ଯୁବକଙ୍କୁ ଛୁରାମାଡ଼ ଘଟଣା : ମାରଣାସ୍ତ୍ର ଜବତ, ୨ ଅଭିଯୁକ୍ତ ଗିରଫ

ଯୋଡ଼ା,୪।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ୪ନଂ. ଓ୍ବାର୍ଡ ମିଶ୍ରଗଳିଠାରେ ଥିବା ଏକ ହୋଟେଲ ନିକଟରେ ବାଂଶପାଣିର ବିକ୍ରାନ୍ତ ନାୟକଙ୍କୁ ହୋଇଥିବା ଛୁରାମାଡ଼ ଘଟଣାରେ ବୁଧବାର ପୋଲିସ ମାରଣାସ୍ତ୍ର ଜବତ ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଦ୍ୱୟ ହେଲେ ଯୋଡ଼ା ସହର ୭.ନଂ ଓ୍ବାର୍ଡ ଉଲି ହଟିଂ ଶହୀଦନଗରର ସାଗର ରାଜ(୨୫) ଓ ୩ନଂ. ଓ୍ବାର୍ଡ କୁନ୍ଦୁରୁନାଲାର ମୁନା ଓରାମ୍‌ (୧୯)। ଯୋଡ଼ା ଥାନା ଏସ୍‌ଆଇ ବିଶ୍ୱଜିତ ବେହେରାଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ, ବାଂଶପାଣିର ଯୁବକ ବିକ୍ରାନ୍ତ ନାୟକଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଥିବା ଉକ୍ତ ଦୁଇ ଯୁବକଙ୍କୁ ପୋଲିସ ବୁଧବାର ସକାଳେ ଗିରଫ କରିଥିଲା। ଉକ୍ତ ଯୁବକ ଦ୍ୱୟ ୩ଟି ବାଇକ୍‌ ବ୍ୟବହାର କରି ବିଭିନ୍ନ ସ୍ଥାନରୁ ପିସ୍ତଲ ଦେଖାଇ ଦାଦାବଟି ଆଦାୟ କରୁଥିଲେ। ପୋଲିସ ଖବର ପାଇ ଚଢ଼ାଉ କରି ସେମାନଙ୍କଠାରୁ ୩ଟି ବାଇକ, ଗୋଟିଏ ପିସ୍ତଲ ସହ ୨ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ଖଣ୍ଡା ଓ ୨ଟି ମୋବାଇଲ ଜବତ କରିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ଦ୍ୱୟଙ୍କୁ ଯୋଡ଼ା ଥାନା କେସ୍‌ ନଂ. ୧୪୦/୧୯ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।


All Right Reserved By Dharitri.Com

ମାଷ୍ଟର ମାଇଣ୍ଡଙ୍କ ସମେତ ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ/ଦିଗପହଣ୍ଡି, ୫ା୧୨(ଡି.ଏନ.ଏ.)-ବ୍ରହ୍ମପୁର ଅବକାରୀ ବିଭାଗ ଷ୍ଟ୍ରାଇକିଂ ଫୋର୍ସ ଓ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା-ଭୀଷ୍ମଗିରି ଛକ କପିଳେଶ୍ୱର ମାର୍କେଟ...

ମଣ୍ଡିରୁ ଶୀଘ୍ର ଧାନ ଉଠାଣ ଦାବି: ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ/ଦାସିଗଁା,୨୦।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଲଗୁଡା ନୀଳ ମାଧବ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଚାଷୀମାନେ ମଣ୍ଡିରୁ ଶୀଘ୍ର ଧାନ ଉଠାଣ କରିବା ଦାବିରେ...

ଋଣ ଦେବା ନାଁରେ ଠକେଇ: ଥାନାର ଦ୍ୱାରସ୍ଥ ହେଲେ ଏସ୍‌ଏଚ୍‌ଜି ମହିଳା

ରୂପ୍‌ସା, ୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ବାଖରାବାଦ ଗ୍ରାମର ଜଣେ ମହିଳା ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ସଭ୍ୟାଙ୍କୁ ଋଣ ଦେବା ନାଁରେ ଲକ୍ଷାଧିକ...

ମଦ ନିଗମ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଖୋର୍ଦ୍ଧା ଅଫିସ, ୨୩।୮: ଛଟେଇ ବନ୍ଦ କରିବା, ଲୋଡିଂ ଅନଲୋଡିଂ ଗୋଟିଏ ପେଟି ପ୍ରତି ୧ ଟଙ୍କା କରାଇବା ଓ ଦାୟିତ୍ୱ ନ ପାଇ ସବୁ...

ନକଲି ବିଦ୍ୟୁତ୍‌ କର୍ମଚାରୀଙ୍କ ଡକାୟତି: ଟଙ୍କା, ସୁନା ଅଳଙ୍କାର ଲୁଟ୍‌

ତିହିଡ଼ି, ୧୯।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି ଗ୍ରାମର ଚିନ୍ତାମଣି ସାହୁଙ୍କ ଘରୁ ଶୁକ୍ରବାର ମଧ୍ୟାହ୍ନରେ ଡକାୟତି ହୋଇଛି। ଡକାୟତମାନେ...

ଟ୍ରାଫିକ୍‌ ନିୟନ୍ତ୍ରଣକୁ ଧ୍ୟାନ ଦେଉନି ପୋଲିସ

ବ୍ରହ୍ମପୁର ଅଫିସ,୨୪|୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଅବଧି ସରି ଆସୁଥିବା ବେଳେ ଲୋକମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ସ୍ଥାନରୁ ଲୋକମାନେ ମା’ଙ୍କ...

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ଚୟନ ପ୍ରକ୍ରିୟାରେ ଚଞ୍ଚକତା ଅଭିଯୋଗ

ଆନନ୍ଦପୁର,୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରରେ ନୂତନ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଛି। ଚଳିତ ୨୧୦୯-୨୦ ଶିକ୍ଷାବର୍ଷରେ ଛାତ୍ରୀଛାତ୍ରଙ୍କର ନାମଲେଖା କରାଯାଇ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ଆରମ୍ଭ...

ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା: ଅଭି-କିଶୋର ଯୋଡି ପ୍ରଥମ

ସୋନପୁର,୧୩।୧୧(ନି.ପ୍ର.)-କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସୋନପୁର ସହର ନିକଟସ୍ଥ ମହାନଦୀର ଲଙ୍କେଶ୍ୱରୀ ଗଣ୍ଡ ନିକଟରେ ରାଜ୍ୟସ୍ତରୀୟ ନୌକାଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୪୮ଟି ଦଳ...

Leave a comment

Your email address will not be published. Required fields are marked *