ହରିହର ଯୋର ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି : ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି,୪।୯(ଡି.ଏନ୍‌.ଏ.) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ସମଗ୍ର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଅନେକ ଚାଷଜମି ଜଳମଗ୍ନ ହେବା ସହ କେତେକ ମାଟିଘର ମଧ୍ୟ ଭାଙ୍ଗିପଡ଼ିଛି। ଜିଲାର ହରିହର ଯୋର ଜଳସେଚନ ପ୍ରକଳ୍ପରେ ଆବଶ୍ୟକତାଠାରୁ ଅଧିକ ପାଣି ହୋଇଯିବାରୁ ଗତ ରାତିରେ ୫ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଥିଲା। ପରେ ତଳମୁଣ୍ଡରେ ପରିସ୍ଥିତି ଅଣାୟତ୍ତ ହେବାରୁ ୪ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ଗୋଟିଏ ମାତ୍ର ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଡିଠାରେ ହରିହର ଯୋର ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ସେହିପରି ଉକ୍ତ ରାସ୍ତାର ମେଣ୍ଢିଲିପାଲି ନିକଟରେ ଥିବା ଘୁଙ୍ଗିନାଳ ଉପରେ ୫ ଫୁଟ ଉଚ୍ଚର ପାଣି ଚାଲିଛି। ଫଳରେ ବୀରମହାରାଜପୁର-ଅମରପାଲି – ଚାରମାଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।


All Right Reserved By Dharitri.Com

୨ ଦିନରେ ବଦଳି ଗଲା ସିଏସ୍‌ଓଙ୍କ ନିଷ୍ପତ୍ତି

ଫୁଲବାଣୀ ଅଫିସ, ୩୦|୬-କନ୍ଧମାଳ ଜିଲା ଯୋଗାଣ ବିଭାଗର ଚାଲିଥିବା କଳା କାରନାମା ଧୀରେ ଧୀରେ ପଦାକୁ ଆସୁଛି। ଏକ ଟ୍ରାନ୍ସପୋର୍ଟକୁ କିପରି ଯୋଗାଣ ବିଭାଗ ସହଯୋଗ...

ମା’ କନକଦୂର୍ଗାଙ୍କ ସିଂହବାହିନୀ ବେଶ ଅନୁଷ୍ଠିତ

କାକଟପୁର, ୫।୧୦(ଡି.ଏନ୍‌.ଏ.): ପୁରୀ ଜିଲା ତୁଳସୀପୁର ବ୍ରାହ୍ମଣ ଶାସନସ୍ଥିତ ମା’ କନକଦୂର୍ଗାଙ୍କର ଶାରଦୀୟ ପାର୍ବଣ ପୂଜା ପାରମ୍ପରିକ ପ୍ରଥାନୁସାରେ ଚାଲିଥିବା ବେଳେ ଶନିବାର ମହାଷ୍ଠମୀ ତିଥି...

ଅଭାବ ଅନାଟନ ସବୁଦିନିଅଁ। ସଖା:ନିଶା ଟ୍ରାଫିକ ସଚେତନତା

ଅତାବିରା, ୧୫।୬ (ଡି.ଏନ.ଏ): ଟ୍ରାଫିକ ନିୟନ୍ତ୍ରଣ ଆର ସଚେତନତାର ଲାଗି ରାଏଜ୍‌ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ସମସିଆର ସମାଧାନ ହେବାର...

ତ୍ରିବେଣୀ ସଙ୍ଗମ ଆରତୀରେ ସ୍ବଚ୍ଛତାର ବାର୍ତ୍ତା

ସୋନପୁର,୧୩।୧୧(ନି.ପ୍ର.)-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁରର ପ୍ରାଚୀନ ଶୈବପୀଠ ରାମେଶ୍ୱର ତ୍ରିବେଣୀ ସଙ୍ଗମ ତଥା ସ୍ବର୍ଣ୍ଣ ପ୍ରୟାଗଠାରେ ୬ଷ୍ଠ ବର୍ଷ ତ୍ରିବେଣୀ ସଙ୍ଗମ ଆରତୀ ମହାସମାରୋହରେ...

ମିଳୁନି ବସ୍ତା, ଲୋଡିଂ ବାବଦ ଟଙ୍କା

ତିର୍ତ୍ତୋଲ, ୨୨।୧ (ଡି.ଏନ୍‌.ଏ.):ମଣ୍ଡିରେ ଧାନ ବିକ୍ରି କରୁଥିବା ଚାଷୀଙ୍କୁ ବସ୍ତା ଯୋଗାଇ ଦିଆଯିବ ବୋଲି ଚଳିତବର୍ଷ ରାଜ୍ୟ ସରକାର ଘୋଷଣା କରିଥିଲେ। ମିଲରମାନେ ଏ ନେଇ...

ଗର୍ଭବତୀ, ପ୍ରସୂତି ମୃତ୍ୟୁର ତଦନ୍ତ କଲେ ଜିଲାପାଳ

ଛତ୍ରପୁର,୨୨ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଗତ ୮ ମାସ ମଧ୍ୟରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୩୮ ମାତୃ ମୃତ୍ୟୁ ହୋଇଛି। ନିକଟରେ ହୋଇଥିବା ୨ ଗର୍ଭବତୀ ଓ ଜଣେ ପ୍ରସୂତିଙ୍କ...

ପାଣି ପାଇଁ ଲୋକେ ଡହଳବିକଳ : ୨ ଶହ ପରିବାରକୁ ୪ ନଳକୂପ

ଭବାନୀପାଟଣା,୧୧ା୫(ଡି.ଏନ୍‌.ଏ.): ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲକୀ ଅଞ୍ଚଳ ଏବେ ଜଳୁଛି। ୪୬ ଡିଗ୍ରୀ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଅଞ୍ଚଳରେ ପାନୀୟ ଜଳର ଉକତ୍ଟ...

ସମସିଆ ଘେରରେ ଯୋଗୀସର୍ଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର

ଲୋଇସିଂହା,୨୧।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଯୋଗୀସର୍ଡ଼ା ଗାଁର ଅଙ୍ଗନଓ୍ବାଡି କେନ୍ଦ୍ର-୨ ଏହେଦେ ଅସାମାଜିକ ଲୁକ୍‌କର ପାଏନ୍‌ଘାଟ ପାଲଟିଛେ। ଇ ଦିଗେ ବିଭାଗୀୟ ଅଧ୍‌କାରୀ...

Leave a comment

Your email address will not be published. Required fields are marked *