ଏଇ ଭାରତରେ

ଛୋଟ ପିଲାଙ୍କ ମନ ଓ ହୃଦୟ ଅଲେଖା ସ୍ଲେଟ୍‌ ପରି ନିର୍ମଳ। ସେମାନଙ୍କ ମଧ୍ୟରେ କୌଣସି ଧର୍ମ, ଜାତି, ସମ୍ପ୍ରଦାୟ ଜ୍ଞାନ ନ ଥାଏ। ଛତିଶଗଡ଼ ରାୟପୁରରେ ଏଭଳି ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏଠାରେ ବାସ କରୁଥିବା ରମ୍‌ଜାନ ଓ ମୁବାରକ ଘରୁ ଲୁଚି ସ୍ଥାନୀୟ ରେଲ୍‌ଓ୍ବେ ଫାଟକଠାରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି। ରମଜାନ୍‌ ସ୍ବପ୍ନରେ ଗଣେଶଙ୍କୁ ଦେଖିଥିବା କଥା ତାଙ୍କ ସାଙ୍ଗ ମୁବାରକଙ୍କୁ କହିଥିଲେ। ଏହାପରେ ଦୁଇ ସାଙ୍ଗ ଗଣେଶ ପୂଜା କରିବା ପାଇଁ ଘରୁ ଲୁଚି ପଳାଇଥିଲେ। ସ୍ଥାନୀୟ ଶାରଦା ବିହାର କଲୋନୀରେ ଗଣେଶ ପୂଜା ଲାଗି ସେମାନେ ଘର ଘର ବୁଲି ଚାନ୍ଦା ସଂଗ୍ରହ କରିଥିଲେ। ରେଲଓ୍ବେ ଫାଟକ ନିକଟରେ ବାଉଁଶ ତାଟିରେ ଛୋଟ ପେଣ୍ଡାଲ ତିଆରି କରି ସେଠାରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ଲୋକେ ପେଣ୍ଡାଲ ଦେଖି ସେଠାରେ ପୂଜା କରିବାକୁ ଆସିଥିଲେ। ଦୁଇ ନାବାଳକଙ୍କୁ ସ୍ଥାନୀୟ ଲୋକେ ଖାଇବାକୁ ମଧ୍ୟ ଦେଇଥିଲେ। ତେବେ ଦୁଇଦିନ ଧରି ଘରୁ ରମଜାନ୍‌ ଏବଂ ମୁବାରକ ନିଖୋଜ ହେବା ପରେ ପରିବାର ସଦସ୍ୟ ପୋଲିସ ଥାନାରେ ଖବର ଦେଇଥିଲେ। ପୋଲିସ ସହରସାରା ଦୁଇ ନାବାଳକଙ୍କୁ ଖୋଜିବା ପରେ ରେଲଓ୍ବେ ଫାଟକ ପାଖରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ପଚରାଉଚରା ପରେ ଦୁଇ ନାବାଳକ ସତକଥା ପ୍ରକାଶ କରିଥିଲେ। ତେବେ ଦୁଇଜଣଙ୍କ ଉତ୍ତର ସମସ୍ତଙ୍କୁ ଯେତିକି ଖୁସି କରିଥିଲା ସେତିକି ବିସ୍ମିତ କରିଥିଲା।


All Right Reserved By Dharitri.Com

ସଂଖ୍ୟା ବାଉଳା

ଗୋଟିଏ ଟ୍ରିଲିୟନ ବା ଏକ ଲକ୍ଷ କୋଟି ଟଙ୍କା କହିଲା ବେଳକୁ ମୁଣ୍ଡ ବୁଲେଇ ଯାଉଛି। ୨୦ ଲକ୍ଷ କୋଟିରେ ୧୨ଟି ନା ୧୩ଟି ଶୂନ...

ଶ୍ରୋତା ବଶୀକରଣ ମନ୍ତ୍ର

ମାଧବ ଚନ୍ଦ୍ର ସ୍ବାଇଁ ନିକଟରେ ବ୍ୟଙ୍ଗ କବି ହୁଙ୍କାପିଟାଙ୍କର ବ୍ୟଙ୍ଗ କବିତା ପୁସ୍ତକ ‘ଅବଲୋକରା’ ସାହିତ୍ୟ ଭବନରେ ଉନ୍ମୋଚନ ହୋଇଯାଇଛି। ଆଗକୁ କବି ଶୁଣ୍ଠା ଦାସଙ୍କର...

ଏଇ ଭାରତରେ

ଗାଈ ମୃତ୍ୟୁ ସହ ଏକ ଅଜବ ବିଶ୍ୱାସ ଯୋଡିହୋଇ ରହିଛି ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ। ଏହି ଅଞ୍ଚଳର ପାଥରି ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ...

ଆନ୍ଦୋଳନର ଆଚାର ସଂହିତା ଓ ଅରାଜକତା

ଅରୁଣ କୁମାର ପଣ୍ଡା ଆନ୍ଦୋଳନ, ଧର୍ମଘଟ, ଧାରଣା ଦାୟିତ୍ୱହୀନ ରାଜନୈତିକ ଖେଳ ନୁହେଁ, ବରଂ ଏହା ଜୀବନ୍ତ ଗଣତନ୍ତ୍ରର ପ୍ରାଣଶକ୍ତି। ନିଜର ବିଚାର କିମ୍ବା ଯୁକ୍ତି...

ଅଭିନବ ପରିକଳ୍ପନା ପରିବର୍ତ୍ତନର ଆହ୍ବାନ

ମଙ୍ଗୁଳି ଚରଣ ନିଶଙ୍କ ବନ୍ୟ ପରିବେଶରେ ମଣିଷ ଆସ୍ଥାନ ବନାଇ ଗୋଷ୍ଠୀଗତ ଜୀବନ ଶୈଳୀ ଆରମ୍ଭ କରି କ୍ରମେ ନିଜର ପରିବେଷ୍ଟନିକୁ ସୁସଂଯତ ଓ ଆବଶ୍ୟକ...

ଏଇ ଭାରତରେ

ଦେବତାଙ୍କ ନାଁରେ ଅଭିଯୋଗ ହୋଇଛି। ସେ ଏବେ ନଜରବନ୍ଦୀରେ । ଏମିତି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର କୁଲୁ ଦଶହରାରେ। କୁଲୁ ପ୍ରଶାସନ ବିଧିବଦ୍ଧ...

ମୁଁ ସ୍ବର ଉଠାଏ

ଡ. ଗାୟତ୍ରୀବାଳା ପଣ୍ଡା ”ମୁଁ ସ୍ବର ଉଠାଏ- ତା’ର ମାନେ ନୁହେଁ ଯେ ମୁଁ ଚିତ୍କାର କରେ, ତା’ର ଅର୍ଥ ହୁଏତ ଏୟା ଯେ ଯେଉଁମାନେ...

ମହାମାରୀର ମହାଗାଥା ଓ ମହାମନ୍ତ୍ର

ଅରୁଣ କୁମାର ପଣ୍ଡା କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ତାଲା ବନ୍ଦ (ଲକ୍‌ଡାଉନ୍‌) ଘୋଷଣା କରାଯାଇଛି। କୋଭିଡ୍‌-୧୯କୁ ବ୍ୟାପିବାରୁ ରୋକିବା ପାଇଁ...

Leave a comment

Your email address will not be published. Required fields are marked *