Posted inଖେଳ

ଚାଇନିଜ ତାଇପେ ଓପନ୍‌: ଦ୍ୱିତୀୟ ରାଉଣ୍ଡରେ ସୌରଭ

ତାଇପେଇ, ୫।୯ (ପି.ଟି.)- ପୂର୍ବତନ ଚାମ୍ପିୟନ ସୌରଭ ବର୍ମା ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ୫ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନିଜ ତାଇପେଇ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମୁକାବିଲାରେ ସୌରଭ ୨୨-୨୦, ୨୧-୧୩ ସିଧାସଳଖ ଗେମ୍‌ରେ ଜାପାନର କାଜୁମାସା ସାକାଇଙ୍କୁ ପରାସ୍ତ କରିଛନ୍ତି। ମ୍ୟାଚ୍‌ ଜିତିବାକୁ ସୌରଭଙ୍କୁ ମାତ୍ର ୩୮ ମିନିଟ୍‌ ସମୟ ଲାଗିଥିଲା। ପରବର୍ତ୍ତୀ ରାଉଣ୍ଡରେ ସୌରଭଙ୍କ ମୁକାବିଲା ଘରୋଇ ପ୍ରତିଯୋଗୀ ଚୋଉ ତିଏନ୍‌ ଚେନ୍‌ଙ୍କ ସହ ହେବ। ଗତ ମାସରେ ହାଇଦ୍ରାବାଦ ଓପନ୍‌ ଜିତିଥିବା ସୌରଭ ଏକମାତ୍ର ଭାରତୀୟ ପ୍ରତିଯୋଗୀ ଭାବେ ଏହି ଟୁର୍ନାମେଣ୍ଟରେ ତିଷ୍ଠି ରହିଛନ୍ତି। ମହିଳା ସିଙ୍ଗଲ୍ସରେ ରିୟା ମୁଖାର୍ଜୀ ଓ ମହିଳା ଡବଲ୍ସରେ ଅପର୍ନା ବାଲାନ ଓ ପ୍ରଜକ୍ତା ସାଓ୍ବନ୍ତ ସେମାନଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ହାରି ବିଦାୟ ନେଇସାରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଜାତୀୟ ମହିଳା ଚେସ୍‌ ଚାମ୍ପିୟନଶିପ୍‌ : ଟାଇଟଲ ବଜାୟ ରଖିଲେ ଭକ୍ତି କୁଲକର୍ନୀ

କାରାଇକୁଡି, ୨୭ା୭ (ପି.ଟି.)- ଗତଥରର ଚମ୍ପିୟନ ତଥା ଏୟାର ଇଣ୍ଡିଆର ଭକ୍ତି କୁଲକର୍ନୀ ଏଠାରେ ଚାଲିଥିବା ୪୬ତମ ଜାତୀୟ ମହିଳା ଚେସ୍‌ ଚାମ୍ପିୟନଶିପ୍‌ରେ ତାଙ୍କ ଟାଇଟଲ...

ଭାଜପାରେ ବବିତା, ବାପା ମହାବୀର

ନୂଆଦିଲ୍ଲୀ,୧୨।୮- ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକଧାରୀ ବବିତା ଫୋଗଟ ଓ ତାଙ୍କ ବାପା ତଥା କୋଚ୍‌ ମହାବୀର ଫୋଗଟ ସୋମବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ...

ରଣଜୀ ଟ୍ରଫି: ଛତିଶଗଡ଼ ୧୩୪ରେ ଅଲଆଉଟ : ରାଜେଶଙ୍କୁ ୬ ଉଇକେଟ ସଫଳତା

କଟକ ଅଫିସ,୧୦ା୧୨- ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଠାରୁ ଓଡ଼ିଶା-ଛତିଶଗଡ଼ ପ୍ରଥମ ରଣଜୀଟ୍ରଫି କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଛ।...

ଭାରତ, ପାକିସ୍ତାନ ଉଭୟ ଦେଶ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ଏହି ୩ କ୍ରିକେଟର

କ୍ରିକେଟର ସବୁଠୁ ବଡ ପ୍ଲାଟଫର୍ମ ହେଉଛି ଟେଷ୍ଟ କ୍ରିକେଟ। ତେବେ କ୍ରିକେଟର ସବୁଠୁ ରୋମାଞ୍ଚକ ମ୍ୟାଚ୍‌ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଏ। ଟେଷ୍ଟ ହେଉ...

ଜୋକୋଭିଚ୍‌ଙ୍କୁ ପଞ୍ଚମ ପ୍ୟାରିସ ମାଷ୍ଟର୍ସ ଟାଇଟଲ

ପ୍ୟାରିସ୍‌,୪।୧୧(ଏଏଫ୍‌ପି)- ସର୍ବିୟାର ଅଭିଜ୍ଞ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ରେକର୍ଡ ପଞ୍ଚମଥର ପାଇଁ ପ୍ୟାରିସ ମାଷ୍ଟର୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ଫାଇନାଲ...

ମହିଳା ହକି:ଜାପାନକୁ ହରାଇ ଭାରତ ଚାମ୍ପିୟନ

ହିରୋଶିମା, ୨୩ା୬ (ପି.ଟି.)- ଭାରତ ଏଫ୍‌ଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ୩-୧ ଗୋଲରେ ଜାପାନକୁ...

ବାଓଟୋ ଏଟିପି ଚ୍ୟାଲେଞ୍ଜର : ସିଙ୍ଗଲ୍ସ, ଡବଲ୍ସରେ ମୁକୁନ୍ଦ ରନର୍ସ-ଅପ୍‌

ବାଓଟୋ,୧।୯(ପି.ଟି.)- ଚାଇନାର ବାଓଟୋରେ ଅନୁଷ୍ଠିତ ହୋଇଥିବା ୫୪,୧୬୦ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ କ୍ଲେ- କୋର୍ଟ ଏଟିପି ଚ୍ୟାଲେଞ୍ଜର ଇଭେଣ୍ଟରେ ଭାରତର ଶଶି କୁମାର...

ଭାରତୀୟ ଖେଳାଳିଙ୍କୁ ନିଜ ବିବାହରେ ଡାକିବାକୁ ଚାହୁଁଛନ୍ତି ଏହି ପାକିସ୍ତାନ କ୍ରିକେଟର

ପାକିସ୍ତାନୀ ପେସ ବୋଲର ହାସନ ଅଲ୍ଲୀ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ହରିୟାଣାର ନୁହରେ ରହୁଥିବା ଶାମିଆ ଆରଜୁଙ୍କୁ ବିବାହ...

Leave a comment

Your email address will not be published. Required fields are marked *