ଗଣେଶଙ୍କୁ ପୂଜା କରି ଟ୍ରୋଲ ହେଲେ ସାରା

ମୁମ୍ବାଇ: ସାରା ଦେଶରେ ଏବେ ଗଣପତିଙ୍କ ପୂଜାକୁ ନେଇ ଉତ୍ସବର ମାହୋଲ। ବଲିଉଡ କଳାକାରମାନେ ମଧ୍ୟ ଏହାକୁ ବେଶ ଧୁମ୍‌ଧାମରେ ପାଳନ କରୁଛନ୍ତି। ଏପରିସ୍ଥଳେ ଗଣେଷଙ୍କୁ ପୂଜି ଟ୍ରୋଲ୍‌ ହୋଇଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାନ୍‌।

ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଗଣେଶଙ୍କ ସହ ଏକ ଫଟୋ ଶେୟାର କରିଥିଲେ ସାରା। ଏହାକୁ କିଛି ପ୍ରଶଂସକ ଗ୍ରହଣ କରିପାରି ନ ଥିଲେ। ମୁସଲମାନ ହୋଇଥିବା ସତ୍ତ୍ୱେ ସେ କ’ଣ ପାଇଁ ହିନ୍ଦୁଙ୍କ ଭଳି ପୂଜା କରୁଛନ୍ତି ସେ ନେଇ ଅନେକ ବ୍ୟବହାରକାରୀ ତାଙ୍କୁ ପ୍ରଶ୍ନ କରିଥିବା ଦେଖାଯାଇଛି। ଏପରିକି କେହି କେହି ତାଙ୍କୁ ନିଜ ନାମରୁ ଅଲ୍ଲୀ ଖାନ୍‌ ହଟାଇଦେବାକୁ କହୁଥିବା ଦେଖାଯାଇଛି।

ତେବେ କହିରଖୁଛୁ, ଏବେ ସାରା କାର୍ତ୍ତିକଙ୍କ ପ୍ରେମରେ। ସାରା ମୁସଲମାନ ହୋଇଥିଲେ ହେଁ କାର୍ତ୍ତିକ ହିନ୍ଦୁ ଧର୍ମର। ଏଣୁ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିବାକୁ ସାରା ମନ ବଳାଉଥିବା ଅନୁମାନ କରାଯାଉଛି। ଏପରିକି ଫଟୋଟିକୁ କାର୍ତ୍ତିକ ଉଠାଇଥିବା କୁହାଯାଉଛି।


All Right Reserved By

ଜାହ୍ନବୀଙ୍କ ନୂଆ ଗାଡି ସହ କ’ଣ ରହିଛି ଶ୍ରୀଦେବୀଙ୍କ ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ଏବେ ବିଟାଉନ୍‌ରେ ନିଜ ପାଇଁ ଧୀରେ ଧୀରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ଲାଗିଛନ୍ତି। ‘ଧଡକ’...

ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟରେ ଭାରତୀୟ ଗ୍ରୁପ୍‌ର ଚମତ୍କାର ପ୍ରଦର୍ଶନ, ଭାବୁକ କଲା ‘ଭି ଅନ୍‌ବିଟେବୁଲ’: ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆମେରିକୀୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ଡ୍ୟାନ୍ସ ଗ୍ରୁପ୍‌ ‘ଭି. ଅନ୍‌ବିଟେବୁଲ’। ଏହି ଗ୍ରୁପ୍‌ର କଳାକାରଙ୍କ...

ପ୍ରିୟଙ୍କାଙ୍କୁ ମୁମ୍ବାଇ ପୋଲିସର ଚେତାବନୀ

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଫରହାନ ଅଖତରଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ର ଏକ ଦୃଶ୍ୟ ପାଇଁ ଏକ...

‘ମିଶନ ମଙ୍ଗଲ’ରେ ନିଥ୍ୟା ମେନନଙ୍କ ପଦାର୍ପଣ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଥ୍ୟା ମେନନ୍‌ ‘ମିଶନ ମଙ୍ଗଲ’ରେ ଅଭିନୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି। ଏହି ଫିଲ୍ମରେ ଡେବ୍ୟୁ କରି ସେ...

କପିଲ ଶେୟାର କଲେ ‘ବେବିମୁନ୍‌’ ସମୟର ଫଟୋ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ମୁମ୍ବାଇ: ବାପା ହେବାକୁ ଯାଉଛନ୍ତି କମେଡିଆନ କପିଲ ଶର୍ମା। ପରିବାରର ସଦସ୍ୟମାନେ ଗିନ୍ନିଙ୍କ ଯତ୍ନ ନେଉଥିବା ବେଳେ କପିଲ ନିଜେ ସ୍ତ୍ରୀଙ୍କ ମନକଥାକୁ ବୁଝିବାକୁ ପଛାଉନାହାନ୍ତି।...

ବିବାହ କଥା ଲୁଚାଇଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀମାନେ ଲାଇମ୍‌ ଲାଇଟ୍‌ ପରେ ବି କିଛି କଥାକୁ ସିିକ୍ରେଟ୍‌ ରଖିଥାନ୍ତି। ଏପରିକି ଫ୍ୟାନ୍‌ମାନଙ୍କୁ ବର୍ଷବର୍ଷ ଧରି ଏସବୁ କଥା ଜଣାପଡ଼ି ନ ଥାଏ।...

ତିଆରି ହେବ ଏମ୍‌ ଏସ୍‌ ବିଟ୍ଟାଙ୍କ ବାୟୋପିକ୍‌

ମୁମ୍ବାଇ: ଏବେ ବଲିଉଡ୍‌ରେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଥିବା ବେଳେ ନିକଟରେ ରିଲିଜ୍‌ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ଏବେ ଏହି ଦୌଡ଼ରେ ସାମିଲ ହେବାକୁ...

ଯଲିଉଡ୍‌ରେ ରତି-ପ୍ରମିଳାଙ୍କ ସଫଳ ଯାତ୍ରା

ଯୋଡ଼ି ଗଢ଼ିବା ମଣିଷ ହାତରେ ନ ଥାଏ। ଥାଏ ବିଧାତାଙ୍କ ହାତରେ। ସେଇଥିପାଇଁ ତ ବର୍ଷ ପରେ ବର୍ଷ ସିନା ବିତି ଯାଉଥାଏ। ହେଲେ ଯୋଡ଼ିର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *