Posted inଜାତୀୟ

ଅରୁଣାଚଳ ପ୍ରଦେଶରେ ଚାଇନାର ଅନୁପ୍ରବେଶ ଉଦ୍ୟମ: ନାଳରେ ତିଆରି କଲା କାଠ ପୋଲ

ଇଟାନଗର,୪।୯: ଅରୁଣାଚଳ ପ୍ରଦେଶରେ ପୁଣି ଥରେ ଚାଇନା ଅନୁପ୍ରବେଶ ଉଦ୍ୟମ କରିଥିବା ଜଣାପଡ଼ିଛି। ଚାଇନାର ଡ୍ରାଗନ ସେନା ଅଞ୍ଜଓ୍ବା ଜିଲାର ଚାଗଲଗମ ଗାଁ ନିକଟରେ ଥିବା ଏକ ନାଳରେ କାଠର ପୋଲ ତିଆରି କରିଛି। ଏହି ରାସ୍ତା ଦେଇ ସେ ଭାରତ ସୀମାକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଷଡ଼ଯନ୍ତ୍ରର ଚିତ୍ର ସାମ୍ନାକୁ ଆସିଛି। ଏନେଇ ରାଜ୍ୟ ଭାଜପା ଏମ୍‌ପି ତାପିର ଗାଓ ସୂଚନା ଦେଇଛନ୍ତି। ପୂର୍ବରୁ ଏଠାରେ ପୋଲ ନ ଥିଲା ଏହାକୁ ନିକଟରେ ଅର୍ଥାତ୍‌ ଜୁଲାଇ-ଅଗଷ୍ଟରେ ତିଆରି କରାଯାଇଛି ବୋଲି ସେ ଦାବି କରିଛନ୍ତି। ଅଞ୍ଜଓ୍ବା ଜିଲା ଚାଇନାର ସୀମା ସହ ଲାଗିଥିବା ବେଳେ ଚାଗଲଗାମରେ ଅରୁଣାଞ୍ଚଳ ପ୍ରଦେଶର ଶେଷ ପ୍ରଶାସନିକ ଟିମ୍‌ ମୁତୟନ ହୋଇଥାନ୍ତି। ସେଠାରୁ ୨୫ କିଲୋମିଟର ଦୂରରେ ଏହି ପୋଲ ତିଆରି କରାଯାଇଛି ବୋଲି ତାପିର କହିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି।


All Right Reserved By Dharitri.Com

ସୋମବାରରୁ ଅଯୋଧ୍ୟା ଶୁଣାଣି ଅଧିକ ଘଣ୍ଟାଏ

ନୂଆଦିଲ୍ଲୀ,୨୧ା୯(ପି.ଟି.): ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଶୁଣାଣି ଜାରି ରହିଥିବାବେଳେ ଆସନ୍ତା ସୋମବାରରୁ ସାମ୍ବିଧାନିକ ପୀଠ ଅଧିକ ଏକଘଣ୍ଟା ବସିବ।...

ରାଜସ୍ଥାନରେ ବସ୍‌-ଜିପ୍‌ ମୁହାଁମୁହିଁ: ୧୩ ମୃତ

ଯୋଧପୁର,୨୭।୯: ରାଜସ୍ଥାନ ଯୋଧପୁରର ବାଲେସର ଗଁ। ନିକଟରେ ଶୁକ୍ରବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓ ଜିପ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ...

ଜମ୍ମୁ-କଶ୍ମୀର ପୋଲିସରୁ ବରଖାସ୍ତ ହେଲେ ଡିଏସ୍‌ପି ଦାବିନ୍ଦର

ଶ୍ରୀନଗର,୧୫।୧: କଶ୍ମୀର ଆତଙ୍କବାଦୀଙ୍କ ସହ ଧରାପଡ଼ିଥିବା ଡିଏସ୍‌ପି ଦାବିନ୍ଦର ସିଂହଙ୍କ ଉପରେ ବୁଧବାର ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜମ୍ମୁ-କଶ୍ମୀର ପୋଲିସରୁ ତାଙ୍କୁ ବରଖାସ୍ତ କରାଯାଇଥିବା ଜଣାପଡ଼ିଛି।...

ଆଇଟିବିପି ଶିବିରରେ ଥିବା ଚାଇନା ଫେରନ୍ତା ଭାରତୀୟଙ୍କୁ ଭେଟିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୧୭।୨: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ଚାଇନାର ଉହାନ ସହରରୁ ପ୍ରଥମ ବ୍ୟାଚରେ ଫେରିଥିବା ଭାରତୀୟଙ୍କୁ ଭେଟିଛନ୍ତି। ଏମାନେ ସମସ୍ତେ ଇଣ୍ଡୋ-ତିବତାନ ବର୍ଡର ପୋଲିସ(ଆଇଟିବିପି)ଯବାନଙ୍କ...

ସରକାରଙ୍କ ଆଶ୍ୱାସନା: ୮୦% କରୋନା ସଂକ୍ରମିତ ଆପଣାଛାଏଁ ହେବେ ସୁସ୍ଥ; ୫%ଙ୍କୁ କରାଯିବ ହସ୍ପିଟାଲରେ ଭର୍ତ୍ତି; ଆଖିବୁଜା ହେବନି ନମୁନା ଯାଞ୍ଚ୍‌

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣର ମୁକାବିଲା ନେଇ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ମର୍ମରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ବହିର୍ବ୍ୟାପାର ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ୍‌...

ଲୋକ ସଭା, ୫ ବିଧାନସଭାରେ କଣ୍ଟ୍ରୋଲ ରୁମ୍‌

ନୂଆଦିଲ୍ଲୀ,୨୬।୪(ପି.ଟି.): କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଏମ୍‌ପି, ବିଧାୟକ ଓ ଜନସାଧାରଣଙ୍କ ସହ ସମନ୍ବୟ ରକ୍ଷା ଲାଗି ଲୋକ ସଭା ଏବଂ ୫ ରାଜ୍ୟ ବିଧାନସଭାରେ କଣ୍ଟ୍ରୋଲ...

ହୃଦଘାତ ଆଶଙ୍କା କମ କରେ କଞ୍ଚା କଦଳୀ

କଞ୍ଚା କଦଳୀରେ ଭରପୂର ମାତ୍ରାରେ ଭିଟାମିନ ଏବଂ ଖଣିଜ ଲବଣ ଥାଏ। ଯାହା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ଖାଦ୍ୟରେ କଞ୍ଚା...

ମିଳୁନି ପିଆଜ ଦୋସା

ବେଙ୍ଗାଲୁରୁ,୩୦।୧୧: ଦେଶର ବିଭିନ୍ନ ଭାଗରେ ଏବେ ପିଆଜର କିଲୋଗ୍ରାମ ପିଛା ଦାମ୍‌ ଶହେ ଟଙ୍କା ଛୁଇଁଛି। ଆଉ ଏହି ଦାମ୍‌କୁ ଦେଖି ଘରଠାରୁ ହୋଟେଲ ସବୁଠି...

Leave a comment

Your email address will not be published. Required fields are marked *