୍ତି ଆଶାୟୀ

ବନ୍ତ, ୧୪।୮ (ଡି.ଏନ.ଏ.): ବନ୍ତ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା ଆନୁକୂଲ୍ୟରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି...

ସାଧନା ଓ ଆତ୍ମବିଶ୍ୱାସ ଆଣିଦିଏ ସଫଳତା

ବନ୍ତ,୧୧।୯ (ସ୍ବ.ପ୍ର.)-ପିଲାଦିନୁ ଅଭିନୟ କଳା ପ୍ରତି ଥିବା ରୁଚି ତାଙ୍କୁ ଲକ୍ଷ୍ୟପଥରେ ଆଗେଇ ନେଇ ଚାଲିଛି। ପ୍ରଥମେ ରଙ୍ଗମଞ୍ଚରେ ଅଭିନୟ ଓ ନୃତ୍ୟ ପରିବେଷଣ କରି...

ଅସହ୍ୟ ହୋଇପଡ଼ିଛି ପୁଅର ଯନ୍ତ୍ରଣା: ବିଷ ପିଇ ଜୀବନ ହାରିବାକୁ ମା’ଙ୍କ ଚେତାବନୀ

ବନ୍ତ,୭।୯ (ଡି.ଏନ.ଏ.) – ବାରମ୍ବାର ଟୁଇଟ୍‌ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ପକ୍ଷାଘାତରେ ପୀଡ଼ିତ ହୋଇ ରୋଗଶଯ୍ୟାରେ ଛଟପଟ ହେଉଥିବା ପୁଅର ଯନ୍ତ୍ରଣା ସହି...

ବନ୍ତ ଛକ ବସ୍‌ଷ୍ଟାଣ୍ଡରୁ ୩ ବର୍ଷର ଶିଶୁକନ୍ୟା ଉଦ୍ଧାର

ଭଦ୍ରକ ଅଫିସ,୧୪।୯: ଭଦ୍ରକ ଜିଲା ବନ୍ତ ଛକ ବସ୍‌ଷ୍ଟାଣ୍ଡରୁ ଶନିବାର ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ପିଲାଟି କାନ୍ଦୁଥିବା ବେଳେ ଯାତ୍ରୀମାନେ ତାହା...

ଅଚେତ ଅବସ୍ଥାରେ ଅପହୃତା ଛାତ୍ରୀ ଉଦ୍ଧାର

ଭଦ୍ରକ ଅଫିସ/ ବନ୍ତ, ୭ା୮(ସ୍ବ.ପ୍ର.)- ଭଦ୍ରକ ଜିଲା ଆଗରପଡା ଥାନା ଅଞ୍ଚଳରୁ ୟୁନିଫର୍ମ ପିନ୍ଧି ସ୍କୁଲ ଯାଉଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ମଙ୍ଗଳବାର ଅପହରଣ...

କାର୍‌-ଅଟୋ ଧକ୍କା: ଜଣେ ମୃତ, ୩ ଗୁରୁତର

ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ. ଜାତୀୟ ରାଜପଥର ଆଖୁଆପଦାଠାରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏକ କାର ଅଟୋକୁ ଧକ୍କା ଦେବାରୁ ଜଣଙ୍କର...

ନିଆରା ବ୍ରହ୍ମଚାରୀ ସାଧକ ବିଶ୍ୱମ୍ବର: ‘ସାଧନା କେବେ ବ୍ୟର୍ଥ ଯାଏ ନାହିଁ’

ଭଣ୍ଡାରିପୋଖରୀ, ୩୦।୯-ଛାତ୍ର ଜୀବନରୁ ବେଦ ବେଦାନ୍ତ, ଗୀତା ଭାଗବତର ବୈଜ୍ଞାନିକ କାରଣ ଖୋଜି ବାହାର କରିବା ଲକ୍ଷ୍ୟ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପିଲାଦିନରୁ...

ଭଦ୍ରକ କଂଗ୍ରେସର ବିକ୍ଷୋଭ

ଭଦ୍ରକ ଅଫିସ, ୩।୮ – ବିଧାନସଭାରେ ବିରୋଧୀ ଦଳ ଉପନେତା ତଥା ଭାଜପା ବିଧାୟକ ବିଷ୍ଣୁ ସେଠୀ ମୁସଲିମ୍‌ ମହିଳାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ବିରୋଧ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *