Posted inଜାତୀୟ

ଗୁରୁଦିବସ ଅବସରରେ ସମ୍ମାନିତ ହେବେ ୪୬ ଶିକ୍ଷକ

ନୂଆଦିଲ୍ଲୀ,୪।୯: ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ ସେପ୍ଟେମ୍ବର ୫ରେ ପଡ଼ୁଥିବା ବେଳେ ସମଗ୍ର ଦେଶରେ ଏହି ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଛାତ୍ରୀଛାତ୍ରମାନେ ଗୁରୁଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଚଳିତ ଗୁରୁଦିବସ ଅବସରରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୪୬ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯିବ। ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ଦିଲ୍ଲୀ, ଗାଜିଆବାଦ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀରର କଠୁଆ, ପଞ୍ଜାବ, ଉତ୍ତରପ୍ରଦେଶର ବାରବାଙ୍କୀ ଓ ଉତ୍ତରାଖଣ୍ଡର ଡେରାଡୁନ ପ୍ରମୁଖ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଏବଂ ଶିକ୍ଷକଙ୍କୁ ସମ୍ମାନିତ କରାଯିବ। ପ୍ରଥମ ଥର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସୈନିକ ସ୍କୁଲର ଶିକ୍ଷକମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଛତିଶଗଡ଼, ମୁମ୍ବାଇ ଓ ବେଙ୍ଗାଲୁରୁରେ ଥିବା ସୈନିକ ସ୍କୁଲର ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ସ୍ବାଭାବିକ ବାଟରେ ଉପତ୍ୟକା

ଶ୍ରୀନଗର/ଜମ୍ମୁ,୧୮ା୮(ପି.ଟି.): କଶ୍ମୀର ଉପତ୍ୟକା ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି। କେତେକ ଅଞ୍ଚଳରେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ରହିଥିବା କଟକଣାକୁ ଶନିବାର କୋହଳ କରିଦିଆଯାଇଛି। ଏଥିସହିତ...

ଜମ୍ମୁ-କଶ୍ମୀରରେ ୫ ଶ୍ରମିକଙ୍କୁ ହତ୍ୟା ଘଟଣା: ନିନ୍ଦା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା,୩୦।୧୦: ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ୫ ଜଣ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଏମାନେ ସମସ୍ତେ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ କଶ୍ମୀର ଯାଇ ପଥର କାରିଗର...

ଆରମ୍ଭ ହେଲା ଭାଜପାର ‘ବୁଥ୍‌ କାର୍ଯ୍ୟକର୍ତ୍ତା ସମ୍ମିଳନୀ’

ନୂଆଦିଲ୍ଲୀ,୫।୧: ଆଗକୁ ଅଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଦେଖି ସବୁଦଳ ପ୍ରସ୍ତୁତ ହେଉଥିବା ବେଳେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଦିଲ୍ଲୀରେ ଆୟୋଜିତ...

‘ଓପନ’ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗ ନ ଦେବାକୁ ସେନା ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ,୯।୭: ଭାରତୀୟ ସେନା ପକ୍ଷରୁ ଏହାର ଯବାନ ଏବଂ ଅଫିସରଙ୍କ ପାଇଁ ଏକ ସତର୍କ ସୂଚନା ଜାରି ହୋଇଛି। ‘ଓପନ’ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗ ନ...

ଭାଜପାକୁ ଚାନ୍ଦ-ତାରା ମାଗି ନ ଥିଲି: ଉଦ୍ଧବ

ମୁମ୍ବାଇ,୩।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ ଭାଜପା ହାତଛାଡି କଂଗ୍ରେସ ଓ ଏନ୍‌ସିପି ସହ ମିଶି ସରକାର...

କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ ଏବଂ ଲଦାଖରେ ରହିବ ୨ ଜିଲା

ଶ୍ରୀନଗର, ୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଐତିହାସିକ ଘୋଷଣା ପରେ ଏଣିକି କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ଟି ଜିଲା ରହିବ। ସେହିପରି ଲଦାଖରେ ୨...

ଚର୍ଚ୍ଚାରେ ବାରାଣସୀର ରିକ୍ସା ଚାଳକ ମଙ୍ଗଳା

ବାରାଣସୀ,୧୭।୨: ଗୋଟିଏ ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ବାରାଣସୀର ଜଣେ ରିକ୍ସା ଚାଳକ ମଙ୍ଗଳା କେଭଟଙ୍କ ଘରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ।...

ଆସନ ବଞ୍ଚାଇପାରିଲେ ୧୯୭ ଏମ୍‌ପି

ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୪ରେ ନିର୍ବାଚିତ ହୋଇଥିବା ଏମ୍‌ପିଙ୍କ ମଧ୍ୟରୁ ଏଥର ସାଧାରଣ ନିର୍ବାଚନରେ ୧୯୭ ଜଣ ନିଜ ଆସନ ବଞ୍ଚାଇପାରିଛନ୍ତି। ସେମାନଙ୍କ ମଧ୍ୟରେ ୨୭ ମହିଳା ଏମ୍‌ପି...

Leave a comment

Your email address will not be published. Required fields are marked *