ଇ-ଗ୍ଲୋବ୍‌ : କୃତ୍ରିମ ହାତକୁ ଦେବ ବାସ୍ତବ ଅନୁଭବ

ନ୍ୟୁୟର୍କ: ଆମେରିକାର ପୁରଡ୍ୟୁ କଲେଜ ଅଫ ଇଞ୍ଜିନିୟରିଂର ଗବେଷକମାନେ ଏକ ଇଲେକ୍ଟ୍ରୋନିକ ଗ୍ଲୋବ୍‌(ଇ-ଗ୍ଲୋବ୍‌) ବିକାଶ କରିଛନ୍ତି, ଯାହା ପ୍ରୋସ୍ଥେଟିକ୍‌ ହ୍ୟାଣ୍ଡ୍‌ ବା ରୋବୋ ବାୟୋନିକ୍‌ ହ୍ୟାଣ୍ଡ୍‌କୁ ମଣିଷ ହାତ ସ୍ବର୍ଶର ବାସ୍ତବ ଅନୁଭବ ଦେଇପାରିବ। ଏହି ଗ୍ଲୋବ୍‌କୁ ବାୟୋନିକ ହ୍ୟାଣ୍ଡ୍‌ରେ ପିନ୍ଧିଲେ ତାହା ମଣିଷ ହାତ ଭଳି କୋମଳତା ଓ ଉଷ୍ମତା ଦେଉଛି। ଚାପ ଓ ତାପମାନକୁ ଅନୁଭବ କରିବା ସହ ଆର୍ଦ୍ରତା ବାରିପାରୁଛି। ଏହି ଗୋ୍ଲବ୍‌ରେ ସୂକ୍ଷ୍ମ ଓ ଚଳନଶୀଳ ସେନ୍‌ସର ଓ ସିଲିକନ ସର୍କିଟ ଚିପ୍ସ ଲଗାଯାଇଛି। ଏହାକୁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଥିବା ରିଷ୍ଟ୍‌ ଓ୍ବାଚରେ ସଂଯୋଗ କରାଯାଇଛି। ପୁର୍‌ଡ୍ୟୁ କଲେଜ୍‌ ଅଫ୍‌ ଇଞ୍ଜିନିୟରିଂର ସହକାରୀ ପ୍ରାଧ୍ୟାପକ ଚି ହ୍ବାନ୍‌ ଲି ଏବଂ ତାଙ୍କ ସାଥୀ ଗବେଷକମାନେ କହିଛନ୍ତି ଯେ, ଏହି ଗ୍ଲୋବ୍‌ ପ୍ରୋସ୍ଥେଟିକ ହ୍ୟାଣ୍ଡ୍‌ ବ୍ୟବହାର କରୁଥିବା ବ୍ୟକ୍ତଙ୍କୁ ଅଧିକ ସହାୟକ ହୋଇପାରିବ । ଚଳପ୍ରଚଳ ହେବା ଭଳି ଅଙ୍ଗୁଳି ଓ କୃତ୍ରିମ ନଖ ଥିବା ଏହି ଗୋ୍ଲବ ବିଭିନ୍ନ ସ୍କିନ୍‌ଟୋନ୍‌ କଲର୍‌ରେ ବଜାରରେ ଉପଲବ୍ଧ ହେବ ବୋଲି କହିଛନ୍ତି ଗବେଷକମାନେ।


All Right Reserved By Dharitri.Com

ଜାପାନରେ ଓଡ଼ିଶାକୁ ପ୍ରଶଂସା କଲେ ମୋଦି

ଓସାକା, ୨୮।୬: ଜି-୨୦ ସମ୍ମିଳନୀରେ ଭାଗନେବା ପାଇଁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ପ୍ରବାସୀ ଭାରତୀଙ୍କୁ ସମ୍ବୋଧିତ କରି...

ସରକାରଙ୍କୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଜମାକାରୀଙ୍କ ତାଲିକା: ଖୋଲିବ କଳାଧନ କୁବେରଙ୍କ ଗୁମର

ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା...

ଜାତିସଂଘ ସାଧାରଣ ସଭାରେ ମୋଦି: ଆତଙ୍କବାଦ ସବୁଠୁ ବଡ଼ ବିପଦ

ଜାତିସଂଘ,୨୮।୯(ପି.ଟି.):ଆତଙ୍କବାଦ କୌଣସି ଗୋଟିଏ ଦେଶ ପାଇଁ ନୁହେଁ, ବରଂ ସାରା ବିଶ୍ୱ ପାଇଁ ଆହ୍ବାନ ଭାବେ ଉଭା ହୋଇଛି। ଆତଙ୍କବାଦକୁ ସବୁଠୁ ବଡ଼ ବିପଦ ଭାବେ...

ଇଣ୍ଟରନେଟ୍‌ରେ ଲୋକାଲ ଲାଙ୍ଗୁଏଜ୍‌

ଦିନ ଥିଲା ଇଣ୍ଟରନେଟ୍‌ରେ ଅନ୍ୟ ଦେଶଗୁଡିକ ଭଳି ଆମ ଦେଶରେ ମଧ୍ୟ କେବଳ ଇଣ୍ଟରନ୍ୟାଶନାଲ୍‌ ଲାଙ୍ଗୁଏଜ ଇଂଲିଶର ପ୍ରଚଳନ ଥିଲା। ହେଲେ ବର୍ତ୍ତମାନ ବିଭିନ୍ନ ଲୋକାଲ୍‌...

ଏମିତି ଏକ ଜେଲ୍‌ ଯେଉଁଠି ଜଣେ କଏଦୀ ଅଛନ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଏହା ସତ। ଏପର୍ଯ୍ୟନ୍ତ ଆପଣମାନେ ଦେଶର ବିଭିନ୍ନ ସ୍ଥାନରେ ଥିବା ଜେଲ୍‌ରେ ଶହ ଶହ କଏଦୀଙ୍କ ରହଣି ସମ୍ପର୍କରେ...

ନୂଆ ସରକାରଙ୍କୁ ପରାମର୍ଶ ଦେଲେ ଋଷି କପୁର

ନ୍ୟୁୟର୍କ,୨୯।୫: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ନେଇ ବଲିଉଡ୍‌ ଅଭିନେତା ଋଷି କପୁର ନିଜର ମତ ରଖିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି...

ଆଖି ଥାଏ ସବୁବେଳେ ଜାଗ୍ରତ…

ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ନିଦ୍ରାରେ ଥିବାବେଳେ କେବଳ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ...

ପିଲାଙ୍କୁ ପାଠ ପଢାଇବାକୁ ଆସୁଛି ସ୍କୁଲ

ମୁମ୍ବାଇର ଝୁଙ୍ଗିଆ ଇଲାକାର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ପିଲାମାନେ ସ୍କୁଲ୍‌ ପଢ଼ିବାକୁ ନୁହଁ ବରଂ ସ୍କୁଲ୍‌ ଏମାନଙ୍କୁ ପଢ଼ାଇବାକୁ ଆସିଥାଏ। ‘ସ୍କୁଲ୍‌-ଅନ୍‌-ହ୍ବିଲ୍‌ସ’ ନାମରେ ଚାଲିଥିବା...

Leave a comment

Your email address will not be published. Required fields are marked *